ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ଅନ୍ତର୍ଗତ ରାବରା ଗାଁର ଜଣେ ନାବାଳିକା ଗତ ୨ ମାସ ହେଲା ଅପହରଣ ହୋଇଥିବା ନେଇ ଓଡଗାଁ ଥାନାରେ ୯୩/୧୯ରେ ଏକ ମାମଲା ରୁଜୁ ହୋଇଥିଲା । ଅନୁସନ୍ଧାନ ଜାରି ରଖିଥିବା ଓଡଗାଁ ପୋଲିସ ବୁଧବାର ଦିନ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରୁ ନାବାଳିକାକୁ ଉଦ୍ଧାର କରିବା ସହିତ ଜଣେ ଯୁବକକୁ ଗୀରଫ କରିଥିଲେ । ଯୁବକ ଜଣକ ସ୍ଥାନୀୟ ଶରଧାପୁର ଗାଁର ବାପିନା ନାୟକ(୨୧) । ବାପିନାର ଆଜି ଓଡଗାଁରେ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଶୁକ୍ରବାର ଦିନ ତାକୁ କୋର୍ଟଚାଲାଣ କରାଯିବ । ଅନ୍ୟ ପକ୍ଷରେ ନୟାଗଡ ଡାକ୍ତରଖାନାରେ ନାବାଳିକାଙ୍କ ଡାକ୍ତରୀ ମାଇନା ପରେ ନୟାଗଡ କୋର୍ଟରେ ୧୬୪ରେ ବୟାନ ରେକଡ କରାଜାଇ ନାବାଳିକାଙ୍କୁ ଶିଶୂମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିଲା ।
ରାଜ୍ୟ
ନାବାଳିକା ଅପହରଣ ଅଭିଯୋଗ: ଯୁବକ ଗିରଫ
- Hits: 384