ହେଡଲାଇନସ୍:

ଚୋରୀ ବୋଲେରୋ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ନୟାଗଡ-ଓଡଗାଁର ରାଜ୍ୟ ସଡକ ପଥର କେନାଲଛକ ନିକଟ ଘଷାଦେଇପୁରରୁ ଗତ ୩୦ ତାରିଖ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଓ ଆର ୦୨ ଏସି ୭୯୩୧ ମାକ୍ସ ବଲେରୋ ଗାଡିକୁ ଓଡଗାଁ ପୋଲିସ ଆଜି ଉଦ୍ଧାର କରି ଗାଡି ମାଲିକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଘଟଣାରୁ ଜଣାଯାଏ ୩୧ ତାରିଖ ଦିନ ସକାଳୁ ଦେଖିବା ବେଳକୁ ଦୁଆର ସାମ୍ନାରେ ଗାଡି ନଥିଲା । ଆଖପାଖରେ ଖବର ନେବା ପରେ ଗାଡିର କୈାଣସି ଖୋଜଖବର ନପାଇବାରୁ ଘଷାଦେଇପୁରୁର ଗାଡି ମାଲିକ ବୈକୁଣ୍ଠନାଥ ବାଘ ଓଡଗାଁ ଥାନାରେ ଅଭିଯୋଗ ଦେବାପରେ ଓଡଗାଁ ପୋଲିସ ୧୨୧/୧୯ରେ ମାମଲା ରୁଜୁକରି ଅନୁସନ୍ଧାନ ଆରମ୍ଭ କରିଥିଲେ । ବିଶେଷ ସୁତ୍ରରୁ ଖବର ପାଇ ରଣପୁର ଥାନା ଅନ୍ତର୍ଗତ ଅସୁରକୁମାରୀ ପିକନିକ ସ୍ପଟ ନିକଟରୁ ଗାଡିଟିକୁ ଜବତ କରିଥିଲେ । ହେଲେ ଗାଡିର ବ୍ୟାଟେରୀ, ଷ୍ଟେପିନ ସହିତ ଅନ୍ୟ କେତେକ ସରଞ୍ଜାମ ଗାଡିରୁ ଚୋରି ହୋଇଥିବା ଜଣା ପଡିଥିଲା । ଆଜି ରାତିରେ ଆବଶୟକ ପ୍ରମାଣପତ୍ର ଦେଖାଇ ବାରୁ ଓଡଗାଁ ପୋଲିସ ମାଲିକକୁ ଗାଡି ହସ୍ତାନ୍ତର କରିଥିଲେ ।

0
0
0
s2sdefault