ହେଡଲାଇନସ୍:

ଖାକି ବର୍ଦ୍ଦିରେ ପୁଣି ଲାଗିଲା କଳଙ୍କ : ଫେସବୁକ ପ୍ରେମ... ତାପରେ ପ୍ରତାରଣା,,,ବନ୍ଧା ହେଲେ ପୋଲିସ ଯବାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ :-ଫେସବୁକ ଚାଟ, ତାପରେ ପ୍ରେମ , ତାପରେ ନିବିଡ଼ତା ଭିତରେ ପ୍ରତାରଣା । ଆଉ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଉଠା । ଆଉ ଶେଷରେ ତାକୁ ସୋସିଆଲ ମେଡିଆରେ ଭାଇରାଲ କରି ଫେସବୁକ ପ୍ରେମିକାଙ୍କୁ ବଦନାମ କରିବା । ତାପରେ ପ୍ରେମିକାଙ୍କୁ ଏତଲା ପରେ ପୋଲିସ ଗିରଫ କଲା  ପ୍ରତାରକ ଫେସବୁକିଆ ପ୍ରେମିକକୁ । ଆଉ ଏଇ ପ୍ରତାରକ ପ୍ରେମିକ ଜଣକ ଆଉ କେହି ନୁହଁନ୍ତି । ଖୋଦ ଜଣେ ପୋଲିସ କର୍ମଚାରୀ । ମାନେ....ଜଣେ ଏସଓଜି ଯବାନ । 

ଫେସବୁକ ପ୍ରେମ, ଏହାପରେ ଶାରାରୀକ ସମ୍ୱନ୍ଧ ତାପରେ ସମ୍ୱନ୍ଧ ରଖିଥିବା ଭିଡ଼ିଓ,ଏମିତି ଏକ ସଙ୍ଗିନ ଅଭିଯୋଗ ହୋଇଛି ସ୍ପେସିଆଲ ଅପରେସନ ଗ୍ରୁପରେ କାର୍ଯ୍ୟରତ ଥିବା କନେଷ୍ଟବଳ ଭିକୁ କୁଜୁରଙ୍କ ନାମରେ ।  ସୁନ୍ଦରଗଡ଼ ସଦର ଥାନା ପୋଲିସ  ଗିରଫ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ପୋଲିସ ।

କନେଷ୍ଟବଳ ଙ୍କ ଘର ସଦର ଥାନା ଅନ୍ତର୍ଗତ ଟେଡଗାମୁହାଣ ଗ୍ରାମ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଭୟ ବିବାହିତ, ଯାହା ଜିଲ୍ଲାରେ ଚର୍ଚ୍ଚାର୍  ବିଷୟ । ପୋଲିସ ପାଖରୁ ଯାହା ଶୁଣିବାକୁ ମିଳୁଛି ଉଭୟଙ୍କ ଫେସବୁକରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଫେସବୁକ ରୁ ଚାଟିଙ୍ଗ କରୁକରୁ ଉଭୟଙ୍କ ପ୍ରେମ ସମ୍ପର୍କ ନିବିଡ଼ ରୂପ ନେଇଥିଲା ।  ଭଲପାଇବା ନିଶା ରେ ଏତେ ମାତ୍ରାରେ ଉବୁଟୁବୁ ହେଲେ ଯେ ବିବାହିତ କଥା ଭୁଲିଯାଇ ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ହୋଇଯାଇ ଥିଲେ | କୋରାପୁଟ ଜିଲ୍ଲାରେ ଏସଓଜି ରେ ନିୟୋଜିତ ଥିବା ଭିକୁ ମୌକା ଦେଖି ସଂପୃକ୍ତ ମହିଳାଙ୍କୁ ଗତ ଜୁନ୧୪ ତାରିଖରେ କୋରାପୁଟ କୁ ଡକାଇଥିଲେ  । ସେଠାରେ ଏକ ହୋଟେଲ ରୁମ ନେଇ ଦୁଇଦିନ କାଳରହି ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ |ଏହାପରେ ମହିଳା ଜଣକ ମଝି ମଝିରେ ଆହୁରି ଦୁଇଥର  ଭିକୁ ପାଖକୁ ଯାଇଥିଲେ ଓ ଦୁହିଁଙ୍କର ମଧ୍ୟରେପୁଣି ଶାରୀରିକ ସମ୍ପର୍କ ହୋଇଥିଲା ହେଲେ  ମୋବାଇଲ ଯୋଗେ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରିନେଇଥିଲେ ଭିକୁ | ହେଲେ ମହିଳା ଜଣଙ୍କ ଘରକୁ ଆସିବା ପରେ ଭିଡ଼ିଓ କୁ ଭାଇରଲ କରିଦେଇଥିଲା ଭିକୁ | ଏହା ଜାଣିବାକୁ ପାଇବା ପରେ ଗତ ଜୁଲାଇ୨୬ତାରିଖରେ ସୁନ୍ଦରଗଡ଼ ସଦର ଥାନାରେ ଏତଲା ଦେଇଥିଲେ ମହିଳା |  ସଦରଥାନା ପୋଲିସ ଏତଲା ଆଧାରରେ ତଦନ୍ତ ଚଳାଇଥିଲା ,ସବୁ ତଥ୍ୟ ଜାଣିବା ପରେ ଆଜି ଅଭିଯୁକ୍ତ କୁ ଗିରଫ କରିଥିଲା ପୋଲିସ |

ଏଠାରେ ସୂଚନାଯୋଗ୍ୟ ପିଡ଼ିତା ମହିଳା୨୦୧୬ ମସିହାରେ ବିବାହ କରିଥିବା ବେଳେ ଅଭିଯୁକ୍ତ କନେଷ୍ଟବଳର୍ ୭ବର୍ଷ ର୍ ପୁଅଟେ ଅଛି  |

0
0
0
s2sdefault