ହେଡଲାଇନସ୍:

ଗର୍ଜି ଉଠିଲେ ଦଳିତ ଅଧିକାର ମଞ୍ଚ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା/ପ୍ରିୟବ୍ରତ ପଣ୍ଡା : ବୋଡେ଼ନ ବ୍ଲକ ନୂଆପଡା ଜିଲ୍ଲା ଦେଖିବାକୁ ମିଳି ଥିଲା ଏକ ଅଭୂତପୂର୍ବ ଦୃଶ୍ୟ ବ୍ଲକ ଘେରାଉ କରିଥିଲେ ଦଳିତ ଅଧିକାର ମଞ୍ଚ ନୂଆପଡା ଜିଲ୍ଲା ର ସହସ୍ରାଧିକ କର୍ମୀ । ସାମାଜିକ ନ୍ୟାୟ ପାଇଁ ଲଢ଼ୁଥିବା ଯୁବ ନେତା କମଳ ଚରଣ ତାଣ୍ଡି ଙ୍କ ଆବାହନ କ୍ରମେ ନୂଆପଡା ଜିଲ୍ଲା ର କର୍ଲାକୋଟ ପଂଚାୟତ ଅଧିନସ୍ଥ ସର୍ଗିମୁଣ୍ଡା ଗ୍ରାମ ରେ ହୋଇଥିବା ଗୌତମ ବେହେରା ଙ୍କ ଅନାହାର ମୃତ୍ୟୁ କୁ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ଚାପିଦେବା ର ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ,ମୃତ ଗତମ ଙ୍କ ମୃତ୍ୟୁ କୁ ଅନାହାର ମୃତ୍ୟୁ ରୂପେ ଗ୍ରହଣ କରିବା କୁ ଦାବି କରିଥିଲେ ଦଳିତ ଅଧିକାର ମଞ୍ଚର କର୍ମକର୍ତ୍ତା । ବିକ୍ଷୋଭ ଶାନ୍ତିପୂର୍ଣ୍ଣ ରଖିବାକୁ ପୋଲିସ ପ୍ରଶାସନ ତରଫ ରୁ ବିଶେଷ ଆୟୋଜନ ରହିଥିଲା ଘନ ବର୍ଷା ସତ୍ତ୍ୱେ ମହିଳା ଓ ପୁରୁଷ ମାନେ ବିନୋପୁର ଗ୍ରାମ ଠାରୁ ପଦଯାତ୍ରା ଆରମ୍ଭ କରିଥିଲେ ଏବଂ ବ୍ଲକ ସମ୍ମୁଖ ରେ ଧାରଣା ଦେଇଥିଲେ । ପ୍ରକାଶ ଥାଉ କି ରାଜ୍ୟ ଖାଦ୍ୟ ଅଧିକାର ପାଇଁ ଲଢୁ ଥିବା ସଂଗଠନ ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ରେ ଏହି ଘଟଣା କୁ ଏକ ଅନାହାର ଜନିତ ମୃତ୍ୟୁ ବୋଲି ଘୋଷଣା ହୋଇଛି , ଘଟଣା ର ତଦନ୍ତ ତହସିଲଦାର କିମ୍ବା ତତୁର୍ଦ୍ଧ ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ହେବା କଥା କିନ୍ତୁ ଏବିଡ଼ିଓ ମନୋଜ କୁମାର ମହାନ୍ତି ଦ୍ୱାରା କୃତ ତଦନ୍ତ ଏବଂ ଏହାର ପ୍ରକ୍ରିୟା ରେ ତୃଟି ରଖିଥିବା ଦର୍ଶାଯାଇଛି । ପ୍ରକାଶ ଥାଉକି ଏହା ଓଡିଶା ରିଲିଫ କୋଡ଼ ର ଉଲଂଘନ ଅଟେ ଖାଲି ସେତିକି ନୁହେଁ ଅଭିଯୋଗ ଅନାହାର ର ଥିବା ସତ୍ତ୍ୱେ ଏବିଡ଼ିଓ ମହୋଦୟ ଶବ ବ୍ୟବଚ୍ଛେଦ କରେଇ ନ ଥିଲେ ଲୋକେ ଅନୁରୋଧ କରିଥିଲେ ଶବ ବ୍ୟବଚ୍ଛେଦ ପାଇଁ  ହେଲେ ଲୋକଙ୍କୁ ପୋଲିସ ଡାକିବାକୁ ପଡିବ କହି ଶୀଘ୍ର ଶବସତ୍କାର କରେଇ ଦିଆଗଲା , ବସ୍ତୁତଃ ଏହା ଏକ ସମ୍ବେଦନଶୀଳ ଘଟଣା ର ପ୍ରମାଣ ନଷ୍ଟ କରିବା ର ପ୍ରୟାସ ଥିଲା ଯାହାକୁ ଦଳିତ ଅଧିକାର ମଞ୍ଚ ତରଫ ରୁ ଘୋର ନିନ୍ଦା କରାଯାଇଥିଲା । ଏହି ବିଷୟ କୁ ସଂଜ୍ଞାନ ରେ ନେଇ ଉଚ୍ଚତମ ନ୍ୟାୟାଳୟ ଏକ ନ୍ୟୟିକ ଯାଞ୍ଚ କମିଟି କୁ ମାମଲା ର ସତ୍ୟାସତ୍ୟ ଖୋଜ କରିବାକୁ ମଞ୍ଚ ତରଫ ରୁ ଅନୁରୋଧ କରାଯାଇଛି । ଆବାହକ ସାମାଜିକ ନ୍ୟାୟ ଓ ଅଧିକାର କର୍ମୀ ଶ୍ରୀଯୁକ୍ତ କମଳ ଚରଣ ତାଣ୍ଡି ଙ୍କୁ ପଚାରି ବୁଝିବା ରୁ ସେ କହିଲେ " ଦଳିତ ଶବ୍ଦ ବର୍ତମାନ ପରିପ୍ରେକ୍ଷୀରେ କିଛି ଜାତି ପାଇଁ ନୁହେଁ ବରଂ ରାଜନୈତିକ , ଅର୍ଥିକ , ସାମାଜିକ ଓ ନ୍ୟାୟିକ ନିଷ୍ପେଶନାର ଶିକାର ବ୍ୟକ୍ତି ଙ୍କୁ ସୁଚାଉଛି , ବରଂ କହିବା ଠିକ ହେବ ଦଳିତ କହିଲେ ଜାତିବିଶେଷ ନ ହୋଇ ବ୍ୟକ୍ତି ବିଶେଷଙ୍କୁ ବି ସୁଚାଉଛି | ଏଣୁ ଓବିସି ବର୍ଗ ର ଗୌତମ ବେହେରା ଙ୍କ ଅନାହାର ମୃତ୍ୟୁ କୁ ମାନବୀୟ ଦୃଷ୍ଟିକୋଣ ରୁ ଦେଖି ଦଳିତ ଅଧିକାର ମଞ୍ଚ ସ୍ୱର ଉତ୍ତୋଳନ କରିଛି | ୭ ଦିନ ମଧ୍ୟରେ ନ୍ୟାୟ ନ ମିଳିଲେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ସହିତ ବିକ୍ଷୋଭ ପ୍ରଦର୍ଶନ ହେବ ।" ବୋଲି ପ୍ରକାଶ କରିଥିଲେ । ଏହି ପ୍ରଦର୍ଶନ ରେ ବେଣୁଧର ଜଗତ ପ୍ରମୁଖ ଉପସ୍ଥିତ ଥିବା  ସହିତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।
   

0
0
0
s2sdefault