ହେଡଲାଇନସ୍:

ଜଗତସିଂହପୁର:ସ୍ୱାଧୀନତା ସଂଗ୍ରାମୀ ଭାଗିରଥୀ ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି)- ଜଗତସିଂହପୁର ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ଭାଗିରଥୀ ମହାପାତ୍ର ସ୍ମୃତି କମିଟି ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଭାଗିରଥୀ ମହାପାତ୍ରଙ୍କ ୪୫ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ପ୍ରଥମେ ଜିଲ୍ଲାପାଳ ଓ ଅନ୍ୟ ଅତିଥିମାନେ ପୌରପରିଷଦ ପରିସରରେ ଥିବା ଭାଗିରଥୀ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଓ କଲ୍ୟାଣମଣ୍ଡପ ଠାରେ ସରଳା ଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ପରେ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଭାଗିରଥୀ ମହାପାତ୍ର ଜଣେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ବାସ୍ତବବାଦୀ ଏବଂ ରାଜନୈତିକ ବ୍ୟକ୍ତିତ୍ୱ ସହ ନିଷ୍ଠାପର ସମାଜସେବୀ ଥିଲେ।ଏଥି ସହିତ ଅଳକାଶ୍ରମ ପ୍ରତିଷ୍ଠାରେ ତାଙ୍କର ଅବଦାନ ଥିଲା।ଆସନ୍ତା ବର୍ଷ ଏହି ପବିତ୍ର ଶ୍ରାଦ୍ଧ ଦିବସ ଅଳକାଶ୍ରମ ସ୍ମୃତି ଭବନ ନିର୍ମାଣ କରାଯାଇ ସେହିଠାରେ ପାଳନ କରାଯିବ।ଅଳକାଶ୍ରମ ନିର୍ମାଣ ନିମନ୍ତେ ଏକ କମିଟି ଗଠନ କରାଯାଇ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କର ଜନ୍ମ ଓ ଶ୍ରାଦ୍ଧ ଦିବସ ପାଳନ କରାଯିବ ବୋଲି ପ୍ରକାଶ କରିଥିଲେ।ଏହି ଶ୍ରାଦ୍ଧ ଦିବସରେ ଇଂ ପ୍ରଭାକର ସ୍ୱାଇଁ ଅଧ୍ୟକ୍ଷତା କରି ଜିଲ୍ଲାର ମହାପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ଏକ ପୁର୍ଣ୍ୟକାର୍ଯ୍ୟ ଏଦିଗରେ ଜିଲ୍ଲାପାଳଙ୍କ ଉଦ୍ୟମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜଣେ ଦକ୍ଷ ପ୍ରଶାସକ,ବିଶିଲେଖକ,ଗାଳ୍ପିକ, ଔପନ୍ୟାସିକ ସହିତ ତାଙ୍କର ସାରସ୍ୱତ ସାଧନା ପାଇଁ ସେ ବହୁବାର ସମ୍ମାନିତ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ।ସମ୍ମାନିତ ଅତିଥିଭାବେ ସୁଦକ୍ଷ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଡଃ ସତ୍ୟରାୟ ଯୋଗଦେଇ ବର୍ତ୍ତମାନ ଯୁବସମାଜ ପୂଜ୍ୟ ପୂଜାକୁ ଭୁଲିଯାଉଛି।ଆଗାମୀ ବର୍ଷ ସାରାଭାରତ ବର୍ଷରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ହେବାକୁ ଯାଉଛି।ଏହି ଅବସରରେ ଜିଲ୍ଲାସ୍ତରରେ ପ୍ରବନ୍ଧ,ବକୃତା,ଜଣାଅଜଣା ପୁସ୍ତକ ପ୍ରକାଶନ ଆୟୋଜନ କରିବାକୁ ସେ ଅନୁରୋଧ କରିଥିଲେ।ମୁଖ୍ୟ ବକ୍ତାଭାବେ ଡଃ ପାବକ କାନୁନଗୋ ଯୋଗଦେଇ ମହାତ୍ମାଗାନ୍ଧୀ, ଗୋପବନ୍ଧୁ ଦାଶ ଏବଂ ଭାଗିରଥୀ ମହାପାତ୍ରଙ୍କ ଉଦ୍ୟମରେ ପ୍ରଥମେ ଓଡିଶାରେ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା।ଓ ସେ ତାହାର ସଂପାଦକ ଥିଲେ।ଏହି ଦିବସରେ ବିଶିଷ୍ଟ ସମାଜସେବୀ ତଥା ଭାଗିରଥୀ ମହାପାତ୍ରଙ୍କ ଦାୟାଦ ବିନାୟକ ପଟ୍ଟନାୟକ ଯୋଗଦେଇ ଭାଗିରଥୀ ମହାପାତ୍ର ଜଣେ ଋଷିପ୍ରତିମ ରାଜନୈତିକ ବ୍ୟକ୍ତିତ୍ୱ ଥିଲେ।ଏଥିସହିତ ଅଳକାଶ୍ରମ ସ୍ମୃତିଭବନ ନିର୍ମାଣ ନିମନ୍ତେ ସେ ସମସ୍ତ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ।ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଲେଖକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଯୋଗଦେଇ ଆସନ୍ତା ବର୍ଷ ଶ୍ରାଦ୍ଧ ଦିବସରେ ଭାଗିରଥୀ ମହାପାତ୍ରଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ହେବା ସହିତ ଅଳକାଶ୍ରମରେ ଶତବାର୍ଷିକୀ ପାଳନ କରାଯିବ ବୋଲି କହିଥିଲେ।ଭାଗିରଥୀ ମହାପାତ୍ରଙ୍କ ନାତି ଲକ୍ଷ୍ମୀ ପ୍ରକାଶ ମହାପାତ୍ର ଯୋଗଦେଇ ଭାଗିରଥୀ ମହାପାତ୍ରଙ୍କ ଜୀବନୀ ଆଦର୍ଶ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ପୌରପରିଷଦର ସହଯୋଗରେ ଆୟୋଜିତ ଏହି ଶ୍ରାଦ୍ଧ ଦିବସରେ ପୌରପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରା ସ୍ୱାଗତ ସୂଚନା ପ୍ରଦାନ କରିଥିଲେ।ଏହି ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଞ୍ଜନ କୁମାର ଦାସ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ଭାଗିରଥୀ ମହାପାତ୍ରଙ୍କ ଦାୟାଦ ବିମଳେନ୍ଦୁ ମହାପାତ୍ର,ନାତି,ନାତୁଣୀ ବୋହୂ ଓ ପୌରକର୍ମଚାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

0
0
0
s2sdefault