ହେଡଲାଇନସ୍:

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟରେ ରକ୍ତ ଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ରକ୍ତ ଦାନ ମହତ ଦାନ । ଆଜିର ଦିନରେ ପ୍ରତ୍ୟେକ ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ । ଏହି ଅଭାବ କୁ ପୂରଣ କରିବା ନିମନ୍ତେ ଆଗେଇ ଆସୁଛନ୍ତି ଅନେକ ଅନୁଷ୍ଠାନ , ସ୍ବେଛାସେବୀ ସଂସ୍ଥା , ଓ ସମାଜସେବୀ ବନ୍ଧୁ । ଏହିକ୍ରମ ରେ ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଅନୁଷ୍ଠାନ ର ସଭାପତି ଶ୍ରୀ ସତ୍ୟ ଭୂଷଣ ସାହୁ ଏହି ଶିବିରକୁ ଉଦଘାଟନ କରିଥିଲେ । ଉଦଘାଟନ ପରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଅନୁଷ୍ଠାନ ର ସମ୍ପାଦକ ତଥା ଆଡ଼ମିନିଷ୍ଟ୍ରେଟର ଶ୍ରୀ ମନୋଜ କୁମାର ତ୍ରିବେଦୀ , ପ୍ରଫେସର ଶ୍ରୀ ସୁରେନ୍ଦ୍ର ସାହୁ , ଡା,ନାଇଡୁ ଜଗନ୍ନାଥ , ଅନୁଷ୍ଠାନ ର ଅଧ୍ୟକ୍ଷା ଡା,କାମିନୀ କର , ପଦ୍ମପୁର ରକ୍ତ ଭଣ୍ଡାର ର ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହନ୍ତ ପ୍ରମୁଖ ରକ୍ତ ର ଆବଶ୍ୟକତା ଓ ରକ୍ତ ଦାନର ଉପକାରୀତା ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇବା ସହିତ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ  ।

ପଦ୍ମପୁର ରକ୍ତ ଭଣ୍ଡାରର ଅଧିକାରୀ ଶ୍ରୀ ସଂଗ୍ରହ କେଶରୀ ମହନ୍ତ ଓ ତାଙ୍କର ସହଯୋଗୀ ପରେଶ ପଟ୍ଟନାୟକ, ଚିନ୍ତାମଣି ପଣ୍ଡା, ହିତେଶ ସାହୁ, ଜିତେନ୍ଦ୍ର ଗୁର୍ଲା, ଜିତେନ ଦାସ ଙ୍କର ଦ୍ୱାରା ପରିଚାଳିତ ଏହି ଶିବିର ରେ ଅନୁଷ୍ଠାନ ର 30 ଜଣ ଛାତ୍ରଛାତ୍ରୀ, କର୍ମଚାରୀ ଓ ଡାକ୍ତର ବନ୍ଧୁ ମାନେ ରକ୍ତଦାନ କରିଥିଲେ ।

0
0
0
s2sdefault