ହେଡଲାଇନସ୍:

ରେଳବିଭାଗ ଅଧିକାରୀଙ୍କ ସହ ମନ୍ତ୍ରୀ ଟୁକୁନି ସାହୁଙ୍କ ଆଲୋଚନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,: ଟିଟିଲାଗଡ଼ ସବଡିଭିଜନ ଅନ୍ତର୍ଗତ  ବିଭିନ୍ନ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ରେଳବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତିା ଟିଟିଲାଗଡ଼ ସହରରେ ନିର୍ମାଣାଧୀନ ରେଲେଓ୍ୱ ଓଭରବି୍ରଜ୍ ଏବଂ ଅଣ୍ଡରବ୍ରିଜ  ନିର୍ମାଣ  କାର୍ଯ୍ୟ ତ୍ୱରାନ୍ୱିତ କରିବା, ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସେପ୍ରେସକୁ ବଲାଙ୍ଗୀରରୁ ଟିଟିଲାଗଡ଼ ଜଙ୍କସନ୍ ପର୍ଯ୍ୟନ୍ତ  ସଂପ୍ରସାରଣ କରିବା ଏବଂ ରେଳବାଇ ତରଫରୁ ଟିଟିଲାଗଡ଼ରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ନେଇ ମନ୍ତ୍ରୀ ରେଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ |  ଟିଟିଲାଗଡ଼ରୁ ପ୍ରତ୍ୟେକ ଦିନ ଅନେକ ଯାତ୍ରୀ  ଜରୁରୀ କାମରେ ସମ୍ବଲପୁର , ଢେଙ୍କାନାଳ, ଭୁବନେଶ୍ୱର ଆସୁଥିବାରୁ  ଏହି ଟ୍ରେନ ସଂପ୍ରସାରଣ ହେଲେ ଟିଟିଲାଗଡ଼ବାସୀ ଉପକୃତ ହେବ |  ସେହିଭଳି ଟିଟିଲାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଲେ ରେଳବାଇ କର୍ମଚାରୀମାନଙ୍କ ପିଲାମାନେ ଶିକ୍ଷାଲାଭର ସୁଯୋଗ   ପାଇବେ ଏବଂ ଏହା ଦ୍ୱାରା ସାମଗ୍ରିକ ଭାବେ ଟିଟିଲାଗଡ଼ବାସୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ଗୁରୁତ୍ୱାରୋପ କରିଥିଲେ |  ଟିଟିଲାଗଡ଼ ସହରରେ ରେଲେଓ୍ୱ ଅଣ୍ଡରବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ଓଭରବ୍ରିଜ  ନିର୍ମାଣ କାର୍ଯ୍ୟ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ ଏବଂ ଟିଟିଲାଗଡ଼ର କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି ଓ ଇଣ୍ଟରସିଟିର ସଂପ୍ରସାରଣ ନିମନ୍ତେ ରେଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ରେଳବିଭାଗ ଅଧିକାରୀ  ସୂଚନା ଦେଇଥିଲେ |
ଆଜିର ଏହି ଆଲୋଚନାରେ ରାଜ୍ୟବାଣିଜ୍ୟ ଓ ପରିବହନବିଭାଗର ସ୍ୱତନ୍ତ୍ର ଅଧିକାରୀ ରେଲ୍ କୋର୍ଡିନେସନ୍ ଶ୍ରୀ ଲଳିତ ମୋହନ ପଟ୍ଟନାୟକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ |

0
0
0
s2sdefault