ହେଡଲାଇନସ୍:

ଆତଙ୍କ : ଅଧାରେ ରହିଲା ଅମରନାଥ ଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଯାତ୍ରା ସ୍ଥଗିତ, କାଶ୍ମୀର ଘାଟି ଜଲ୍ଦି ଛାଡିବାକୁ ଜାରି ହେଲା ଆଡଭାଇଜରୀ |

 ଶ୍ରୀନଗର : ଅମରନାଥ ଯାତ୍ରା ଅବସରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁ କାଶ୍ମୀର ସରକାର ସତର୍କତାମୂଳକ ପଦକ୍ଷେପ ଭାବେ ଯାତ୍ରାକୁ  ସ୍ଥଗିତ ରଖିଛନ୍ତି | ଆଉ ତୁରନ୍ତ ଶ୍ରଦ୍ଧାଳୁ ମାନଙ୍କୁ କାଶ୍ମୀର ଘାଟି ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି |  ରାଜ୍ୟ ସାରଳାର ମଧ୍ୟ ଜାରୀ କରିଛନ୍ତି ସୁରକ୍ଷା ଆଡଭାଇଜରୀ | ଆଜି ହିଁ ସୁରକ୍ଷା କର୍ମୀ ମାନେ ଏକ ବଡ ଧରଣର ଆତଙ୍କୀ ହାମଲାକୁ ପଣ୍ଡ କରୋଥିବା ସୂଚନା ମିଲିଛି | ରାଜ୍ୟର ସ୍ବରାଷ୍ଟ୍ର  ବିଭାଗ ପ୍ରମୁଖ ଶାସନ ସଚିବ ଜାରି ଶ୍ରଦ୍ଧାଳୁ ମାନଙ୍କ ଉଦ୍ଦେଶ୍ୟରେ  କରିଥିବା ଆଡଭାଇଜରୀରେ ସେମାନଙ୍କ ରହଣୀକୁ ହ୍ରାସ କରିବା ସହ ତୁରନ୍ତ କାଶ୍ମୀର ଘାଟି ଛାଡିବା ପାଇଁ ପରାମର୍ଶ ଦେଇଛନ୍ତି !

NBT


ସେନା ତରଫରୁ କୁହାଯାଇଛି ଯେ ପାକିସ୍ଥାନ ସେନା ଲଗାତାର କାଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ଷଡଯନ୍ତ୍ର କରୁଛି | ସର୍ଚ୍ଚ ଅପରେସନରୁ କେତେକ ଜାଗାରେ ବାରୂଦ ସୁଡ଼ଙ୍ଗ ବିଛାଯାଇଥିବା ଦେଖିବାକୁ ମିଳିଛି | ସେହିଭଳି ଅପଚେଷ୍ଟାକୁ ଭାରତୀୟ ସେନା ପଣ୍ଡ କରିଛି | ଵିପୁଲ ପରିମାଣରେ ବାରୂଦ ବି ଜବତ କରାଯାଇଛି |  ଭାରତୀୟ ସେନା ଓ ସରକାରଙ୍କ କାର୍ଯ୍ୟାନୁଷ୍ଠାନ  ବଳରେ ଘାଟିରେ ଆତଙ୍କ ବାଦୀଂକ ସଂଖ୍ୟା କମିଛି ବୋଲି ସେନା କହିଛି | ଲେଫ୍ଟନେଣ୍ଟ ଜେନେରାଲ କେ ଜି ଏସ ଧିଲନଙ୍କ କହିବା ଅନୁଯାୟୀ ଅମରନାଥ ଯାତ୍ରାର ରୁଟ ପାଖାପାଖି ଥିବା ଏକ ଆତଙ୍କବାଦୀ ଅଡ୍ଡା ଉପରେ ସୁରକ୍ଷାକର୍ମୀଂକ ପକ୍ଷରୁ ଆଜି ଚଢ଼ାଉ କଲାବେଳେ ଏକ ଆମେରିକାନ ସ୍ନାଇପର ରାଇଫଲ ଏମ ୨୪ ଜବତ ହୋଇଛି | ଏହା ସହିତ ପାକିସ୍ଥାନ ରେ ନିର୍ମିତ ବାରୂଦ ସୁଡ଼ଙ୍ଗ ଓ ବିସ୍ଫୋଟକ ଜବତ ହୋଇଛି |

NBT

0
0
0
s2sdefault