ହେଡଲାଇନସ୍:

ଅମଲାପଡା ବ୍ରାହ୍ମଣୀ ଦେବୀ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କନ୍ଧମାଳ : ଫୁଲବାଣୀ ସଦର ମହକୁମା ସ୍ଥିତ ଆମଲା ପଡା ବ୍ରାହ୍ମଣି ଦେବୀ ମନ୍ଦିରରୁ ଗତକାଲି ରାତିରେ ଜଣେ ଦୁର୍ବୁତ୍ତ ହୁଣ୍ଡିବାକ୍ସ ଭାଙ୍ଗି, ଭକ୍ତମାନେ ଦେଇଥିବା ଦାନ ଅର୍ଥ ନେଇଯାଇଥିବା ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ ହୋଇଛି । ମନ୍ଦିର ପୂଜାରୀ ପ୍ରଥମେ ପୂଜାକରିବାକୁ ଆସି ହୁଣ୍ଡି ଭଙ୍ଗା ଘଟଣାକୁ ଦେଖି ମନ୍ଦିର କମିଟି କୁ ଜଣାଇଥିଲା । ମନ୍ଦିର କମିଟି କର୍ମକର୍ତ୍ତା ଆସି ଘଟଣା ଦେଖିବାପରେ ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭଙ୍ଗା ଯାଇଥିବା ହୁଣ୍ଡିବାକ୍ସରୁ ୫୭୭ ଟଙ୍କା ଜବତ କରି ମନ୍ଦିର କମିଟିକୁ ହସ୍ତାନ୍ତର କରି ଥିବାବେଳେ ୧୦୫ /୧୯ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଭାବେ ଏସ ଆଇ- ଡି. ସାମନ୍ତସିଂହାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଜାଗଦାନନ୍ଦ ଜେନା ପ୍ରକାଶ କରିଛନ୍ତି ।

0
0
0
s2sdefault