ହେଡଲାଇନସ୍:

କ୍ୟାପଟେନ ବୁଲିଲେ ସର୍କଲ ଜେଲ : ପାଳିଲେ ବନ୍ଧୁତା ଦିବସ, କଏଦୀଙ୍କୁ ବାଣ୍ଟିଲେ ଫଳ ଓ ମିଠା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବନ୍ଧୁତା ଦିବସ ଅବସରରେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହବିଭାଗ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଓଡ଼ିଶାର ବୃହତ୍ତମ ଚୌଦ୍ୱାର ମଣ୍ଡଳ କାରାଗାର ପରିଦର୍ଶନ କରିଥିଲୋ କାରାଗାର ପରିଦର୍ଶନ କରି ମନ୍ତ୍ରୀ ସେଠାରେ ଆୟୋଜିତ ହୋଇଥିବା ସଭାରେଲ ଯୋଗ ଦେଇ  ନିଜବକ୍ତବ୍ୟରେ କାରାଗାର ଅନ୍ତେବାସୀଙ୍କୁବନ୍ଧୁତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିଲୋ ଅତିରିକ୍ତ େ ପାଲିସ ମହାନିର୍ଦ୍ଦେଶକ, କାରାଗାର ମହାନିରୀକ୍ଷକ ତଥା କାରାଗାର ସୁଧାରଣ ସଂସ୍ଥା ନିର୍ଦ୍ଦେଶକ ମହେନ୍ଦ୍ର ପ୍ରତା ପଙ୍କ ଅନୁରୋଧକୁ ରକ୍ଷାକରି ସେ ଆସିଥିବା ଜଣାଇଥିଲୋ କାରାଗାର ମଧ୍ୟରେ ରହୁଥିବାବିଭିନ୍ନ ସମସ୍ୟାଗୁଡ଼ିକ ସଂ ପର୍କରେ ଅବଗତ ହୋଇଥିବା ମନ୍ତ୍ରୀ ପ୍ରକାଶ କରି ଏହାର ସମାଧାନ ଦିଗରେ ନିଶ୍ଚିତ ରୂପେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି କାରାଗାର ଅନ୍ତେବାସୀଙ୍କୁ ଜଣାଇଥିଲୋ ଓଡ଼ିଶାରେ କାରାଗାର ମଧ୍ୟରେ ସୁଧାର ନିମନ୍ତେ ରହିଥିବା ସୁଯୋଗ ଗୁଡ଼ିକର ହାତଛଡ଼ା ନକରି ତାହାର ଉପଯୋଗ  କରି କାରାଗାରରୁ ଖଲାସ ହେବା ପରେ ଉତ୍ତମ ନାଗରିକ ହୋଇ ସମାଜରେ ରହିବାକୁ ସେ ପ୍ରବର୍ତ୍ତାଇଥିଲୋ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଏହିବିଭାଗର ଦାୟିତ୍ୱ ଗ୍ରହଣ କଲା ପରେ କାରାଗାରକୁ ଆସି ଅନ୍ତେବାସୀଙ୍କ ସୁବିଧା ଅସୁବିଧା ସଂପର୍କରେ ଅବଗତ ହେବାର ସୁଯୋଗ  ମିଳିଲାା କାରାଗାର ମଧ୍ୟରେ ସୁନ୍ଦର ପରିବେଶ ରହିଥିବା  ନେଇ ମନ୍ତ୍ରୀ ଖୁସି ପ୍ରକଟ କରିଥିଲେ | କାରାଗାର ମଧ୍ୟରେ ଅନ୍ତେବାସୀଙ୍କ ହସ୍ତରେ ନିର୍ମିତ ହେଉଥିବା ହାତ ତିଆରି ସାମଗ୍ରୀଗୁଡ଼ିକ କିଭଳି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଦ୍ୱାରା ଆଦୃତ ହୋଇ ପାରିବ ସେ ଦିଗରେ ପ୍ରୟାସ କରାଥିବା ଆବଶ୍ୟକ ବୋଲି ସେ କହିଥିଲେ |
କାରାଗାର ମଧ୍ୟରେ ଅନ୍ତେବାସୀମାନେ ଯେଉଁସବୁ ଶିକ୍ଷା ଗ୍ରହଣ କରି କୁଶଳୀ ହୋଇ ପାରୁଛନ୍ତି ତାହା ସେମାନଙ୍କର ପରବର୍ତ୍ତୀ ଜୀବନକୁ ସୁସଂହତ କରି ପାରିବା ଜେଲ ପରିସର ମଧ୍ୟରେ ପନି ପରିବା ଚାଷ କଲେ ତାହା ସେମାନଙ୍କୁ ଖୁସି  କରାଇବା ସହିତ ଅନ୍ତେବାସୀଙ୍କ ନିମନ୍ତେ ଆବଶ୍ୟକ ହେଉଥିବା ସତେଜ ପନିପରିବା ଉପଲବ୍ଧ ହୋଇ ପାରିବ |  କାରାଗାର ପରିସରରେ ଅନ୍ତେବାସୀମାନଙ୍କ ସକାଶେ ରହିଥିବା ଚିକିତ୍ସାଳୟ, କ୍ୟାଣ୍ଟିନ୍, ଶିକ୍ଷାବ୍ୟବସ୍ଥା, ଅନ୍ତେବାସୀମାନଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ଗୋଦାମ ଗୃହ, ଆଇନ୍ ସହାୟତା ଓ ପରାମର୍ଶ କେନ୍ଦ୍ର ମନ୍ତ୍ରୀ ପରିଦର୍ଶନ କରିଥିଲ | ସେ ମଧ୍ୟ ଅନ୍ତେବାସୀମାନଙ୍କ ଦ୍ୱାରା ନିର୍ମିତ ହେଉଥିବା ହସ୍ତତନ୍ତ ପ୍ରସ୍ତୁତି ଗୃହ, ଦରି, ସିଲାଇ, ଫିନାଇଲ୍, ଗହମ ଚୂନାକଳ, ସୋରିଷ ତେଲ କଳ, ଫ୍ଲାଇ ଆସ୍ ଇଟା ପ୍ରସ୍ତୁତି ୟୁନିଟ୍ ଆଦିକୁ ପରିଦର୍ଶନ କରିଥିଲେ | କାରାଗାର ମଧ୍ୟରେ ରହି ଶିକ୍ଷା ହାସଲ କରି ଉତ୍ତୀର୍ଣ୍ଣ ହୋଇଥିବା ଅନ୍ତେବାସୀଙ୍କୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ପ୍ରମାଣ ପତ୍ର ପ୍ରଦାନ କରିବା ସହ କାରାଗାର ପରିସରରେ ବୃକ୍ଷରୋପଣ କରିଥିଲେ |
ଆୟୋଜିତ ସଭାରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ, କାରାଗାର ମହାନିରୀକ୍ଷକ ତଥା କାରାଗାର ସୁଧାରଣ ସଂସ୍ଥା ନିର୍ଦ୍ଦେଶକ ଶ୍ରୀ ପ୍ରତାପ ସ୍ୱାଗତ ଭାଷଣ ପ୍ରଦାନ କରିଥିଲୋ ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ୍ ବିଶ୍ୱାଳ ନିଜ ବକ୍ତବ୍ୟରେ ମଣ୍ଡଳ କାରାଗାର ମଧ୍ୟରେ ରହିଥିବା ସୁଧାର ଗୃହରେ ଅନ୍ତେବାସୀମାନେ ନିଜକୁ ନିଜେ ଚିହ୍ନି ପୂର୍ବରୁ କରିଥିବା ଭୁଲଟିକୁ ଯେପରି  ପନରାବୃତ୍ତି କରିବେ ନାହିଁ ଏବଂ ଭଲ ମଣିଷ ହେବେ, ସେଠିପାଇଁ ଶପଥ ନେବାକୁ ପରାମର୍ଶ ଦେଇଥିଲେ | ସଭାରେ କଟକ ଡିସି ପି ଶ୍ରୀ ଅଖିଳେଶ୍ଵର ସିଂହ ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ  ପାଲିସ କାହାର ଶତ୍ରୁ ନୁହନ୍ତିାଯେଉଁ ମାନେ ପ୍ରକୃତ ଦୋଷୀ ତାଙ୍କୁ ଧରି ସୁଧାରିବା ସକାଶେ ସୁଯୋଗ ଦେବା ନିମନ୍ତେ ପ୍ରୟାସ କରନ୍ତି ଓ କାରାଗାରରୁ ଖଲାସ ହେବା ପରେ ସେମାନେ ଯେପରି ଉତ୍ତମ ନାଗରିକ ରୂପେ ଜୀବନଜାପନ  କରି ପାରିବେ, ସେ ଦିଗରେ ପ୍ରଚେଷ୍ଟା ଜାରି ରଖିଥାନ୍ତି ବୋଲି କହିଥିଲେ | ମଣ୍ଡଳ କାରାଗାର, ଚୌଦ୍ୱାର, କଟକରବରିଷ୍ଠ ଅଧିକ୍ଷକ ପ୍ରଦୀପ ବେହେରା ଧନ୍ୟବାଦ  ଅର୍ପଣ  କରିଥିଲେ | ବନ୍ଧୁତ୍ୱ ଦିବସ ଅବସରରେ ମନ୍ତ୍ରୀ କ୍ୟାପଟେନ ମିଶ୍ର କାରାଗାର ଚିକିତ୍ସାଳୟରେ ଚିକିତ୍ସିତ ଅନ୍ତେବାସୀ ଓ ଅନ୍ୟ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନବଣ୍ଟନ କରିଥିଲେ |

0
0
0
s2sdefault