ହେଡଲାଇନସ୍:

ବରଗଡ଼ରେ ପାଳିତ ହେଲା ସମ୍ବଲପୁରୀ ଦିନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼/ ଉମେଶ ବିଶ୍ୱାଳ 

ସମଲପୁରର୍ ମାଟି ପାନି ଝର୍ସି ହିରା ନିଲା, ଧଏନ ଧଏନ ଗୋ ସମଲେଇ ମାଁ ଧଏନ ଧଏନ ତୋର୍ ଲିଲା' ଏହି କାଳଜୟୀ କବିତାର ରଚୟିତା କବି ସତ୍ୟନାରାୟଣ ବହିଦାରଙ୍କ ଆଜି ହେଉଛି ଜନ୍ମଦିନ । ସେହିପରି ସମ୍ବଲପୁରୀ ଭାଷାରେ ଚମ୍ପୁ ତଥା ବିଭିନ୍ନ କାବ୍ୟ କବିତା ରଚନା କରିଥିବା କବି ଶ୍ରୀଧର ପ୍ରଧାନଙ୍କ ମଧ୍ୟ ଆଜି ହେଉଛି ଜନ୍ମ ଦିନ । ଏହି ଅବସରରେ ଆଜି ପାଳନ ହେଉଛି ସମ୍ବଲପୁରୀ ଦିନ୍ ।

ମନୋହର ସାଂସ୍କୃତିକ ସଂସଦ ଏବଂ ଶ୍ରୀଧର ସାହିତ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ଆଜି ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ସମ୍ବଲପୁରି ଦିନ ପାଳନ କରାଯାଇଛି । ପ୍ରଥମେ ତଳିପଡ଼ା ସମଲେଇ ମନ୍ଦିରରେ ପୂଜାଧଜା ପରେ ଗଁଡ଼ା ବଜା ସହ ଏକ ଶୋଭାଯାତ୍ରା ବରଗଡ଼ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ସମ୍ବଲପୁରୀବସ୍ତ୍ର ପରିଧାନକରି ବହୁ କବି, କଳାକାର, ଲେଖକ, ସାହିତ୍ୟିକ ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ । ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ସମାରୋହରେ ସାମାଜିକ କର୍ମୀ ଲିଙ୍ଗରାଜ, ଉତ୍ପନ୍ନ କୁମାର ଭୋଇ, ପ୍ରଫେସର ହୃଦମଣି ପ୍ରଧାନ, ଧନପତି ମହାପାତ୍ର, ଶିବଶଙ୍କର ପୂଜାରୀ, ସଙ୍ଗିତାପଣ୍ଡା ଷଡ଼ଙ୍ଗୀ, ଶ୍ରୀକାନ୍ତ ପଣ୍ଡା, ଦେବେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ସଭା ଆରମ୍ଭରୁ ସର୍ଗି ଦନାରେ ସୁଆଁଲି ପିଠା ଓ ମଣ୍ଡା ଦେଇ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା ।  ଦ୍ୱିତୀୟ ଅଧିବେଶନରେ ସମ୍ବଲପୁରୀ କବିତା ଆସରରେ ବହୁ କବି ଯୋଗ ଦେଇଥିଲେ ।

0
0
0
s2sdefault