ହେଡଲାଇନସ୍:

ସ୍ୱାସ୍ଥ୍ୟ ମିଶନ ନିରୀକ୍ଷକ ଦଳର ରେଢ଼ାଖୋଲ ଡାକ୍ତରଖାନା ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ/ ଯଶୋବନ୍ତ ନାରାୟଣ ସାହୁ  :ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିରୀକ୍ଷକ ଦଳ ର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିଛନ୍ତି I ପିଏମଏନୟୁ ଏଚଏମ ସୁକାନ୍ତ କୁମାର ମିଶ୍ର , ଡା. ସୌମ୍ୟଶ୍ରୀ ମହାପାତ୍ର ,ଡା. ଶେଷଦେବ ମହାରଣା ,ଡା. ଦିବ୍ୟସିଂ ସେନାପତି ,ଡା . ନଚିକେତା ମହାନ୍ତି ପ୍ରମୁଖ ସାମିଲ ଥିବା ଏହି ଦଳ ଡାକ୍ତରଖାନା ର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଲୋକେ ଦୁଷ୍ଟି ଆକର୍ଷଣ ସହ ମାଗଣା ରକ୍ତ ପରିକ୍ଷା ,ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଉପରେ ଅଭିଯୋଗ କରିଥିଲେ I ଉପଖଣ୍ଡ ଡାକ୍ତରଖାନା ର ଏସଡିଏମଓ ବିପିନ ବିହାରୀ ସାହୁ ,ଡାକ୍ତରଖାନା ପରିଚାଳିକା ଶିବାନୀ ପାଣିଗ୍ରହି ସ୍ଥାନୀୟ ଡାକ୍ତରଖାନା ରେ କମ୍ ଥିବା ଷ୍ଟାଫ ନର୍ସ ଓ ବିଭିନ୍ନ କର୍ମଚାରୀ ଙ୍କ ଆବଶ୍ୟକତା ଠାରୁ କମ୍ ଥିବା ନେଇ ତୁରନ୍ତ ଉକ୍ତ ପଦବୀ ଗୁଡିକର ପୂରଣ ପାଇଁ ଦାବି କରିଥିଲେ I

0
0
0
s2sdefault