ହେଡଲାଇନସ୍:

ଅଧିକ ଓ ଭଲ ବିହନ ଯୋଗାଣ ଉପରେ ଅରୁଣଙ୍କ ଗୁରୁତ୍ବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୃଷି ଓ କୃଷକ ସଶକ୍ତିକରଣବିଭାଗ ଦ୍ୱାରା ୭ଟିବୁଝାମଣା ପତ୍ର ସ୍ୱାକ୍ଷରିତ

 

ଦୀର୍ଘ ମିଆଦି ଉନ୍ନତବିହନ ଉତ୍ପାଦନବୃଦ୍ଧି ସହିତ କୃଷି କ୍ଷେତ୍ରରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରାଯିବ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : କୃଷି କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ରାଜ୍ୟ ସରକାର ଅନେକ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ  ହାତକୁ ନେଇଛନ୍ତିା ଉନ୍ନତ ମାନର ବିହନ ସୃଷ୍ଟି ସହ କୃଷକମାନଙ୍କୁ ଅଧିକ  ପରିମାଣରେ ବିହନ ଯୋଗାଇ  ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକବଡ଼ ସଫଳତା ହାସଲ କରିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ  ପ୍ରାଣୀ ସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା
ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣବିଭାଗ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ବିଭିନ୍ନ ସଂସ୍ଥା ସହିତବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ରାଜ୍ୟରେ ଅଧିକ  ପରିମାଣର ଅଣ ଧାନ ଚାଷ ସହିତ ଡାଲି, ତୈଳବୀଜ, ପନି ପରିବା ଓ ଫଳଚାଷ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଛି  ଏହା ଦ୍ୱାରା ରାଜ୍ୟ ସ୍ୱାବଲମ୍ବୀ ହେବା ସହିତବଳକା ରାଜ୍ୟ ଭାବରେ ବାହାର ରାଜ୍ୟକୁ ରପ୍ତାନୀ କରି ପାରିବା ଏହି ଲକ୍ଷ୍ୟ ହାସଲ ଦିଗରେ ଭାରତବର୍ଷରବିଭିନ୍ନ ଅଗ୍ରଣୀ ସଂସ୍ଥାଗୁଡ଼ିକ ସହିତ କୃଷି ଓ କୃଷକ ସଶକ୍ତିକରଣବିଭାଗବୁଝାମଣା ପତ୍ର ସ୍ୱାକ୍ଷର କରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ | ଏହାସହିତ ରାଜ୍ୟର ବିଭିନ୍ନ ନିଗମ ସହିତବାର୍ଷିକବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛିା ଏହା ଦ୍ୱାରା ସ୍ୱଚ୍ଛତା ଅବଲଞ୍ଚନ ସହିତ ନିଗମଗୁଡ଼ିକର କାର୍ଯ୍ୟଧାରା  ଏବଂ ଧାର୍ଯ୍ୟ ଲକ୍ଷ୍ୟ ସଂପର୍କରେ ଜନ ସାଧାରଣ  ସହଜରେ ଅବଗତ ହୋଇ ପାରିବେ ବୋଲି ମନ୍ତ୍ରୀ ଡ. ସାହୁ ମତବ୍ୟକ୍ତ କରିଥିଲେ |
ଏହି କ୍ରମରେ କୃଷି ଓ କୃଷକ ସଶକ୍ତିକରଣବିଭାଗ ତରଫରୁ ଭୂମିହୀନ ଚାଷୀମାନଙ୍କର ଜୀବିକାର୍ଜନରେ ଉନ୍ନତି ଆଣିବା ଓ ଆର୍ଥିକ  ସଂସ୍ଥାଗୁଡ଼ିକରୁ କୃଷି ଋଣ ପାଇବା ନିମନ୍ତେ ଯୋଗ୍ୟତା ବୃଦ୍ଧି କରିବା ପାଇଁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ "ଦ୍ୱାରା ଟ୍ରଷ୍ଟ' ମଧ୍ୟରେ ଏକବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛିା ଏହି ସଂସ୍ଥା ଫସଲବୁଣାଠାରୁ ଆରମ୍ଭ କରି ଫସଲ ବୀମା ଓ ଅମଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ସଂପର୍କରେ କୃଷକମାନଙ୍କୁ ସମୟୋଚିତ  ପରାମର୍ଶ ଦେବ ଏବଂ ଏ ସଞ୍ଚନ୍ଧୀୟ ତଥ୍ୟ ସମସ୍ତ ଭାଗୀଦାରୀ ସଂସ୍ଥାବିଶେଷ କରି ଋଣ ପ୍ରଦାନକାରୀବ୍ୟାଙ୍କଗୁଡ଼ିକୁ ଉପଲବ୍ଧ  କରାଇବ ଯେପରି ଏହିବର୍ଗର ଚାଷୀମାନେ ସହଜରେ ଋଣ ପାଇ ପାରିବୋ ପ୍ରଥମ ଦଫାରେ ୫ଟି ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ |  ଏତଦ୍ବ୍ୟତୀତ ବିହନ ଉତ୍ପାଦନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ଫଳ ପ୍ରଦ କରିବା ପାଇଁ ବିଭାଗ ହିନ୍ଦୁସ୍ଥାନ ଇନ୍ସେକଟିସାଇଡ ଲିମିଟେଡ଼  (ଏଚ୍ଆଇଏଲ୍) ଏବଂ ନାଫେଡ୍ ସହ ଏକ ଦୀର୍ଘ ମିଆଦି ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛିା
ଏହି ବୁଝାମଣା ପତ୍ର ରାଜ୍ୟରେ ବିହନ ଉତ୍ପାଦନ ଓ ଚାହିଦା ମଧ୍ୟରେ ତାରତମ୍ୟ ଦୂର କରିବାରେ ସହାୟକ ହେବାବୁଝାମଣା  ପତ୍ର ଅନୁଯାୟୀ  ହିନ୍ଦୁସ୍ଥାନ ଇନ୍ସେକଟିସାଇଡ ଲିମିଟେଡ଼   ସହାୟତାରେ ରାଜ୍ୟର କଳାହାଣ୍ଡି ଏବଂ ଭଦ୍ରକ ଜିଲ୍ଲାରେ ୫ ହଜାର କ୍ୱିଣ୍ଟାଲ୍ ଧାନ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ୨ ହଜାର କ୍ୱିଣ୍ଟାଲ୍ ମୁଗ, ରାୟଗଡ଼ା ଜିଲ୍ଲାରେ ୨୦୦ କ୍ୱିଣ୍ଟାଲ ହରଡ଼, ଗଜ ପତି ଜିଲ୍ଲାରେ ୧୦୦ କ୍ୱିଣ୍ଟାଲ ମଟର ଓ ଗଞ୍ଜାମ ଜିଲ୍ଲାରେ ୧୦୦ କ୍ୱିଣ୍ଟାଲ୍ ରାଶିବିହନ ଉତ୍ପାଦନର ଯୋଜନା  କରାଯାଇଛି | ସେହିପରି ନାଫେଡ୍ ଦ୍ୱାରା ଗଞ୍ଜାମ ଜିଲ୍ଲାରେ ୭୫୦୦ କ୍ୱିଣ୍ଟାଲ୍ ଚିନାବାଦାମବିହନ,ବଲାଙ୍ଗୀର ଜିଲ୍ଲାରେ ୪୫୦୦କ୍ୱିଣ୍ଟାଲ୍ ମୁଗବିହନ, ଝାରସୁଗୁଡ଼ା ଜିଲ୍ଲାରେ ୯ ହଜାର କ୍ୱିଣ୍ଟାଲ୍ ଓ ଦେବଗଡ଼ ଜିଲ୍ଲାରେ ୬ ହଜାର କ୍ୱିଣ୍ଟାଲ୍ ଧାନ ବିହନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି | ତ୍ରିପାକ୍ଷିକ ଚୁକ୍ତି ଆଗାମୀ ୩ ବର୍ଷୀୟ ୨୦୧୯-୨୦ ଠାରୁ ୨୦୨୧-୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ ଆଶା କରାଯାଉଛୁ |  ଏହି ତ୍ରିପାକ୍ଷିକ ଚୁକ୍ତି ମାଧ୍ୟମରେ ଓଡ଼ିଶା ଡାଲି ଓ ତୈଳବୀଜ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ପାରିବ |


ସେହି ପରି ରାଜ୍ୟରେ ଅଧିକାରୁ ଅଧିକ  କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ଆପିକଲ ନିରନ୍ତର ଉଦ୍ୟମ କରି ଆସୁଥିବା ପରିପ୍ରେକ୍ଷୀରେ ବୁଝାମଣା ଅନୁଯାୟୀ  ଏହି ସଂସ୍ଥା ୨୦୧୮ବର୍ଷରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୨୦୧୯-୨୦ବର୍ଷ ପାଇଁ ୮ ଶହ ଗୋଟି କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ୬୦ କୋଟି ଟଙ୍କାର ରିହାତି ବ୍ୟବସ୍ଥା ଓ ୬୦୦ ଜଣ କୃଷି ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ଦେବାରବ୍ୟବସ୍ଥା ହୋଇଛିା ଚଳିତବର୍ଷ ରାଜ୍ୟର ୪୦ଟି ବ୍ଲକରେ ତୃଣମୂଳ ସ୍ତରରେ ୧ ହଜାର ଜଣ ଯୁବକ ଯୁବତୀଙ୍କୁ  କୃଷି ଉଦ୍ୟୋଗୀ ପ୍ରାତ୍ସାହନ ଯୋଜନା  ମାଧ୍ୟମରେ ୫ କୋଟି ଟଙ୍କା ବ୍ୟୟରେ ଆପିକଲ ମାଧ୍ୟମରେ ସଶକ୍ତିକରଣ କରାଯିବ | ଏହା ସହିତ ଆଗାମୀ ୩ବର୍ଷରେ ୨ ଲକ୍ଷ ଚାଷୀଙ୍କର ରୋଜଗାରବୃଦ୍ଧି ଲକ୍ଷ୍ୟ ଧାର୍ଯ୍ୟ  କରାଯାଇଛି |
ଓଡ଼ିଶା କାଜୁ ଉନ୍ନୟନ ନିଗମ ଲି ସହିତ ବୁଝାମଣା ପତ୍ର ଅନୁସାରେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତବର୍ଷ କାଜୁ ବଗିଚା ନିଲାମ ଓ ଉନ୍ନତମାନର କାଜୁ କଲମୀ ଚାରା ଉତ୍ପାଦନ ଓବିକ୍ରିର ମୋଟ ଆୟ ଲକ୍ଷ୍ୟ ଧାର୍ଯ୍ୟ ପରିମାଣ ୨୪ କୋଟିରୁ ୨୮ କୋଟିକୁ ବୃଦ୍ଧି କରାଯାଇଛି |  ରାଜ୍ୟରେ କାଜୁ ଚାଷରବର୍ଦ୍ଧିତ ଚାହିଦା ପୂରଣ ଦୃଷ୍ଟିରୁ ଚଳିତବର୍ଷର ଉନ୍ନତ ମାନ କାଜୁ କଲମୀ ଚାରା ଉତ୍ପାଦନ ପରିମାଣକୁ ୩୮ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ଏହା ଦ୍ୱାରା ବିଗତ ବାତ୍ୟା ଦ୍ୱାରା କ୍ଷୟକ୍ଷତି ହୋଇଥିବା ବୃକ୍ଷର ଭରଣା ସଙ୍ଗେ ସଙ୍ଗେ, କୃଷି ଓ କୃଷକ ସଶକ୍ତିକରଣବିଭାଗ ଓଡ଼ିଶା ସରକାରଙ୍କରବୃକ୍ଷରୋ ପଣ କାର୍ଯ୍ୟକ୍ରମ ଓ ପରିବେଶ ସନ୍ତୁଳନରେ ବିଶେଷ ସହାୟକ ହୋଇ ପାରିବା ଏତଦ୍ବ୍ୟତୀତ ରାଜ୍ୟ ସରକାରଙ୍କ ରାଜସ୍ୱବୃଦ୍ଧି ସହିତ ଗ୍ରାମାଞ୍ଚଳର ତଫସିଲଭୁକ୍ତ ଜାତି, ଜନଜାତି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର  ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ |
ସେହ ପରି ଓଡ଼ିଶା କୃଷି ଶିଳ୍ପ ନିଗମ ସହିତବୁଝାମଣା ପତ୍ର ଅନୁଯାୟୀ ଏହାକୁ ସ୍ୱାବଲମ୍ବୀ କରିବା ସହିତ ଚଳିତବର୍ଷ  ପାଇଁ ୪୬୭.୧୧ କୋଟି ଟଙ୍କାରବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି | ଏଥିରେ ନିଗମ ୨୨୬୨ଟି ଟ୍ରାକ୍ଟର , ୫୩୦୦୪ ମେଟ୍ରିକ ଟନ୍ ରାସାୟନିକ ସାର ଓ ୧୧୪୯୨ କେକ୍ଟର ଜମିକୁ ଜଳ ଯୋଗାଣ ପାଇଁ ପ୍ରକଳ୍ପମାନ ସ୍ଥାପନ କରିବାକୁ ଯୋଜନା କରାଯାଇଛି |
ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ କୁମାର ଧଳା, କୃଷି ଓ କୃଷକ ସଶକ୍ତିକରଣବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାରଙ୍କ ସମେତ ବିଭାଗୀୟବରିଷ୍ଠ ଅଧିକାରୀଙ୍କ ସମେତ ହିନ୍ଦୁସ୍ଥାନ ଇନ୍ସେକଫିସାଇଡ୍, ନାଫେଡ୍, "ଦ୍ୱାରା ଟ୍ରଷ୍ଟ' ଓ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ |

0
0
0
s2sdefault