ହେଡଲାଇନସ୍:

ଅବକାରୀ ଚଢ଼ାଉ : 5kg ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବରଗଡ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ନିର୍ଦେଶରେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ମକରଦ୍ବଜ ବର୍ଗେ ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଦ୍ମପୁର ଅବକାରୀ ନିରୀକ୍ଷକ ଶ୍ରୀ ଲଳିତ ମୋହନ ମିଶ୍ର ଓ ଉପନିରୀକ୍ଷକ ଶ୍ରୀ ହେମକାନ୍ତ ସୁନା ଙ୍କର ନେତୃତ୍ୱରେ ପଦ୍ମପୁର ଥାନା ଅନ୍ତର୍ଗତ ଲୋହାରପାଲି ଗ୍ରାମର ନିଳାମ୍ବର ନେଗୀ ର ଘରେ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଅବକାରୀ ଦଳକୁ ନିଳାମ୍ବର ର ଘରୁ 5kg ଗଞ୍ଜେଇ ମିଳିଥିଲା। ମିଳିଥିବା ଗଞ୍ଜେଇ କୁ ଜବତ କରିବା ସହିତ ଅଭିଯୁକ୍ତ ନିଳାମ୍ବର କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ଜମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଜେଲକୁ ପଠେଇ ଦିଆଯାଇଛି । ଏହି ଚଢ଼ାଉରେ ନନ୍ଦ କିଶୋର ପ୍ରଧ୍ସଂ , ସୁକାନ୍ତ ବଢ଼େଇ , ମୁକେଶ ବିଶ୍ୱାଳ , ତରକାନ୍ତି ପ୍ରମୁଖ ଉପସ୍ଥିତ ଥିଲେ

0
0
0
s2sdefault