ହେଡଲାଇନସ୍:

ମିଶନ ଶକ୍ତି ମହିଳା ଗୃପ ସଦସ୍ୟାମାନଙ୍କୁ ମତ୍ସ୍ୟଚାଷ ସମ୍ପର୍କିତ ତାଲିମ ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ମିଶନ ଶକ୍ତି ମହିଳା ଗୃପ ସଦସ୍ୟା ମାନଙ୍କ ଜରିଆରେ ପଂଚାୟତ ସ୍ତରୀୟ ପୋଖରୀ ମାନଙ୍କରେ ମାଛ ଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ଜିଲା ମତ୍ସ୍ୟ ବିଭାଗ ଆନୁକୁଲ୍ୟରେ ଶୁକ୍ରବାର ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ତାଲିମ ପ୍ରଦାନ କରାଯାଇଛି । ଅନୁଷ୍ଠିତ ତାଲିମ ଶିବିରରେ ଓଡ଼ଗାଁ ଓ ରଣପୁର ବ୍ଲକର ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଠୀର ୩୦ ଜଣ ମହିଳା ପ୍ରତିନିଧି ଏଥିରେ ଅଂଶ ଗ୍ରହଣ କରିଥିଲେ । ଅଧିକାରୀମାନେ ମତ୍ସ୍ୟ ପାଳନ ନିମନ୍ତେ ଉପସ୍ଥିତ ମହିଳା ଶିବିରାର୍ଥୀଙ୍କୁ  ଯାଆଁଳା ଉତ୍ପାଦନ, ମତ୍ସ୍ୟ ଚାଷ ସମ୍ପର୍କରେ ସମସ୍ତ ବୈଷୟିକ ତାଲିମ ପ୍ରଦାନ କରିଥିଲେ । ଏହି ସମୟରେ ମାଛ ମାନଙ୍କୁ ହେଉଥିବା କେତେକ ସଂକ୍ରମଣ ରୋଗ ଓ ତାର ନିରାକରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ ପଂଚାୟତରେ ଥିବା ପୋଖରୀରେ ମିଶନ ଶକ୍ତି ମହିଳାମାନଙ୍କୁ ସରକାରୀ ଧାର୍ଯ୍ୟ ଦରରେ ପ୍ରଦାନ କରି ମାଛ ଚାଷ କରି ନିଜର ଆୟ ବୃଦ୍ଧି କରିବାରେ ସକ୍ଷମ ହୋଇପାରିବେ । ଏହାଦ୍ୱାରା ସେମାନଙ୍କ ଆର୍ଥିକ ଅବିବୃଦ୍ଧି ହେବା ସହିତ ପାରିବାରିକ ଓ ସାମାଜିକ ସ୍ଥତିରେ ଦୃତ ବିକାଶ ହୋଇପାରିବ ।  ଓଡ଼ଗାଁ ବ୍ଲକ ଆତ୍ମା ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ଶିବିରକୁ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ପୁରୀ  ମତ୍ସ୍ୟ  ଉପନିର୍ଦ୍ଦେଶକ ସୁବଳ ଚନ୍ଦ୍ର ମହାନ୍ତି , ନୟାଗଡ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସବିତା ଦାସ, ନୟାଗଡ ସହକାରୀ ମତ୍ସ୍ୟ ଅଧିକାରୀ ପୁଲିନ କୁମାର ମହାନ୍ତି, ଓଡ଼ଗାଁ ସହକାରୀ ମତ୍ସ୍ୟ ଅଧିକାରୀ ମନୋଜ କୁମାର ବେହେରା ଓ ରଣପୁର ସହକାରୀ ମତ୍ସ୍ୟ ଅଧିକାରୀ  ଇତିଶ୍ରୀ ସାହୁ ଶିବିରାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ମିଶନ ଶକ୍ତି ସଂଯୋଜକ ପ୍ରକାଶ କୁମାର ପାତ୍ର, ମୃତ୍ୟୁଞ୍ଜୟ ବେହେରା ଶିବିରରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ରବିବାର ଦିନ ତାଲିମପ୍ରାପ୍ତ ମହିଳାମାନଙ୍କୁ ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀରେ ଠାରେ ଥିବା ଫାର୍ମକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ଅଧିକ ଜ୍ଞାନ ଆହାରଣ କରିବା ନିମନ୍ତେ ସ୍ଥିରକରାଯାଇଛି ।

0
0
0
s2sdefault