ହେଡଲାଇନସ୍:

ଅଶାକର୍ମୀଙ୍କୁ ଚିକିତ୍ସାଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ : ଜିଲ୍ଲାପାଳଙ୍କ ପାଖରେ ଦେଲେ ଫେରାଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଆଶାକର୍ମୀ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏନେଇ ଆଶା କର୍ମୀମାନେ ଆଜି ବରଗଡ଼ ଜିଲ୍ଳାପାଳଙ୍କୁ ଭେଟି ତାଙ୍କର ବଦଳି କରାଯିବାକୁ ଦାବି କରିଛନ୍ତି । ଆଶା ମାନଙ୍କ କାମ ବାହାରେ ଅଧିକ କାମ କରିବାକୁ ଡ଼ାକ୍ତର ଜଣକ କହୁଛନ୍ତି । ଏପରିକି ରାତି ଅଧରେ ରୋଗୀ ମାନଙ୍କୁ ତାଙ୍କ ନିକଟକୁ ଆଣିବାକୁ ଫୋନ କରି କହୁଛନ୍ତି । ଗର୍ଭବତୀ ଓ ପ୍ରସୂତୀ ମାନଙ୍କୁ ରେଫର କରାଗଲେ ରୋଗୀ ଯେତେଦିନ ପର୍ଯ୍ୟନ୍ତ ଡ଼ାକ୍ତରଖାନାରେ ରହିବେ ଆଶା ଦିଦିମାନେ ତାଙ୍କ ସହିତ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି । ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ଭଟଲି ଯିବାକୁ ଡ଼ାକ୍ତର ଆଶା ଦିଦି ମାନଙ୍କୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ତାଙ୍କୁ ବଦଳି କରାନଗଲେ କାମ ବନ୍ଦ କରିବୁ ବୋଲି ଆଶା ଦିଦିମାନେ ଚେତାବନୀ ଦେଇଛନ୍ତି ।

ତେବେ ଏନେଇ ଭୁକ୍ତା ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ହିତାକାଂକ୍ଷୀ ପ୍ରଧାନଙ୍କୁ ପଚାରିବାରୁ ସେ ଅଭିଯୋଗ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି । କିଛିଦିନ ହେବ ଭୁକ୍ତାରେ ତାଙ୍କୁ ନିଯୁକ୍ତି ମିଳିଛି । ଭୁକ୍ତା ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତର ବିଷ୍ଣୁ ପ୍ରସାଦ କିନାରା ଗତ ଜୁନ ମାସରୁ ଛୁଟୀରେ ଥିବାବେଳେ ତାଙ୍କୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଏକ ଟ୍ରେନିଂରେ ଯିବାପାଇଁ ନି;ର୍ଦ୍ଦଶ ଦିଆଯାଇଛି । ଭୁକ୍ତା ପରି ଏକ ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ସୁଧାର ଆଣିବା ପାଇଁ ମୁଁ ଉଦ୍ୟମ କରୁଛି । ମାତ୍ର କେତେକ ଦୁର୍ନିତିଗ୍ରସ୍ତ କର୍ମଚାରୀ ଏହି ସୁଧାରକୁ ଚାହୁଁନାହାନ୍ତି । ଭୁକ୍ତା ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେବା ପରେ ସ୍ୱାସ୍ଥ୍ୟ ସେବାରେ କିଛିଟା ଉନ୍ନତି ଘଟିଛି ।

ଏହି ଅଞ୍ଚଳରେ ମହିଳା ଏବଂ ଶିଶୁମୃତ୍ୟୁହାର ରୋକିବା ପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି । ରାତି ଅଧରେ ମଧ୍ୟ ମୁଁ ଆବଶ୍ୟକ ପଡ଼ିଲେ ରୋଗୀମାନଙ୍କ ଚିକିତ୍ସା କରୁଛି । ଆଶା କର୍ମୀଙ୍କୁ ଦାଙ୍କର କାମ ଠିକ ଭାବରେ କରିବା ପାଇଁ କହିବା କଣ ଭୁଲ ଅଟେ? ଜରୁରୀ ସମୟରେ ଯଦି କେଉଁ ଆଶା କର୍ମୀଙ୍କୁ ରୋଗୀଙ୍କୁ ଯଦି ସାହାଯ୍ୟ କରିବା ପାଇଁ କହିଛି ମୋର ଭୁଲ ରହିଲା କେଉଁଠି । କେନ୍ଦୁଝରନ ଗାଁର ଜଣେ ନବଜାତ ଶିଶୁର କମ ଓଜନ ଥିବାରୁ ନଜର ରଖିବାକୁ ସେଠାକାର ଏଏନଏମ ଙ୍କୁ କହିଥିଲି । ମାତ୍ର ସେ ତାଙ୍କ ଦାୟିତ୍ୱ ଠିକ ଭାବରେ ନିର୍ବାହ କଲେ ନାହିଁ । ମୁଁ ଦାୟିତ୍ୱରେ ଯୋଗଦେବାପରେ ଏଠାକାର ଦୁର୍ନିତିଗ୍ରସ୍ତ କର୍ମଚାରୀ ଭୟଭୀତ ହୋଇପଡ଼ିଛନ୍ତି । ସେମାନଙ୍କ ଅସାଧୁ କାରବାର ସବୁ ବନ୍ଦ ହୋଇଯାଇଛି । ସେଥିପାଇଁ କିପରି ମତେ ଏଠାରୁ ବଦଳି କରିବେ ଲାଗିଛନ୍ତି ବୋଲି ଡ଼ାକ୍ତର ପ୍ରଧାନ କହିଛନ୍ତି । ତେବେ ଘଟଣାର ପ୍ରକୃତ ତଦନ୍ତ କରାଯାଇ ବିବାଦର ସମାଧାନ କରାଯିବାକୁ ମତପ୍ରକାଶ ପାଇଛି ।

0
0
0
s2sdefault