ହେଡଲାଇନସ୍:

ପ୍ରେମ , ପ୍ରତାରଣା ଆଉ ଜେଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- (ଗୌରାଙ୍ଗ ଚରଣ ଦାସ) ଆଜି ସକାଳେ ପାଇକମାଲ ଥାନା ଅନ୍ତର୍ଗତ ରସମୁଣ୍ଡା ଗ୍ରାମର ଜଣେ ଯୁବତୀ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିକଟରେ ଲିଖିତ ଅଭିଯୋଗ କଲା ଯେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ଥାନାର ବଗଝରନ ଗ୍ରାମର ଘନଶ୍ୟାମ ବରିହା(25)ଦୀର୍ଘ ଏକ ମାସ ହେଲା ତାକୁ ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ ରଖି ଆସୁଥିଲା । ଯୁବତୀ ଜଣକ ଘନଶ୍ୟାମ କୁ ବାହା ହେବା ପାଇଁ ବାଧ୍ୟ ଜରିବାରୁ ଘନଶ୍ୟାମ ତାକୁ ଆଣି ଗାଁରେ ଛାଡି ଫେରାର ହେଇ ଯାଇଛି । ଯୁବତୀ ପାଖରୁ ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ତୁରନ୍ତ କାର୍ଯନୁଷ୍ଠାନ ଗ୍ରହଣ କରି ଖପ୍ରାଖୋଲ ନିକଟରୁ ଅଭିଯୁକ୍ତକୁ ଧରିବାରେ ସଫଳ ହେଇଥିଲେ । ଅଭିଯୁକ୍ତକୁ ପ୍ରଥମେ ପାଇକମାଲ ଥାନାକୁ ଅଣାଯାଇଥିଲା । ଏହାପରେ ପଦ୍ମପୁର ଉପଖଣ୍ଡ ଡାକ୍ତର ଖାନାରେ ଡାକ୍ତରୀ ମୁଆଇନା ହେବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ପିଡ଼ିତା ଙ୍କର ଅଭିଯୋଗ ଆଧାରରେ ପାଇକମାଲ ଥାନାରେ କେଶ ନମ୍ବର 126 ଧାରା 376, 267 , 417,506 ମାମଲାର ପରବର୍ତ୍ତୀ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ମନବୋଧ ଜଣାଇଛନ୍ତି ।

0
0
0
s2sdefault