ହେଡଲାଇନସ୍:

ବରଗଡ ଜିଲ୍ଲାରେ ଧାନ କିଣା ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ ବିଧାୟକ ଦେବେଶ ଆଚାର୍ଯ୍ୟ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ଼ - ବିଧାନସଭାରେ ଧାନ କିଣା ପ୍ରସଙ୍ଗ ଉଠିଛି । ଧାନ କିଣାରେ ହେଉଥିବା ଅବ୍ୟବସ୍ଥା ସଂମ୍ପର୍କରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଲେ ଯେ ୨୦୦୨ ମସିହାରେ ରାଜ୍ୟରେ ଧାନର ଅଭାବି ବିକ୍ରୀ ସମସ୍ୟା ଦେଖାଦେବା ପରେ ରାଜ୍ୟ ସରକାର ଅନେକ ନୀତି ନିୟମ ପ୍ରଣୟନ କରିଛନ୍ତି । ଯୋଗାଣ ନିଗମ ସହିତ ଧାନ କ୍ରୟ ସଂସ୍ଥା ପ୍ରାଥମିକ କୃଷି ସେବା ସମବାୟ ସମିତି (ପେକ୍ସ)ର ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ମଣ୍ଡି ହେଣ୍ଡଲିଂ ବାବଦରେ ପେକ୍ସକୁ କମିଶନ ଦିଆଯାଉଛି । ଏଗ୍ରିମେଂଟ ଅନୁସାରେ ଚାଷୀ ମାନଙ୍କୁ ପେକ୍ସ ଯେଉଁ ସୁବିଧା ଦେବା କଥା ଦେଉନାହାନ୍ତି । ସରକାର ଏଦିଗରେ କଣ ପଦକ୍ଷେପ ନେବେ ? ଗନି ବେଗ ଡ଼େପ୍ରିସିଏସନ ବାବଦରେ ସରକାର କେତେ ଟଙ୍କା ଦେଇଛନ୍ତି, ସେହି ଟଙ୍କା କାହା ପାଖକୁ ଯାଇଛି ? ମଣ୍ଡି ଲେବର ଚାର୍ଜେସ କାହାକୁ ଦିଆଯାଇଛି? ବରଗଡ଼ ଜିଲ୍ଳାର କିଛି ମିଲର୍ସ ଏବାବଦରେ ସରକାରଙ୍କୁ ବିଲ ଦେଇଛନ୍ତି । ପ୍ରାପ୍ୟ ପ୍ରଦାନ ପାଇଁ କିଛି ପ୍ରକ୍ରିୟା ହୋଇଛିକି ବୋଲି ପ୍ରଶ୍ନ କରିଛନ୍ତି ।
ସେହିପରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ କିଭଳି ପ୍ରଣାଳୀରେ ହେବ ? ମଣ୍ଡିରେ ଆବଶ୍ୟକ ଯନ୍ତ୍ରପାତି କିଣିବା ପାଇଁ କଣ ବ୍ୟବସ୍ଥା ରହିଛି ? ନିୟନ୍ତ୍ରୀତ ବଜାର କମିଟିର ଆର୍ôଥକ କ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆ ଯାଇପାରିବ କି ବୋଲି ବିଧାୟକ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ସର୍ଭର ଖରାପ ଯୋଗୁଁ ୬ ହଜାର କୁଇଣ୍ଟାଲ ଧାନ ଅପଲୋଡ଼ ହୋଇପାରିନାହିଁ ବୋଲି ସେ କହିଥିଲେ ।
ଏହି ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ ସ୍ୱୟ ସହାୟକ ଗୋଷ୍ଠୀ ଧାନ କିଣିବା ପ୍ରସଙ୍ଗ ଗୃହର ସମସ୍ତ ସଦସ୍ୟକୁ ଅବଗତ କରିବା ପରେ କାର୍ଯ୍ୟକାରୀ ହେବ ବୋଲି କହିଥିଲେ । ଗନି ବେଗ ଏବଂ ଅନ୍ୟ ପ୍ରସଙ୍ଗ ଗୁଡ଼ିକର ତଦନ୍ତ ପରେ ଉତ୍ତର ଦେବେ ବୋଲି ମନ୍ତ୍ରୀ କହିଥିଲେ ।  ରାଜ୍ୟରେ ଧାନ କିଣାବିକା ଏକ ସମ୍ବେଦନଶୀଳ ଏବଂ ଜଟିଳ ପ୍ରସଙ୍ଗ, କଟନି ଛଟନି, ଧାନ ମହଜୁଦ ଆଦି ବିଭିନ୍ନ ସମସ୍ୟା ଏଥିରେ ରହିଛି, ତେଣୁ ମାନ୍ୟବର ମନ୍ତ୍ରୀ ଏହାର ସମୀକ୍ଷା କରି ଉଚିତ ପଦକ୍ଷେପ ନେବାକୁ ବିଧାନସଭା ବାଚଷ୍ପତି ଅନୁରୋଧ କରିଥିଲେ । ବିଧାୟକ ଭୁପିନ୍ଦର ସିଂ ମଧ୍ୟ ଆଗାମୀ ଖରିଫରେ ଚେଶଟଚାଷୀ ଯେପରି ମଣ୍ଡିରେ ଧଶନ ବିକ୍ରୀ କରିପାରିବେ ସେ ନେଇ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ

0
0
0
s2sdefault