ହେଡଲାଇନସ୍:

ବାଇକ ଦୁର୍ଘଟଣାରେ ବଲାଙ୍ଗୀର ଡିଏସ୍ଓ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,/ ଅମିତ ପୁରୋହିତ : ନୂଆପଡ଼ା ଜିଲ୍ଲା ଲଖନା ଥାନା ଘାଟିପଡା ନିକଟରେ ଜାତୀୟ ରାଜପଥ ୩୫୩ ଉପରେ ବାଇକ ଦୁର୍ଘଟଣାରେ ବଲାଙ୍ଗୀର ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗୀର ଡିଏସ୍ଓ ପୂର୍ବରୁ ନୂଆପଡ଼ା ଡିଏସଓ ଭାବେ କାମ କରୁଥିଲେ । ଡିଏସଓ ଶ୍ରୀ ବଢେଇ ବଲାଙ୍ଗୀରରୁ ନୂଆପଡ଼ାକୁ ବାଇକ ଯୋଗେ ଆସୁଥିଲେ ।  ଘାଟିପଡା ନିକଟରେ ଏକ ଅଜଣା ବାଇକ ଡିଏସଓ ଶ୍ରୀ ବଢେଇଙ୍କ ବାଇକକୁ ଧକ୍କା ଦେଇଥିଲା । ଡିଏସଓ ଛିଟିକି ପଡିଥିଲେ । ଏଥିରେ ତାଙ୍କର ବାମ ଗୋଡ ଭାଙ୍ଗି ଯାଇଥିଲା । ଖବର ପାଇ ସଦର ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲେ । ରାତିରେ ତାଙ୍କୁ ଅଧିକ ଚିକିସôା ପାଇଁ ଭବାନିପଟଣା ସହରକୁ ନିଆ ଯାଇଛି । ଖବର ପାଇ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ପାଇଁ ଲୋକଙ୍କର ଭିଡ ଲାଗିଥିଲା ।


0
0
0
s2sdefault