ବଲାଙ୍ଗିର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଆସାମ ସିଲଚର ରେ ଓଡିଆ ଯବାନ ଯୁଧିଷ୍ଟିର ଧରୁଆ ଙ୍କ ମୃତ୍ୟୁ ଘଟିଛି | ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା କୁଟେନ ପାଲି ଗ୍ରାମର ଶ୍ରୀ ଧରୁଆ 2003 ମସିହାରେ ସି.ଆର.ପି.ଏଫ ରେ ଯୋଗଦେଇଥିଲେ | କିଛିମାସ ତଲେ ସେ ଗୌହାଟି ର 175 ସି.ଆର.ପି.ଏଫ କ୍ୟାମ୍ପ ରେ ପି.ଆଇ ଟ୍ରେନିଙ୍ଗ କରୁଥିଲେ | ସୋମବାର ଟ୍ରେନିଙ୍ଗ ସମୟରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟ ଘୋଶିତ କରାଯାଇଥିଲା | ମୃତ ଯବାନଙ୍କ ର ସ୍ତ୍ରୀ ସୁମିତ୍ରା, 9 ବର୍ଷର ଝିଅ ଓ 4 ବର୍ଷର ଏକ ପୁଅ ଅଛନ୍ତି | ମଙ୍ଗଲବାର ମୃତ ଯବାନ ଙ୍କ ଶବ ବ୍ୟବଛେଦ ପରେ ଗୁରୁବାର ମଧ୍ୟାହ୍ନ ରେ ତାଙ୍କ ଶବକୁ ଗାଁରେ ପହଞ୍ଚାଇ ମୁଖାଗ୍ନି ଦିଆଯାଇଥିଲା | ଏହି ଘଟଣା ଜାଣିବା ପରେ ଶେଷ ଦର୍ଶନ ଫାଇଁ ସହ ସହ ଲୋକଙ୍କ ସୁଅ ଛୁଟିଥିଲା , ଲୋଇସିଂହା ଅଞ୍ଚଲରେ ଶୋକାକୁଳ ପରିବେଶ ଛାଇ ଯାଇଛି |
ରାଜ୍ୟ
ଅସୁସ୍ଥ ହୋଇ ପ୍ରାଣ ହରାଇଲେ ଓଡିଆ ଯବାନ
- Hits: 1342
