ହେଡଲାଇନସ୍:

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗରଜିଲେ ଓଡିଶା କୃଷକ ସଭା ଓ ଆଦିବାସି ଅଧିକାର ମଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦେଲେ ୮ ଦଫା ଦାବି ସମ୍ବଳିତ ସ୍ମାରକପତ୍ର

    ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଠାରେ ଜିଲ୍ଲା କୃଷକ ସଭା ଓ ଓଡିଶା  ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ  କୃଷକ ମାନଙ୍କ କୃଷି ଋଣ ଛାଡ଼, କୃଷକ ମାନଙ୍କୁ ପେନସନ ଏବଂ ଧାନ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା କରିବା ପ୍ରଭୃତି  ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ପରେ ଏହି ଦାବି ଗୁଡିକୁ ନେଇ  ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ଉପ-ଜିଲ୍ଲାପାଳ  ରଜନୀ କାନ୍ତ ସ୍ବାଇଁଙ୍କୁ  ରାଷ୍ଟ୍ରପତିଙ୍କ ଉଦେଶରେ  ଦାବିପତ୍ର ପ୍ରଦାନ କରିଥିଲେ ।
      ଏହି ଅବସରରେ ମଞ୍ଚର ରାଜ୍ୟ ସଭାପତି  ଦଣ୍ଡପାଣି ରଈତଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ  ମଞ୍ଚ ଓ କୃଷକ ସଭାର  କର୍ମୀ ମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଆସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ କରିଥିଲେ | 

ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ  କୃଷକ ଓ କୃଷି ଶ୍ରମିକ ମାନଙ୍କୁ ସମସ୍ତ ପ୍ରକାର ଋଣ ବୋଝରୁ ମୁକ୍ତି କରାଯାଉ , ଏମ୍ ଏସ୍ ସ୍ୱାମୀନାଥନ କମିଶନଙ୍କ ଶୁପାରିଶ ଅନୁଯାୟୀ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟର ଉତ୍ପାଦନ  ଖର୍ଚ୍ଚର ଦେଢଗୁଣ ପ୍ରଦାନ କରାଯାଉ ,  କୃଷି ଉତ୍ପାଦନ ସମ୍ପର୍କୀୟ ବିନିଯୋଗ ଖର୍ଚ୍ଚ ହ୍ରାସ ପାଈଁ  ବିହନ , ସାର   କୀଟନାଶକ ଔଷଧ ଓ କୃଷି ଯନ୍ତ୍ରପାତି ସମେତ କୃଷି ଉପକରଣ ଉପରେ ରିହାତି ବୃଦ୍ଧି କରାଯାଉ , ଗରିବ--ମଧ୍ୟମ ଚାଷୀ ଏବଂ କୃଷି ଶ୍ରମିକ ମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ପ୍ରଦାନ କରାଯିବା , ପ୍ରକୃତ କୃଷକଙ୍କ ନାମରେ ଜମିଜମା ରେକର୍ଡ କରି ତୁରନ୍ତ ପଟ୍ଟା ପ୍ରଦାନ କରାଯିବା ଏବଂ ଜଙ୍ଗଲ  ଜମି ଅଧିକାର ଆଇନ ୨୦୦୬କୁ ଅଧିକାର କରାଯାଉ , ସମସ୍ତ ପ୍ରକାର ଫସଲକୁ ଅନ୍ତଭୁକ୍ତ  କରି ଏବଂ ଆୟର କ୍ଷତିକୁ ଆକଳନ କରି ଏକ କୃଷକ ସପକ୍ଷବାଦି ବ୍ୟାପକ ଫସଲବୀମା ଯୋଜନା କାର୍ଯ୍ୟକାରୀ କରାଯିବା , କୃଷକ ପରିବାରର ସ୍ବାସ୍ଥ୍ୟବୀମା ଯୋଜନା ଏବଂ ପଶୁସମ୍ପଦବୀମା ଯୋଜନାକୁ ସୁନିଶ୍ଚିତ କରାଯିବା ଏବଂ  ପ୍ରାକୃତିକ ବିପର୍ଯ୍ୟୟ  ଜନୀତ କ୍ଷତିପୁରଣ ପରିମାଣ ବୃଦ୍ଧି କରାଯିବା ସହ ଏହି ସଂକ୍ରାନ୍ତୀୟ ସମସ୍ତ ବକେୟା କ୍ଷତିପୂରଣ ଅର୍ଥରାଶି ତୁରନ୍ତ ପ୍ରଦାନ କରାଯିବା ପ୍ରଭୁତି ଗୁଡିକ  ଅନ୍ତଭୁକ୍ତ ।

0
0
0
s2sdefault