ହେଡଲାଇନସ୍:

ରେଢ଼ାଖୋଲ ଖନ୍ଦାପୋଲ ଉପରେ ପାଣି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 


ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ରେଢ଼ାଖୋଲ ସହର ମଧ୍ୟଦେଇ ଯାଇଥିବା ସମ୍ବଲପୁର - କଟକ ୫୫ ନଂ ଜାତୀୟ ରାଜପଥ କେରାଣ୍ଡି ଜୋର ଉପରେ ନିର୍ମିତ ଖନ୍ଦାପୋଲ ଉପରେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହେଇ ରହୁଛି I ଫଳରେ ଯାନବାହନ ସମେତ ଛାତ୍ର ଛାତ୍ରୀ ,ଲୋକ ଙ୍କ ଯାତାୟତରେ ଅସୁବିଧା ଦେଖାଦେଇଛି I ସାମାନ୍ୟ ବର୍ଷାରେ ପାଣି ଜମି ରହୁଥିବା ବେଳେ ନିଷ୍କାସନ ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି I ସହର ମଧ୍ୟ ଭାଗ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ଏକମାତ୍ର ପୋଲ ଉପରେ ଲୋକେ ନିର୍ଭର କରନ୍ତି I ଜାତୀୟ ରାଜପଥ ହେତୁ ସବୁ ସମୟରେ ଯାନବାହନ ମଧ୍ୟ ଚଳାଚଳ କରୁଛି I ମାତ୍ର ସାମାନ୍ୟ ବର୍ଷା ରେ ପୋଲ ଉପରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଲୋକଙ୍କ ଯାତାୟତ ରେ ଘୋର ଅସୁବିଧା ଦେଖା ଦେଉଛି I ଏପରିକି ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଉପରେ କୁ ଜମି ରହୁଥିବା ଏହି ଅପରିଷ୍କାର ପାଣି ଛିଟିକି ୟୁନିଫର୍ମ ଖରାପ ହୋଇ ପଡ଼ୁଛି I ପୋଲ ଉପରେ  କେତେକ ସ୍ଥାନ ରେ ଗାତ ହୋଇଥିବାରୁ ଅନେକ ଯାନବାହନ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି I ଏଣୁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଦୁଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି I

0
0
0
s2sdefault