ସୁଷମା ସ୍ୱରାଜଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ବିଜେପି ତରଫରୁ ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ  ବିୟୋଗରେ  ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ଥାନୀୟ ଏର୍ଦଲା  ସାହିସ୍ଥିତ ବଜେପି  କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ଜି.ଭେଙ୍କଟରାବଣା ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ବଜେପି ସଭାପତି ଏମ୍.ଗୋପାଳ ରାଓ,ସିଦ୍ଧେଶ୍ବର ମିଶ୍ର, ପାରଳାଖେମୁଣ୍ଡି ପୌରପାଳିକାର ପୂର୍ବତନ ନଗରପାଳ ପିନିଣ୍ଟି କ୍ରିଷ୍ଣା,ନୃସିଂହ ଚରଣ ପଟନାୟକ ,କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ,ଚିଟି ବାବୁ,କେ.ରାମା,ଜିଲ୍ଲା ପରିଷଦ ସଭ୍ୟା ବିମଳା ସାମଲ,ଜମିଦାର ପଟନାୟକଙ୍କ ସମେତ ବହୁ ଦଳୀୟ ନେତା କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ଜି.ଭେଙ୍କଟ ରାବଣା  ଶ୍ରୀମତି ସୁଷମା ସ୍ବରାଜ ୧୯୫୨ ମସିହାରେ ହରିୟାଣା ରାଜ୍ୟର ଅମ୍ବାଲାକ୍ୟାଣ୍ଟ ଠାରେ ଜନ୍ମଗ୍ରହଣ କରିଥିଲେ ବୋଲି କହିଥିଲେ ।ତାଙ୍କ ବାପା ହାର୍ଦ୍ଦିକ ଶର୍ମା ଆରଏସ୍ଏସ୍ କାର୍ଯ୍ୟକର୍ତ୍ତା ଥିଲେ ।ତାଙ୍କ ପ୍ରେରଣାରେ ଅନୁପ୍ରାଣୀତ ହୋଇ ସେ ଆଇନ ପାଠ ପଢୁଥିବା ସମୟରେ ଆରଏସଏସ ର ଛାତ୍ର ସଙ୍ଗଠନ ଏବିଭିପିରେ ୧୯୭୦ସାମିଲ ହୋଇଥିଲେ ।ଛାତ୍ର ଜୀବନରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ।୧୯୭୩ ମସିହାରେ ସେ ସୁର୍ପିମକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ ।୧୯୭୫ମସିହାରେ ଆଇନଜୀବି ସ୍ବରାଜ କୌଶଲଙ୍କ ସହ ବିବାହ ହୋଇଥିଲା ।୧୯୭୭ ମସିହାରେ ସେ ପ୍ରତ୍ୟଖ ରାଜନୀତିରେ ପାଦଦେଇ ଜନତା ଦଳ ସାମିଲ ହୋଇଥିଲେ ।ସେହି ବର୍ଷ ହରିୟାଣା ବିଧାନସଭାକୁ ନିର୍ବାଚିତ ହେବାସହ  କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ।ଯାହାକି ଦେଶର ସବଠୁ କମ୍ ବୟସରେ କ୍ୟାବିନେଟ ମନ୍ତ୍ରୀ ହେଇଥିବାର ରେକର୍ଡ ତାଙ୍କ ନାମରେ ରହିଛି ।୧୯୮୦ମସିହାରେ ବିଜେପି ଦଳ ଗଠନ ହୋଇଥିଲା ସେଥିରେ ଯୋଗଦେଇଥିଲେ ।୧୯୮୭ରୁ୧୯୯୦ ମସିହା ପର୍ଯ୍ୟନ୍ତ ହରିୟାଣାର ଚୌଧୁରୀ ଦେବୀଲାଲ ସରକାରରେ ଶିକ୍ଷା  ମନ୍ତ୍ରୀ ଭାବେ,୧୯୯୦ ମସିହାରେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।୧୯୯୬ ମସିହାରେ ଲୋକସଭାକୁ ନିର୍ବାଚିତ ହେବୋସହ ଅଟଳ ବିହାର ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ,୧୯୯୮ମସିହାରେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଥମ ମହିଳା ଭାବେ ବିଜେପିର ପ୍ରବକ୍ତା ଭାବେ କାର୍ଯ୍ୟ  କରିଥିଲେ । ନରେନ୍ଦ୍ର ମୋଦୀଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ସୂଚାରୁରୂପେ ନିଜର ଦାୟିତ୍ୱ  ତୁଲାଇଥିଲେ  ବୋଲି ଉପସ୍ଥିତ ଦଳୀୟ ନେତା ଓ କର୍ମୀମାନେ ନିଜନିଜ ବକ୍ତବ୍ୟରେ କହିଥିଲେ ।ତାଙ୍କର ମୃତ୍ୟୁରେ ଦେଶ ଜଣେ ଅଗ୍ନିବର୍ଷୀ ନାରୀନେତ୍ରୀଙ୍କୁ ହରାଇଲା ବୋଲି କହିଥିଲେ ।

0
0
0
s2sdefault