ହେଡଲାଇନସ୍:

ନିଶା କାରବାର ଉପରେ ପୋଲିସର ଚଢ଼ାଉ ଜାରି।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ନୀଲାମ୍ବର ଦୀପ୍ ): ପଦ୍ମପୁର ଏସ୍.ଡି.ପି.ଓ ଶ୍ରୀ ପ୍ରଦୀପ କୁମାର ସାହୁ ଓ ଆଇ.ଆଇ.ସି ମାନସ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ରଜାପଡ଼ା ଠାରେ ଅବକାରୀ ଚଢ଼ାଉ କରାଯାଇଥିଲା ।
ଏହି ଚଢ଼ାଉ ରେ ବନ ଓରଫ ଭରତ ଖୁଟଲା ଓ ପଂଚାନନ ଭୋଇଙ୍କ ପାଖରୁ ବିପୁଳ ପରିମାଣରେ ଏସକଫ୍ ସିରପ,ନିଶା ଟାବ୍ଲେଟ୍ ଓ ଇଞ୍ଜେକ୍ସନ ଜବତ କରାଯାଇଥିଲା | ଦିଲୀପ ସରାପ ଓ ଜଗା ଦୀପ ଙ୍କ ପାଖରୁ ୫୦ ଲିଟର ଲେଖାଏଁ ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା । ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ର ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି।ଏହି ଚଢ଼ାଉ ରେ ଏ.ଏସ୍.ଆଇ. ଟଙ୍କଧର ନାଏକ,ଏ.ଏସ୍.ଆଇ. ରବିନ୍ଦ୍ର ହେମବ୍ରମ୍ , ଏ.ଏସ୍.ଆଇ. ପ୍ରତିମା ଡୁଂଡୁଙ୍ଗ, ଏ.ଏସ୍.ଆଇ. ପବିତ୍ର ମୋହନ ବେହେରା, ହାବିଲଦାର ପ୍ରେମାନନ୍ଦ ସାମିଲ ଥିଲେ।

0
0
0
s2sdefault