ହେଡଲାଇନସ୍:

ଓଡିଶା ଓ ଆନ୍ଧ୍ର ସୀମାନ୍ତର ସାମ୍ବାଦିକ ମାନଙ୍କୁ ନେଇ ଆନ୍ଧ୍ର ପୋଲିସର ମିଳିତ ସମନ୍ବୟ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଓ ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରକୁ ଲାଗି ରହିଥିବା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା  ପାତପାଟଣାମ୍ ସହରରେ ପାତପାଟଣାମ୍ ଥାନା ପୋଲିସ ପକ୍ଷରୁ ଉଭୟ ସୀମାନ୍ତରେ ଅପରାଧ ଓ ଅପରାଧୀକୁ ରୋକିବା ଏବଂ ଅପରାଧ ଭିତ୍ତିକ ଖବର ଆଦାନ-ପ୍ରଦାନ ପାଈଁ ଉଭୟ ଜିଲ୍ଲା ସୀମାନ୍ତ ସାମ୍ବାଦିକ ମାନଙ୍କୁ ନେଇ  ଏକ ମିଳିତ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

      ଆନ୍ଧ୍ରର ପାତପାଟଣାମ୍ ସହର ସ୍ଥିତ ଶ୍ରୀୟା ମହଲର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏହି ବୈଠକରେ  ସଭାପତିତ୍ବ କରିଥିଲେ-ପାତପାଟଣାମ୍  ଥାନା ଅଧିକାରୀ  ଆର:ରବି ପ୍ରସାଦ ।
     ଏଥିରେ ପାଲକୋଣ୍ଡା -ଡିଏସପି-ପିଆରଆର ପ୍ରସାଦ ଯୋଗ ଦେଇ ଓଡିଶା--ଆନ୍ଧ୍ର ସୀମାନ୍ତର  ସମସ୍ତ ସାମ୍ବାଦିକ ନିଜ ଭିତରେ  ସୁସମ୍ପର୍କ ରଖିବା ସହ ସୀମାନ୍ତ ଅଞ୍ଚଳରେ ଘଟୁଥିବା ବିଭିନ୍ନ ଅପରାଧିକ ମାମଲା ଉପରେ ପୋଲିସ ସହ ସମନ୍ବୟ ରଖିବା ଉପରେ ଗୁରୁତ୍ଵାରୋପ କରିଥିଲେ ।
      ଅନ୍ୟପକ୍ଷରେ ସୀମାନ୍ତବର୍ତି ଅପରାଧ କାର୍ଯ୍ୟକଳାପକୁ ସୀମାନ୍ତ ର ଉଭୟ ପଟର ସାମ୍ବାଦିକ ମାନେ ଆନ୍ଧ୍ର ପୋଲିସ ସହ ସମନ୍ବୟ ରଖି କାର୍ଯ୍ୟ କଲେ ଅପରାଧକୁ ଅଧିକାଂଶରେ ରୋକା-ଯାଇପାରିବ ବୋଲି କହିଥିଲେ ।
        ଏହି କାର୍ଯ୍ୟକ୍ରମରେ ପାତପାଟଣାମ୍ ଥାନା ଏସଆଇ:-ଟି. ରାଜେଶ ଏବଂ ମେଳିଆପୁଟି ଏସଆଇ-ସିଦ୍ଧାର୍ଥ କୁମାର୍ ,କେ.ସି. ରତ୍ନମ୍ , ପ୍ରଦୀପ ନାୟକ, ଗୋବିନ୍ଦ ଆଚାର୍ଯ୍ୟ  ପ୍ରମୁଖ ମଞ୍ଚାସୀନ  କରିଥିବା  ବେଳେ ଗଜପତି ଓ ଶ୍ରୀକାକୁଲମ ଜିଲ୍ଲାର ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।
      ମୁଖ୍ୟତଃ ପାରଳାଖେମୁଣ୍ଡି ସହର ଓ ଆନ୍ଧ୍ରର ପାତପାଟଣାମ୍ ସହର ମଧ୍ୟରେ ଦୂରତା ମାତ୍ର ୩/୪ କିଲୋମିଟର । ଏହାର ସୁଯୋଗ ନେଇ  ଅପରାଧୀ ମାନେ ସୀମା ପାର ହୋଇ ବିଭିନ୍ନ ଅପରାଧ ସବୁ ଘଟାଇ ପୋଲିସ ଆଖିରେ ଧୂଳି ଦେଇ ଖୁଲେ-ଆମ ବୁଲିଥାନ୍ତି । ତେଣୁ ଏହାକୁ ଦୃଷ୍ଟି ଆଗରେ ରଖି ଏଭଳି କୌଣସି ପ୍ରକାର ଘଟଣା ଦୃଷ୍ଟିକୁ ଆସିଲେ ସାମ୍ବାଦିକ ମାନେ ସୀମାନ୍ତ ପୋଲିସର ଦୃଷ୍ଟି ଆକର୍ଷଣ କରିବା ପାଈଁ କୁହାଯାଇଥିଲା ।
     ଏହି ଅବସରରେ  ପାରଳାଖେମୁଣ୍ଡି ସହରର ୨ ଜଣ ବରିଷ୍ଠ ଜିଲ୍ଲା ସାମ୍ବାଦିକଙ୍କୁ ଏବଂ ସାମ୍ବାଦିକ ମାନଙ୍କ ପକ୍ଷରୁ ପାଲକୋଣ୍ଡା ଡିଏସପି-ପିଆର,ଆର ପ୍ରସାଦଙ୍କୁ  ଫୁଲ-ତୋଡା଼  ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।

0
0
0
s2sdefault