ହେଡଲାଇନସ୍:

ଅବୈଧ କଫ ସିରଫ ଓ ନିଶା ଟାଵଲେଟ ବେପାରୀଙ୍କ ଭିତରେ ଆତଙ୍କ : ମାସିଭ ଆକ୍ସନ ମୋଡ଼ରେ ପଦ୍ମପୁର ପୋଲିସ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ନିଶାରେ ବି ଭେଜାଲ ,ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ

ବହୁ ମାତ୍ରାରେ କଫ ସିରଫ ସହିତ ଅଭିଯୁକ୍ତ ଗିରଫ

Baragarh/Padmapur/Paikamal  : -  ବରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଅବୈଧ ଭାବରେ କଫ ସିରଫ ଓ ନିଶା ଟାଵଲେଟର କାରବାର ବୃଦ୍ଧି ପାଇଛି। ଏହାକୁ ସାମାନ୍ୟ କିଛି ଟଙ୍କା ଲୋଭରେ କିଛି ଲୋଭୀ ବ୍ୟବସାୟୀ ଏହି ନିଶା କାରବାର କରି ଯୁବସମାଜ କୁ ନିଶାଗ୍ରସ୍ତ କରେଇବା ପାଇଁ ଏକ ଚକ୍ରାନ୍ତ ଚଳେଇଛନ୍ତି । ମୁଖ୍ୟତଃ  ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଏହି ନିଶା କାରବାର ଜନସାଧାରଣ ଓ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପଲଟିବାରେ ଲାଗିଛି । ପୋଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ଵେ ଏଭଳି ନିଶା କାରବାର ଲୋକଙ୍କ ଭିତରେ ଅଶାନ୍ତି ସୃଷ୍ଟି କରୁଥୁବା ବେଳେ  ପୋଲିସ ପକ୍ଷରୁ ଏବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି | ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅବୈଧ କଫ ସିରଫ ଓ ନିଶା ଟାଵଲେଟ ବେପାରୀଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି ପଦ୍ମପୁର ପୋଲିସ ନିଜର  ମାସିଭ ଆକ୍ସନ  ମାଧ୍ୟମରେ `|
             ଆଜି ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଦୀପ ଜୁମର ସାହୁ ଗତକାଲି ପଦ୍ମପୁର ଅଂଚଳର 5 ଗୋଟି ସ୍ଥାନରେ ପୋଲିସ ଚଢ଼ାଉ କରି ବହୁ ପରିମାଣରେ କଫ ସିରଫ ସହିତ ନିଶା ଟାଵଲେଟ ସହ ପାଞ୍ଚ ଜଣ ଅଭିଯୁକ୍ତକୁ ଧରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପ୍ରାପ୍ତ ସୂଚନା ମୁତାବକ ପାଇକମାଲ ବ୍ଲକ ଚିଂଦେଇକେଲା ଗ୍ରାମର ପ୍ରଦୀପ୍ତ କୁମାର ସାହୁ (ଗେଡ) ବହୁଦିନରୁ ନିଶା କାରବାର ଚଳାଇ ଆସୁଥିଲା । ପୋଲିସ କୁ ଏହି ବାବଦରେ ଖବର ମିଳିବା ପରେ ଗତକାଲି ଗେଡର ଘରେ ଚଢ଼ାଉ କରାଯାଇ ବହୁ ପରିମାଣରେ କଫ ସିରଫ, ଟାଵଲେଟ ଓ ପାଣି ମିଶା କଫ ସିରଫ ଜବତ କରାଯାଇଥିଲା । ଚିଂଦେଇକେଲା ର କିଛି ଲୋକଙ୍କ ସୂଚନା ଅନୁସାରେ ଗେଡ କୁଆଡେ କଫ ସିରଫ ରେ ପାଣି ମିଶାଇ ବିକ୍ରି କରୁଥିଲା । ଗେଡ଼ ପାଖରୁ ପୋଲିସ କୁ 24 ଲିଟର Eskuf କଫ ସିରଫ , ତିନି ପତ୍ତା Nitrosun ନିଶା ବଟିକା ସହିତ ବିପୁଳ ମାତ୍ରାରେ କଫ ସିରଫର ଖାଲି ବୋତଲ ଓ ବ୍ୟବହୃତ ପ୍ଲାଷ୍ଟିକ ଗ୍ଲାସ ଜବତ କରିବା ପରେ ପୋଲିସ କେଶ ନ 131 / 2019 ଧାରା 274 , 275 ରେ ଗେଡ କୁ ଗିରଫ କରିଥିଲା । ସେହିଭଳି ପାଇକମାଲ ବ୍ଲକ ର ଖରାମାଳ ଥରେ ବିନୋଦ ସାହୁ ଉପରେ ପୋଲିସ ଚଢ଼ାଉ କରି 20ଲିଟର Eskuf କଫ ସିରଫ ସହିତ ଦୁଇ ଗୋଟି Nitrosun ନିଶା ବଟିକା ଜବତ କରିବା ସହିତ କେଶ ନ 130 ଦଫା 274 , 275 ବିନୋଦ କୁ ଗିରଫ କରିଥିଲା । ସେହିଭଳି ମେଲଚାମୁଣ୍ଡା ଥାନାର କେଶ ନ 102 , ଗାଇସିଲଟ ଥାନାର କେଶ ନ 103 ଓ ପଦ୍ମପୁର ଥାନାର କେଶ ନ 158 ରେ ଆହୁରି 4 ଅଭିଯୁକ୍ତ ,ଠାକୁର ବେହେରା , ତରଣୀ ସେନ ସାହୁ , ଦୀପକ ମିଶ୍ର , ଚିନ୍ମୟ ପ୍ରଧାନକୁ ଗିରଫ କରିଥିବା SDPO ଜଣାଇଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କର ନିକଟରୁ ବିପୁଳ ପରିମାଣରେ ନିଶା ବଟିକା କଫ ସିରଫ ସହିତ ଗୋଟେ ବୁଲେଟ OD17J0143 ଓ ଗୋଟେ HF ଡିଲକ୍ସ CG06GC8939 ମଧ୍ୟ ଜବତ କରାଯାଇଛି ।

0
0
0
s2sdefault