କିଶୋର ନ୍ୟାୟ ଆଇନ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କିଶୋର ନ୍ୟାୟ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲା ତଥା ଦୌରା ଜଜ ବିଶ୍ଵଜିତ ଦାଶ ଯୋଗଦେଇ ଶୁଭ ଉଦ୍ଘାଟନ କରି ପିଲା ମାନଙ୍କ ପାଇଁ ଉଦ୍ଧିଷ୍ଠ ବହୁ ମହତ କଥା ଓ ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ଅରୁଣ କୁମାର ସାହୁ , ପ୍ରାଧିକରଣ ସମ୍ପାଦିକା ସୁଶ୍ରୀ ଦୀପା ଦାଶ ,  କୋର୍ଟ ରେଜିଷ୍ଟ୍ର।ର  ଶୁଭଶ୍ରୀ ପ୍ରଧାନ ,ସବ୍ ଜଜ ବ୍ୟୋମକେଶ  ନାୟକ ,ଏସଡିଜେଏମ୍  ଚନ୍ଦ୍ରହାଶ ବେହେରା , ଜେଏମ୍ଏଫସି ସୁମିତ୍ରା କୁମାରୀ ଦାଶ , ଓକିଲ ସଂଘ ସଭାପତି ରାମନାଥ ମିଶ୍ର , ସମ୍ପାଦକ କୃଷ୍ଣ ମୋହନ ପଟ୍ଟନାୟକ ,ଓକିଲ ହୀରଚାନ୍ଦ ପଟ୍ଟନାୟକ, ସ୍ୱରୂପ ପାଳ ପ୍ରମୁଖ ଅଭିଭାଷଣ ଦେଇଥିଲେ । ଅତିଥି ଭାବେ ସି ଡବ୍ଲୁ ସି  ମେମ୍ବର ଅଳକା ସାହୁ , ଅନିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ରାଓଙ୍କ ସମେତ ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ ସମସ୍ତ କାର୍ଯ୍ୟକୁ ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ସଭା  ପରିଚାଳନା କରିଥିଲେ ।

0
0
0
s2sdefault