ହେଡଲାଇନସ୍:

୩୭୦ ଧାରା ହଟିଲା : ଓଡ଼ଗାଁରେ ଖୁସୀ ମନାଇଲା ଓଡ଼ଗାଁ ବିକାଶ ପରିଷଦ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଭାରତ ସ୍ୱାଧିନତାର ୭୨ ବର୍ଷ ପରେ କେନ୍ଦ୍ର ସରକାର ସୋମବାର ୩୭୦ ଧାରା ଉଚ୍ଛେଦ କରି ଏକ ଐତିହାସିକ ପଦକ୍ଷେପ ନେଇଥିବାରୁ ଏହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ସ୍ଥାନୀୟ ଅଂଚଳରେ  ଶୋଭାଯାତ୍ରା, ବାଣ ଫୁଟା ଓ ମିଠା ଖୁଆଇ ପରସ୍ପରକୁ ଆଲିଙ୍ଗନ କରି ସ୍ଲୋଗାନ ଦେଇଥିଲେ । ସନ୍ଧ୍ୟାରେ ଓଡ଼ଗାଁ ବିକାଶ ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ଶ୍ରୀରଘୁନାଥଜୀଉଙ୍କ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ବିଭିନ୍ନ ଛକମାନଙ୍କରେ ଭାରତମାତା କି ଜୟ, ବନେ୍ଦ ମାତରଂ ଆଦି ଧ୍ୱନୀ ଦେଇ ଖୁସୀ ବ୍ୟକ୍ତ କରିଥିଲେ । ସୁଶାନ୍ତ କୁମାର ସାହୁ, ରବିନ୍ଦ୍ର କୁମାର ପଣ୍ଡା, କାର୍ତିକ ପଣ୍ଡା, ବରେନ୍ଦ୍ର କୁମାର ନନ୍ଦ ନିର୍ମଳେନ୍ଦୁ ନନ୍ଦ, ଓ ମିଟୁ ମହାନ୍ତିଙ୍କ ସହିତ ଅନେକ ଶୋଭାଯାତ୍ରାରେ ଭାଗ ନେଇଥିଲେ ।   

0
0
0
s2sdefault