ହେଡଲାଇନସ୍:

ଜନ୍ମଗତ ହୃଦ୍ ରୋଗର ଅସ୍ତ୍ରୋପଚାର ପାଇଁ ୭ ଶିଶୁ ଗଲେ ଅହମ୍ମଦାବାଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ  :  ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି'ର ମିଳିତ  ଉଦ୍ୟମରେ ଗଜପତି ଜିଲ୍ଲାର ୭ ଜଣ ଛୋଟ ପିଲାଙ୍କୁ ସେମାନଙ୍କ ଜନ୍ମଗତ  ହୃଦ୍ ରୋଗ ଅସ୍ତ୍ରୋପଚାର ପାଇଁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ବାଲ-ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ସହଳ ସ୍ବାସ୍ଥ୍ୟ ଓ ଚିକିତ୍ସ୍ୟା ନିମିତ୍ତ ଗୁଜୁରାଟ'ର ଅହମ୍ମଦାବାଦ ଆଜି ପଠାଯାଇଛି ।

       ଅସ୍ତ୍ରୋପଚାର ପାଇଁ ଯାଇଥିବା ପିଲାମାନେ ଜିଲ୍ଲାର ସ୍କୁଲ , ଅଙ୍ଗନବାଡି ଓ ଗ୍ରାମର । ଏମାନଙ୍କୁ ପୁର୍ବରୁ  ରାଷ୍ଟ୍ରୀୟ ବାଲ-ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ମୋବାଇଲ ହେଲଥ ଟିମ ଦ୍ବାରା  ଚିହ୍ନଟ ଓ ପରୀକ୍ଷା କରାଯାଇ ଜନ୍ମଗତ ହୃଦ୍-ରୋଗ 'ର ପଜିଟିଭ୍   ଥିବା ଜଣା ପଡ଼ିବା ପରେ ସେମାନଙ୍କୁ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ  ସତ୍ୟସାଇ ହାର୍ଟ ହସପିଟାଲକୁ  ପଠାଯାଇଛି । ସେମାନଙ୍କ ସହିତ ସେମାନଙ୍କ ଜଣେ ଲେଖାଏଁ ଅଭିଭାଵକ ସଦସ୍ୟ ମଧ୍ୟ ଯାଇଛନ୍ତି । ସେମାନଙ୍କ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ସେମାନେ ସମସ୍ତେ ଆଜି  ରାଜ୍ୟର ରାଷ୍ଟ୍ରୀୟ  ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସେଲ ର ପ୍ରତ୍ୟକ୍ଷ ତତ୍ତ୍ଵଧ୍ୟାନରେ  ଗଜପତି ଜିଲ୍ଲା ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର  ସାଇ ପ୍ରସାଦ ଦାସ ଏବଂ ସାଇକୋଲୋଜିଷ୍ଠ ମନୋରଞ୍ଜନ ନାୟକଙ୍କ ସହିତ ଭୁବନେଶ୍ୱର ଯାଇ ସେଠାରୁ  ଫ୍ଲାଇଟ ଯୋଗେ ଅହମ୍ମଦ।ବାଦ ଗ୍ରସ୍ତ କରିଛନ୍ତି ।
      ଜିଲ୍ଲାପାଳ ଅନୁପମ ଶାହା , ଏବଂ ସିଡ଼ିଏମଓ ଡାଃ ଗୁନୁରାଣୀ ପଟ୍ଟନାୟକ ,  ପ୍ରମୁଖ  ଏମାନଙ୍କ ଆରୋଗ୍ୟ କାମନା କରି ଖୁବଶିଘ୍ର ଭଲରେ ଆସିବାକୁ ଶୁଭେଚ୍ଛା ଜଣାଇଥିଲେ  । ତାଙ୍କ ସହିତ ଡିପିଏମ ସୌମ୍ୟା ରାଣୀ ଗୌଡ ଏବଂ ଡିଏମଏସ- ଡାଃ ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଏନ୍ଏଚ୍ଏମ୍  ପରିଚାଳନା ନିର୍ଦ୍ଦେଶିକା ଶାଳୀନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵଧ୍ୟାନରେ ସଫଳତାର ସହ ଆଗେଇ ଚାଲିଥିବା କୁହାଯାଇଛି ।

0
0
0
s2sdefault