ହେଡଲାଇନସ୍:

ଅନ-ଷ୍ଟେରିଓ ଟାଇପିଙ୍ଗ ସିନେମା ସମ୍ପର୍କିତ କର୍ମଶାଳା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ  : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନାଓ ଏବଂ ମହିଳା ବିକାଶ ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟ ରେ, ଭୁବନେଶ୍ୱର ସ୍ଥିତ ଅକ୍ସଫାମ୍ ଇଣ୍ଡିଆ ସହାୟତାରେ , ଲିଙ୍ଗଗତ ସମାନତା ଦିଗରେ ସମାଜର ଯୁବପିଢି ଙ୍କୁ ପ୍ରୋତ୍ସାହିତ କରିବା ପାଈଁ " ଅନ-ଷ୍ଟେରିଓ  ଟାଇପିଙ୍ଗ ସିନେମା ସମ୍ପର୍କିତ ସଚେତନତା କର୍ମଶ।ଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
    ମୁଖ୍ୟତଃ ସିନେମାରେ କିଭଳି ଭାଷା-ଚିତ୍ର ସବୁ ଗତାନୁଗତିକ ଭାବେ ବ୍ୟବହାର ହୋଇ ତାହା ସମାଜରେ ଏକ କୁ-ପ୍ରଭାବ ପକାଉଛି ଏବଂ ସମାଜରେ ନାରୀ ଓ ପୁରୁଷ ମାନଙ୍କ ମଧ୍ୟରେ ଯେଉଁ ସବୁ ଭେଦ-ଭାଵ ରହିଛି , ତାକୁ କିଭଳି ସମାନ ସ୍ତରକୁ ଅଣା ଯାଇପାରିବ, ସେ ଦିଗରେ ଯୁବପିଢି ମାନଙ୍କୁ ସଚେତନ କରାଇବା- ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ ।

">

    ଏହି ଅବସରରେ , ମହିଳା ବିକାଶ ପ୍ରତିଷ୍ଠାନର ସମ୍ପାଦିକା ମିନତି ପାଢିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳା ରେ ଗଜପତି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼ଃ ଅଜୟ କୁମାର ତ୍ରିପାଠୀ ଯୋଗଦେଇ ,ସାମାଜିକ  ପ୍ରକ୍ରିୟା ମଧ୍ୟରେ ନାରୀ ଓ ପୁରୁଷ  ସମାଜର ଏକ ବର୍ଦ୍ଧିତ ପରମ୍ପରା ମଧ୍ୟରେ ରହିଥିବା ଦୁଇଟି ଅଙ୍ଗ । ଏହି ଦୃଷ୍ଟିରୁ  ନାରୀ ଓ ପୁରୁଷ ମାନଙ୍କ ମଧ୍ୟରେ ସମାନତା ରହିବା ନିହାତି ଆବଶ୍ୟକତା ରହିଛି ।
      ଆମେ ସାମାଜିକ ସ୍ତରରେ  ନାରୀ ଓ ପୁରୁଷକୁ ସମାନ ଦୃଷ୍ଟିରେ ଦେଖିଲେ ମଧ୍ୟ ଆମେ କେଉଁଠି ନା କେଉଁଠି ତାହାକୁ ମାନସିକ ସ୍ତରରେ ଗ୍ରହଣ କରି ପାରୁନୁ । ନାରୀକୁ ତାର ସାମାଜିକ ସ୍ତରରେ ସୁରକ୍ଷିତ କରିବା ପାଇଁ ଅତୀତରୁ ହିଁ ଅନେକ ଆନ୍ଦୋଳନ ଆରମ୍ଭ କରାଯାଇଛି ଏବଂ ଏ ଦିଗରେ ଅନେକ ସଚେତନତା ସୃଷ୍ଟି ମଧ୍ୟ କରାଯାଇଛି । ଏମିତିକି , ନାରୀ ବାଲ୍ୟ-ବିବାହ ବିରୋଧରେ ସ୍ୱର ଉତ୍ତୋଳନ ଏବଂ ନାରୀଶିକ୍ଷା ,  ଏଭଳି ଅନେକ ପଦକ୍ଷେପ-ମାନ ଗ୍ରହଣ କରାଯାଇଛି , ହେଲେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବାନ୍ଧି ହୋଇ ସେମାନେ ନିର୍ଯ୍ୟାତିତ ଓ ନିଷ୍ପେସିତ ହୋଇ ରହୁଛନ୍ତି । ତେଣୁ  ସମାଜରେ ଯେଉଁ ଯୁବପିଢି ରହିଛନ୍ତି ,ଏ ଦିଗରେ ସେମାନେ ଆଗକୁ ବଢ଼ି କିଭଳି ନେତୃତ୍ୱ ନେଇ ଏଭଳି ହିଂସାକୁ ସବୁ ସ୍ତରରେ ବିରୋଧ କରିବା ସହ ଲିଙ୍ଗଗତ ସମାନତା ଦିଗରେ ସଚେତନ ହେବେ , ସେଥି ଉପରେ ବିଶେଷ ଗୁରୁତ୍ଵାରୋପ୍ କରିଥିଲେ ।
        ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ  ଭୁବନେଶ୍ୱର ସ୍ଥିତ ଅକ୍ସଫାମ୍ ଇଣ୍ଡିଆର ଆଫସନାଁ ବେଗମ୍ ,ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦ୍ର ଶେଖର ଦାସ , ଜିଲ୍ଲା     ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ମହିଳା ହିଂସା ଓ ଲିଙ୍ଗଗତ ସମାନତା ର ବିଭିନ୍ନ ଦିଗ ସମ୍ପର୍କରେ ନିଜ ନିଜର ସୁଚିନ୍ତିତ  ମତାମତ ପ୍ରଦାନ କରିଥିଲେ ।
      ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଂଯୋଜକ ନଟବର ପାଢ଼ୀ ଯୋଗଦେଇ  ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୁଚନା ଦେଇ ଆଭିମୁଖ୍ୟ ଉପରେ କହିଥିଲେ ।
      ମହିଳା ସହାୟତା କେନ୍ଦ୍ରର  ପରାମର୍ଶିକା ଶିଲି ପରିଡା ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରି ଅନ-ଷ୍ଟେରିଓ ଟାଇପିଙ୍ଗ ସିନେମା ର ଭାଷା-ଚିତ୍ର ସବୁ ଗତାନୁଗତିକ ସମାଜରେ କିଭଳି କୁ-ପ୍ରଭାବ ପକାଇଥାଏ ଏବଂ ଲିଙ୍ଗଗତ ସମାନତା ର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ ।
    ଏହି କାର୍ଯ୍ୟକ୍ରମରେ  ନାରୀ ହିଂସା ,ନାରୀ-ସୁରକ୍ଷା ଓ ସିନେମାର ଭାଷା-ଚିତ୍ର  ର ବ୍ୟବହାର ସବୁ ସମାଜରେ କିଭଳି କୁ-ପ୍ରଭାବ ପକାଉଛି , ସେ ସମ୍ପର୍କରେ ଏକ ଭିଡିଓ-   ଶୋ ପ୍ରଦର୍ଶନ କରାଯାଇଥିଲା ।

0
0
0
s2sdefault