ହେଡଲାଇନସ୍:

ଶ୍ରମିକ ହାଟରେ ଶ୍ରମ ସଚିବ ଅନୁ ଗର୍ଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଲୋକଙ୍କ ଭଲମନ୍ଦ ବୁଝିଲେ , ଆଉ କେଉଁ ସୁବିଧା ଆବଶ୍ୟକ ଦରକାର ପଚାରିଲେ

ଭୁବନେଶ୍ୱର(ଶାସକ ପ୍ରଶାସକ) : ହଠାତ ଆସି ଅତର୍କିତ ଭାବେ  ଶ୍ରମିକ ହାଟରେ ପହଂଚି ଯାଇଥିଲେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମାବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ | ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ | ଶ୍ରମିକମାନଙ୍କ ସମସ୍ୟା, ସୁବିଧା  ଓ ଅସୁବିଧା ସଂପର୍କରେ ପଚାରିବୁଝିଥିଲେ |  ଭୁବନେଶ୍ୱରସ୍ଥ କଳ୍ପନା ଛକ, ନାବାର୍ଡବ୍ୟାଙ୍କ, ନୟାପଲ୍ଲୀ, ଡେ଼ଲ୍ଟା  ଛକ ଇତ୍ୟାଦି ସ୍ଥାନରେ ପହଂଚି  ନିର୍ମାଣ ଶ୍ରମିକମାନଙ୍କ ନାମକୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ନାମ ପଞ୍ଚୀକୃତ କରାଯାଇଛି  କି ନାହିଁ ତାହା ପଚାରିବୁଝିଥିଲେ | ଏହା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସେମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶି
ପାଉଛନ୍ତି କି ନାହିଁ ପଚାରିଥିଲେ |  କେତେ ମଜୁରୀ ପାଉଛନ୍ତି ବୋଲି ପଚାରି ବୁଝିଥିଲେ ସଚିବ ଶ୍ରୀମତୀ ଗର୍ଗ | ସରକାରଙ୍କଠାରୁ କେଉଁ କେଉଁ  ସୁବିଧା ଆଉ ଆଶା କରୁଛନ୍ତି ସେ ସଂ ପର୍କରେ ନିର୍ମାଣ ଶ୍ରମିକମାନଙ୍କ ସହିତ ଆଲୋଚନା କରି ପଚାରିବୁଝିଥିଲେ | ଏହି ଅବସରରେ ଶ୍ରମ କମିଶନର ଶ୍ରୀ ନିରଞ୍ଜନ ସାହୁଙ୍କ ସମେତ ବିଭାଗୀୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ |

0
0
0
s2sdefault