ହେଡଲାଇନସ୍:

ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ବ୍ୟାଙ୍କର୍ସ ମାନଙ୍କ ଜିଲ୍ଲା-ସ୍ତରୀୟ କର୍ମଶାଳା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 


 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି  ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ବ୍ୟାଙ୍କର୍ସ ମାନଙ୍କୁ  ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକ  ଅନୁଷ୍ଠିତ ହୋଇଯାଇଛି ।     ଜିଲ୍ଲାପାଳ  ଅନୁପମ ଶାହା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଏବଂ ଜିଲ୍ଲାର ସମସ୍ତ ବ୍ୟାଙ୍କ  ମାନଙ୍କ ସଂଯୋଜକ , ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମେନେଜର କିଶୋର ଚନ୍ଦ୍ର , ଜିଲ୍ଲା ନାବାର୍ଡ ଏଜିଏମ-ସୁଦ୍ୟୋମ୍ନ ପାଲ , ଡିଡବ୍ଲୁଓ: ସନ୍ତୋଷ କୁମାର ରଥ , ଡିଏସଡବ୍ଲୁଓ:- କୁନ୍ତଳା କୁମାରୀ ମଲ୍ଲିକ , ଓଏଲଏମ , ସିଡିପିଓ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ  ଏବଂ ଜିଲ୍ଲା ଓ ବ୍ଲକ ସ୍ତରୀୟ ମିଶନ ଶକ୍ତିର କର୍ମକର୍ତ୍ତା ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

           ଏହି ବୈଠକରେ ମିଶନ ଶକ୍ତିର ସ୍ୱୟଂ ସହାୟିକା ଦଳ ଗୁଡ଼ିକ କିଭଳି ବ୍ୟାଙ୍କ ଋଣ ନେଇ ପାରିବେ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।
       ମିଶନ-ଶକ୍ତି ର  ଜିଲ୍ଲା ସଂଯୋଜକ ରଶ୍ମି ରଂଜନ ସେଠୀ, ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଜିଲ୍ଲାର ବ୍ୟାଙ୍କ-ଲିଂକେଜ୍ ଟାର୍ଗେଟ ଓ ମିଶନ-ଶକ୍ତି ଲୋନ(ଋଣ) 0%-ପ୍ରତିଶତ ସୁଧ ହାରରେ , ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ  ମାନଙ୍କୁ କିଭଳି ଋଣ ପ୍ରଦାନ କରାଯାଇ ପାରିବ ସେ ସମ୍ପର୍କରେ ଅତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।
       ଜିଲ୍ଲାପାଳ ଅନୁପମ ଶାହା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି,  ଜିଲ୍ଲାର ସମସ୍ତ ବ୍ୟାଙ୍କ ଏହି ଯୋଜନାରେ ଋଣ ଯୋଗାଇଦେବା ସହଯୋଗ କରିବା ସହ ଋଣ ପରିଶୋଧ ଉପରେ ମଧ୍ୟ   ଅଧିକ ଗୁରୁତ୍ୱ ଦେବାପାଇଁ କହିଥିଲେ ।
      ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁନ୍ତଳା କୁମାରୀ ମଲ୍ଲିକ ପ୍ରାରମ୍ଭରେ , ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରିଥିଲେ ।ସମସ୍ତ ବ୍ଲକରୁ ଆସିଥିବା  ମିଶନ-ଶକ୍ତି ର ସଂଯୋଜକ ମାନେ , ବୈଠକରେ ଆଲୋଚନା ହୋଇଥିବା ସମସ୍ତ କାର୍ଯ୍ୟକୁ ବ୍ଲକ ସ୍ତରରେ ସୁଚାରୁ ଭାବେ ସମ୍ପାଦନା କରିବା ପାଈଁ ପରାମର୍ଶ ଦିଆ ଯାଇଥିଲା ।

0
0
0
s2sdefault