ହେଡଲାଇନସ୍:

ଜିଲ୍ଲା ସ୍ଵାସ୍ଥ୍ୟ ଅବ୍ୟବସ୍ଥାକୁ ନେଇ ୩ ତାରିଖ ୨୪ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଝାରସୁଗୁଡା (ଖୁର୍ସିଦ ଆଲାମ ଖାଁ) : ଝାରସୁଗୁଡ଼ା ଆସନ୍ତା ଅଗଷ୍ଟ ୩ ତାରିଖ ୨୪ ଘଣ୍ଟା ବନ୍ଦ ଡାକରା ଜୟ ଭୀମ ଘାସି ସମାଜ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଦ୍ବାରା ସୂଚନା ଦିଆଯାଇଛି |  ବନ୍ଦ ଡାକରା ର ମୁଖ୍ୟ ଉଦ୍ଦେଶ୍ୟ  ମଙ୍ଗଳବଜାରସ୍ଥିତ ପୁରୁଣା ଡାକ୍ତରଖାନାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ଏବଂ ୨୪ ଘଣ୍ଟିଆ ସେବା ପ୍ରଦାନ କରିବା ଇତ୍ୟାଦି ଆଲୋଚନା ପ୍ରଶାସନ ଏବଂ ଜୟ ଭୀମ ଘାସି ସମାଜ ମଧ୍ୟରେ ବିଫଳ ହୋଇଥିଲା । ବିଗତ କିଛି ମାସ ହେଲା ନୂତନ କୋଠାକୁ ମଙ୍ଗଳବଜାରରୁ ସମ୍ପୁର୍ଣ୍ଣ ସ୍ଥାନାନ୍ତର କରି ନିଆଯାଇଥିଲା । ସେଠାରେ ରୋଗୀମାନେ ବିଭିନ୍ନ ଭାବରେ ଆର୍ଥିକ ଶୋଷଣ ହୋଇଥିବା ବାରମ୍ବାର ଦେଖିବାକୁ ମିଳିଛି ଯଥା ନୂତନ ଡାକ୍ତରଖାନା ଜିବା ଆସିବା ପାଇଁ ଟେମ୍ପୋ ଭଡା ଏବଂ ଆଖ ପାଖରେ ସମ୍ପୁର୍ଣ୍ଣ ଔଷଧ ନ ମିଳିବା, ଭଲ ଖାଇବା ହୋଟେଲ ଏବଂ ଦୈନଦିନ ବ୍ୟବହାର ଜିନିଷ ମଧ୍ୟ ନ ମିଳିବା ଦ୍ୱାରା ରୋଗୀମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଯାହା ଦ୍ଵାରା ଝାରସୁଗୁଡା ସହରର ବୁଦ୍ଧିଜୀବୀମାନେ ସମାଲୋଚନା କରିବା ଦେଖା ଦେଇଛି। କିଛି ଦୀନ ତଳେ ସାମାନ୍ୟ ଭାବରେ ଜଳି  ଜାଇଥିବା ୯ ବର୍ଷର ଶିଶୁକୁ ପ୍ରାୟ ସପ୍ତାହ ପର୍ଯ୍ୟନ୍ତ ଖାମ ଖିଆଲୀ ଭାବରେ ଚିକିତ୍ସା କରିଥିଲେ ଏବଂ ଶିଶୁ ମୃତ୍ୟୁବରଣ କରିଥିଲା |  ଏହି ଘଟଣାର ୨ଦିନ ମଧ୍ୟରେ ସ୍ଥାନୀୟ ବୁରୋମାଳ ଅଞ୍ଚଳର ଏକ ଜଣେ ମହିଳାଙ୍କ ପ୍ରସୂତି ସମୟରେ ନର୍ସ ମାନଙ୍କ ଅବହେଳା ଦ୍ଵାରା ନବଜାତ ଶିଶୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡାକ୍ତରଖାନା ଘେରିଥିଲେ । ଏହି ସବୁ ସମସ୍ୟା ବହୁ ପରିମାଣରେ କମ୍ ହେବ ଯଦି ପୁରଶା ଡ଼ାକ୍ତରଖାନାକୁ ୨୪ ଘଣ୍ଟିଆ ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ଜୟ ଭୀମ ଘାସି ସମାଜ ପ୍ରଶାସନ ପାଖରେ ଦାବୀ ରଖିଛି | ଏହାକୁ ନେଇ  ପ୍ରଶାସନ ହାତ ଟେକି ଦେବା ଦ୍ୱାରା ୩ ତାରିଖ ୨୪ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି । ବନ୍ଦରେ ଯାନବାହାନ, ସରକାରୀ ବେସରକାରୀ ଅଫିସ ସ୍କୁଲ କଲେଜ , ଦୋକାନ ବଜାର ଆଦି ବନ୍ଦ ରହିବ ବୋଲି ଦର୍ଶାଯାଇଛି । ଅତ୍ୟାବଶ୍ୟକ ସେବା କୁ କେବଳ ବାଦ୍ ଦିଆଯାଇଥିବା ଦର୍ଶାଯାଇଛି ।

0
0
0
s2sdefault