ହେଡଲାଇନସ୍:

ଆଉ....ଅଫିସରଙ୍କୁ କିରାଣୀ କହିବ ନା କଣ ???

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

Bhubaneswar : ସଚିବାଲୟରେ ଆଜି ହୁଲୁସ୍ଥୁଲୁ | ହାଁ ରେ ହାଁ କି ବହପ ସେ ଚାନେଲ୍ ର | ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ କିରାଣୀ କହିଦେବ !! ନିହାତି ଅସୁନ୍ଦର କଥା ନା | ପିଲାମାନେ ଆଇଆଇଟି ପାସ କରି ଆସିଛନ୍ତି, ସେମାନେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରୀ ପାଇଛନ୍ତି | ସେମାନେ କିରାଣୀ କାମ କରୁଛନ୍ତି ବା କିରାଣୀ ଚାକିରୀ କରିଛନ୍ତି ବୋଲି ମିଡ଼ିଆରେ ପ୍ରକାଶ କରିବ | ଏକ ଚାନେଲରେ ଏଭଳି ଖବର ପ୍ରକାଶକୁ ନେଇ ଆଜି କ୍ଷୋଭ ପ୍ରକାଶ ପାଇଛି ସଚିବାଳୟରେ ଏଏସଓ ଭାବେ ନୂତନ ନିଯୁକ୍ତି ପାଇଥିବା ଉଚ୍ଚଶିକ୍ଷିତ ଟେକ୍ନୋକ୍ରାଟ | ସେମାନଙ୍କୁ ନୀଚ ଦେଖାଇ ଖବର ପ୍ରକାଶ କରାଯାଇଛି ବୋଲି ସେମାନଙ୍କ ମଧ୍ୟରୁ ଅନେକ ପ୍ରକାଶ କରିଛନ୍ତି | ଏହାକୁ ମଧ୍ୟ ସଚିବାଳୟ ସେବା ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଉପରୋକ୍ତ ଖବରକୁ ନିନ୍ଦା କରାଯିବା  ସହ କିରାଣୀ ଜାଗାରେ ଅଫିସର ବା ଏଏସଓ ଲେଖି ସଂଶୋଧିତ ଖବର ପ୍ରକାଶ ପାଇଁ ଦାବି କରଛନ୍ତି | 
 

0
0
0
s2sdefault