ହେଡଲାଇନସ୍:

ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ବରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲଗାଣ ବର୍ଷା ଯୋଗୁଁ  କାଶୀନଗର ବ୍ଲକ ଅଂଚଳରେ ବିଭିନ୍ନ ସ୍ଥାନ ଜଳମଗ୍ନ ଓ  ବନ୍ୟା ଆଶଙ୍କା
ବଂଶଧରା ନଦୀ କୁଳର 4 ଟି ଗ୍ରାମର 650ରୁ ଉର୍ଦ୍ଧ୍ବ ପରିବାର ବାତ୍ୟା ଆଶ୍ରୟ ସ୍ଥଳରେ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କାଲିଠାରୁ ଲଗାଣ ବର୍ଷା ଲାଗିରହିବା ଫଳରେ କାଶୀନଗର ଠାରେ  ବଂଶଧାରା ନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଂକେତର ବହୁ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି ।
     ଏଠାରେ ସତର୍କ ସଙ୍କେତ ୫୩-୬୦ ମିଟର ଥିବାବେଳେ ବିପଦ ସଙ୍କେତ ୫୪-୬୦ ମିଟର ରହିଛି ,ହେଲେ ବର୍ତ୍ତମାନ ନଦୀର ଜଳସ୍ତର ୫୬-୦୨ ମିଟରରେ ପ୍ରବାହିତ ହେଉଛି ।
      ଏହି ବନ୍ୟା ଜଳକୁ ନିୟନ୍ତ୍ରଣ କରିବାପାଇଁ  ବଂଶଧାରା ନଦୀର ତଳ ମୁଣ୍ଡରେ ଥିବା ଆନ୍ଧ୍ରର ହିର- ମଣ୍ଡଳମ୍ ସ୍ଥିତ ଗୋଟା ବ୍ୟାରେଜ୍ ର ଥିବା ସମସ୍ତ ୨୨ ଟି ଗେଟ କୁ ୨ ମିଟର ଉଚତାରେ ଖୋଲି ଦିଆଯାଇଛି । ସେହି ଗେଟ୍ ଦେଇ  ପ୍ରତି ସେକେଣ୍ଡ ରେ ୭୯ ହଜାର ୩୦୫ କ୍ୟୁସେକ୍ ଜଳ ଛଡା ଯାଉଛି ।
      ଅନ୍ୟ ପକ୍ଷରେ ଏହି ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀକୂଳିଆ କାଶୀନଗର ବ୍ଲକର ଅନେକ ଅଂଚଳ ସମ୍ପୂର୍ଣ ଭାବେ ଜଳମଗ୍ନ ହୋଇ ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ବାଡିଗାଁ , ପାଲସିଙ୍ଗ , ବୁଦୁରା ପ୍ରଭୃତି ୪ ଟି ଗ୍ରାମର ୬୫୦  ପରିବାର ଲୋକଙ୍କୁ  ବାଡ଼ୀଗାଂ ଠାରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳରେ ରଖା ଯାଇଛି । ଏଥିସହିତ ସେମାନଙ୍କୁ ଦୁଇ ବେଳା ରନ୍ଧା ଓ ଶୁଖିଲା ଖାଦ୍ୟ ସବୁ ଯୋଗାଇ ଦିଆଯାଉଛି ।
     ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଉଚିତ ମୁକାବିଲା କରି ଅଂଚଳ ବାସୀଙ୍କ ଧନ-ଜୀବନ ରକ୍ଷା କରିବା ପାଈଁ ତାଲିମପ୍ରାପ୍ତ ଅଗ୍ନିଶମ ଦଳ ବଂଶଧାରା ନଦୀକୂଳ   ଅଞ୍ଚଳରେ   ସମ୍ପୁର୍ଣ୍ଣ ଭାବେ   ସଜାଗ ହୋଇ ରହିଛନ୍ତି ।
       ଅନ୍ୟପକ୍ଷରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି  ଉପ-ଜିଲ୍ଲାପାଳ ଓ  ବିଡିଓ ପ୍ରମୁଖ   କାଶୀନଗର ଠାରେ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

  

0
0
0
s2sdefault