ହେଡଲାଇନସ୍:

ଜଗତସିଂହପୁର:ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ନିମନ୍ତେ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର:(ରମେଶ ମହାନ୍ତି)- ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଜିଲ୍ଲାର ସ୍ଵତନ୍ତ୍ର  ଭୋଟର ତାଲିକା ସଂଶୋଧନ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧକ୍ଷତା କରି ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାୟୀ ଆସନ୍ତା ଜାନୁଆରୀ ୧, ୨୦୨୦ମସିହାକୁ ଯୋଗ୍ୟତା ତାଲିକା ଭାବେ ଗ୍ରହଣ କରାଯାଇ ଭୋଟର ତାଲିକାରେ ନାମ ପଞ୍ଜିକରଣ ,ବାଦ ଦେବା ଓ ସଂଶୋଧନ କରାଯିବ।ଏହି ପ୍ରକ୍ରିୟା ଅଗଷ୍ଟ ୧ତାରିଖ ଠାରୁ ଆରମ୍ଭ ହୋଇଛି ଓ ଏହା ୩୧ ଅଗଷ୍ଟ ୨୦୧୯  ପର୍ଯ୍ୟନ୍ତ  ଚାଲିବ।ପ୍ରଥମ ଥର ପାଇଁ  ଇଲେକ୍ସନ ଭେରିଫିକେସନ ପ୍ରୋଗ୍ରାମ ଅନୁଯାୟୀ ଭୋଟର ମାନେ ଭୋଟର ତାଲିକାରେ  ସେମାନେ ଦେଇଥିବା ପରିଚୟ ପତ୍ର ଠିକ ଅଛି କି ନାହିଁ ତାହା ସୁନିଶ୍ଚିତ କରିପାରିବେ।ଭୋଟର ହେଲ୍ପ ଲାଇନ ,ମୋବାଇଲ ଆପ, କମନ ସରଭିସ୍ ସେଣ୍ଟର ମାଧ୍ୟମରେ ଭୋଟର ତାଲିକାରେ ନାମ ଅଛି କି ନାହିଁ ଜାଣିପାରିବେ। ବୁଥ୍ ସ୍ତରୀୟ ଅଧିକାରୀମାନେ ସେପ୍ଟେମ୍ବର ୧ ତାରିଖ ଠାରୁ ୩୦ତାରିଖ  ପର୍ଯ୍ୟନ୍ତ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ।ଯୋଗ୍ୟ ନାଗରିକ ଯେଉଁମାନଙ୍କର  ଭୋଟର ତାଲିକାରେ ନାମ ପଞ୍ଜିକରଣ ହୋଇନାହିଁ ,ମୃତ ଭୋଟର ଓ  ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ।ସେପ୍ଟେମ୍ବର ୧୬ ତାରିଖଠାରୁ ଅକ୍ଟୋବର ୧୫,୨୦୧୯ରିଖ ମଧ୍ୟରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ  ସଂଗ୍ରହ କରିଥିବା ତଥ୍ୟ ସମ୍ପର୍କରେ ସରକାରୀ  ରିଟର୍ଣିଂ ଅଫିସର/ଜିଲ୍ଲା ନିର୍ବାଚନ ଅଧିକାରୀ ତନଖି କରିବେ।ଏକିକୃତ ଭୋଟର ତାଲିକା୧୫ ଅକ୍ଟୋବର ୨୦୧୯ରେ ପ୍ରକାଶ ପାଇବ।ଅକ୍ଟୋବର ୧୫ରୁ  ୩୦ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ।ଏହା ବ୍ୟତିତ ନଭେମ୍ବର୨,୩,୯ ଓ ୧୧ତାରିଖ ଶନିବାର ଓ ରବିବାରରେ ସ୍ଵତନ୍ତ୍ର ଅଭିଯାନ ଦିବସରେ ସଂଶୋଧନ କାର୍ଯ୍ୟ ହେବ।ଡିସେମ୍ବର ୧୫,୨୦୧୯ସୁଦ୍ଧା ଦାବି ଓ  ଅଭିଯୋଗର ଫଇସଲା କରାଯିବ।ଡିସେମ୍ବର ୨୫,୨୦୧୯ ସୁଦ୍ଧା ନିର୍ବାଚନ କମିଶନଙ୍କ ଠାରୁ ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ ଅନୁମତି ପ୍ରଦାନ ନିମନ୍ତେ ଆବେଦନ କରାଯିବ।ଜାନୁୟାରୀ ୦୧ ୨୦୨୦ ତାରିଖରୁ ଜାନୁଆରୀ ୧୫,୨୦୨୦ମଧ୍ୟରେ ନିର୍ବାଚନ କମିଶନଙ୍କ ନିଷ୍ପତି ଅନୁଯାୟୀ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର  ପ୍ରକାଶ କରିଛନ୍ତି। ଏହି ବୈଠକରେ  ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ଯୋଗଦେଇ ରାଜନୈତିକ ଦଳର ପ୍ରତିନିଧି ମାନେ ବୁଥ୍ ସ୍ତରୀୟ ଏଜେଣ୍ଟ ଦେବାଲାଗି ଅନୁରୋଧ କରିଥିଲେ।ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସହଜହେବ ବୋଲି ପ୍ରକାଶ କରିଥିଲେ।ଏହି ବୈଠକରେ ରାଜନୈତିକ ଦଳର ପ୍ରତିନିଧି ମାନେ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ବୈଠକରେ ସହକାରୀ ଜିଲ୍ଲାପାଳ,ନିର୍ବାଚନ ବିନୀତା ଦାଶ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

0
0
0
s2sdefault