ହେଡଲାଇନସ୍:

" ଜଣେ ସଙ୍ଗଠକ ଭାବେ ଲୋକ ଜୀବନକୁ ଗଢ଼ିବାରେ ଆନନ୍ଦ ପାଉଥିଲେ କର୍ମଯୋଗୀ କୃଷ୍ଣଚନ୍ଦ୍ର"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୩ତମ ଜନ୍ମ ଜୟନ୍ତୀ ଆୟୋଜିତ

ବଲାଙ୍ଗିର,(ନିରୋଜ ମିଶ୍ର) : ବ୍ୟକ୍ତିର ଜୀବନ ଓ ତାର ବ୍ୟକ୍ତିଗତ ବିଷୟ ଅପେକ୍ଷା ତାର ସମାଜ ପ୍ରତି ଅବଦାନ ଓ ସମର୍ପିତ ମାନସିକତା ବେଶି ଗୁରୁତ୍ୱପୁର୍ଣ୍ଣ । ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡା ରାଜନିତିରେ ଯେତିକି ସମର୍ଥ ଥିଲେ, ତାଠାରୁ ବେଶି ସମର୍ଥ ଥିଲେ ଲୋକ ଜୀବନକୁ ଗଢ଼ିବାରେ । ସେ ଥିଲେ ଜଣେ ସଙ୍ଗଠକ । ବହୁ ଅନୁଷ୍ଠାନ  ତିଆରିବା ସହ ଅଂଚଳର ସମୁହ ମାନସିକତାର ବିକାଶରେ ଆଗ୍ରହି ଥିଲେ । ଅବକ୍ଷୟମୁଖି ସମାଜକୁ ସୁଧାରିବାକୁ ଯେଉଁ ସମର୍ଥତା ଜରୁରୀଥିଲା, ସେହି ସମର୍ଥ କର୍ମଠ ଓ କର୍ମଯୋଗୀ ଥିଲେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡା । ଶିକ୍ଷାର ବିକାଶ ପାଇଁ ତାଙ୍କର ଉଦ୍ୟମ ତାଙ୍କୁ ବିରଳ ବ୍ୟକ୍ତିତ୍ୱର ଅଧିକାରୀ କରିଥିଲା । ସ୍ୱର୍ଗତ ପଣ୍ଡାଙ୍କ କର୍ମମୟ ଜୀବନ ଆମକୁ ପ୍ରେରିତ କରୁ ଓ ଏହି ଜୟନ୍ତୀ ଆମକୁ ସେହି ସାମର୍ଥ୍ୟଦେଉ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୩ତମ ଜନ୍ମ ଜୟନ୍ତୀ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । କୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି କମିଟି ଓ ଜିଲ୍ଲା ସାମ୍ବାଦିକ ସଂଘ, ବଲାଙ୍ଗିରର ମିଳିତ ଆୟୋଜନରେ ଆୟୋଜିତ ଏହି ଜୟନ୍ତୀରେ କୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି କମିଟିର ସଭାପତି ଭାଗବତ ପ୍ରସାଦ ନନ୍ଦ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପରିକ୍ଷୀତ ସେଠୀ, ସମ୍ମାନିତ ଅତିଥିଭାବରେ  ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅବସର ପ୍ରାପ୍ତ ଡିଜିଏମ୍ ଶଶାଙ୍କ ଶେଖର ପୁରୋହିତ ଓ ମୁଖ୍ୟବକ୍ତା ଭାବରେ ପ୍ରସାରଭାରତୀର ଅବସର ପ୍ରାପ୍ତ ଡିଜି ଅଭୟ କୁମାର ପାଢ଼ୀ ଯୋଗଦେଇଥିଲେ । ସ୍ମୃତି କମିଟିର ଆବାହକ ଲଲିତ କୁମାର ନାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ସାମ୍ବାଦିକ ପୁର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ସମ୍ବାଦ ମହାପ୍ରବନ୍ଧକ (ବାର୍ତ୍ତା)  ଅରବିନ୍ଦ ଦାସ ସଭାକୁ ସଂଯୋଜନା କରିଥିଲେ । ମଂଚାସୀନ ଅତିଥିବର୍ଗଙ୍କୁ ଆୟୋଜନ କମିଟି ତରଫରୁ ଅଙ୍ଗ ବସ୍ତ୍ର ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷରେ ସାମ୍ବାଦିକ ସନ୍ଦିପ କୁମାର କୁଅଁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault