ହେଡଲାଇନସ୍:

ଆଇଏଏସ ସ୍ତରରେ ବଡ ଅଦଳବଦଳ : ଅସିତ ତ୍ରିପାଠୀଙ୍କୁ କେବିକେ ଅତିରିକ୍ତ ଦାୟିତ୍ୱ, କିଶନ କୁମାର ଫୁଲ ଟାଇମ ପୂର୍ତ୍ତ ସଚିବ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଆଜି  ରାଜ୍ୟ ସରକାର କରିଛନ୍ତି  ବଡ଼ ଧରଣର ଅଦଳ ବଦଳ ହୋଇଛି ।  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉନ୍ନୟନ କମିଶନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ  ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂଙ୍କୁ  ଅତିରିକ୍ତ ଦାୟିତ୍ୱ ଭାବେ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର ସଚିବ କରାଯାଇଛି  । ସେହିପରି ଏସପି ଠାକୁରଙ୍କୁ ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି ।

ସେହିପରି ସି.ଜେ.ଭେନୁଗୋପାଳଙ୍କୁ ରାଜସ୍ୱ ପର୍ଷଦ ସଭ୍ୟ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ନୀତ ଚନ୍ଦ୍ରାଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଓଏସଡ଼ି କରାଯାଇଛି । ରଂଜନା ଚୋପ୍ରାଙ୍କୁ ଏସଟି ଆଣ୍ଡ ଏସସି ଡେଭେଲପମେଣ୍ଟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ, ସୁଶୀଲ ଲୋହାନୀଙ୍କୁ ବାଣିଜ୍ୟକର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ,  ବୀର ବିକ୍ରମ ଯାଦବଙ୍କୁ  ସମବାୟ ବିଭାଗର କମିଶନର ତଥା  ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।କିଶନ କୁମାର ପୂର୍ତ୍ତ ବିଭାଗର ଫୁଲଟାଇମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ ସେସୁର   ସିଇଓ,  ଆର. ରଘୁପ୍ରସାଦଙ୍କୁ  ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗର କମିଶନର ତଥା ସଚିବ ସହ ଓମଫେଡ଼ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।  ଭାସ୍କର ଜ୍ୟୋତି ଶର୍ମାଙ୍କୁ  ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ବିଶାଳ ଗଗନଙ୍କୁ ଜଲସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ, ଅର୍ଚ୍ଚନା ପଟ୍ଟନାୟକଙ୍କୁ  ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ସହ ଉଠା ଜଳସେଚନ ନିଗମ ଏମଡ଼ିଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସଚିନ୍ ରାମଚନ୍ଦ୍ର ଯାଦବଙ୍କୁ ତଫସିଲଭୁକ୍ତ ଜନଜାତି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ମହମ୍ମଦ ସାଦିକ୍ ଆଲାମଙ୍କୁ ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସୁରେନ୍ଦ୍ର କୁମାର ମୀନାଙ୍କୁ  ପୂର୍ତ୍ତ ବିଭାଗ ଉପସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

0
0
0
s2sdefault