ହେଡଲାଇନସ୍:

ଦେହ ବ୍ୟବସାୟ କଥା କହି ବିଷ୍ଣୁ ଅଡୁଆରେ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବିଜେପି ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ସମସ୍ତ ଭାରତୀୟ ନାରୀଜାତି ପ୍ରତି ଅପମାନ - ନିରଞ୍ଜନ
ବିଷ୍ଣୁ ସେଠୀ ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ ଧାରଣାରେ ବସିବ କଂଗ୍ରେସ । 


ଭୁବନେଶ୍ଵର (ଶାସକ ପ୍ରଶାସକ) : କିଛି ମାସ ତଳେ ସୁରଟରେ ଥିବା ଓଡ଼ିଆ ମାନଙ୍କ ପତ୍ନୀମାନରେ ଦେହ ବ୍ୟବସାୟ କରନ୍ତି ବୋଲି କହି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ବିବାଦୀୟ ହୋଇ ପଡିଥିଲା ବେଳେ  "ତିନି ତଲାକ ପୀଡ଼ିତା ବହୁ ମୁସଲିମ ମହିଳାମାନେ ବମ୍ବେ, କଲିକତା, ଦିଲ୍ଲୀ ଏବଂ ଦେଶରେ ଅନ୍ୟ ସହରମାନେଙ୍କରେ ଦେହବ୍ୟବସାୟରେ ଲିପ୍ତ ରହୁଥିବାର ପ୍ରମାଣ ଅଛି "  ବୋଲି  କହି ଅଡୁଆରେ ଫସି ଯାଇଛନ୍ତି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠି | ଆଉ ଏହାରି ଉପରେ ତାକୁ ଖପ କରି ମାଡି ବସିଛି କଂଗ୍ରେସ | କଂଗ୍ରେସ କହିଛି ବିଜେପି ନେତା ସମଗ୍ର ମହିଳା ଜାତିଙ୍କୁ ଅସମ୍ମାନ କରିଛନ୍ତି | ତୁରନ୍ତ ଶ୍ରୀ ସେଠି ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ ଧାରଣାରେ ବସିବ କଂଗ୍ରେସ |
 ବିଧାନସଭା ଭଳି ପବିତ୍ର ଗୃହରେ ବିରୋଧି ଦଳ ଉପନେତା ତଥା ବିଧାୟକ  ବିଷ୍ଣୁ ସେଠୀ ମୁସଲିମ  ମହିଳାମାନଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ ସମଗ୍ର ନାରୀଜାତିକୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ବିଧାୟକ ତଥା ବିରୋଧିଦଳ ଉପନେତାଙ୍କୁ ସର୍ବସାଧାରଣରେ ସମଗ୍ର ଦେଶର ମୁସଲିମ୍ ମହିଳାମାନଙ୍କ ପ୍ରତି ଦେଇଥିବା ଅଶାଳୀନ ତଥା ଅରୁଚିକର ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହିତ ସର୍ବ ସମ୍ମୁଖରେ କ୍ଷମା ମାଗିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଈଶ୍ୱର, ବିଜେପି ଓ ତାଙ୍କର ନେତାମାନଙ୍କୁ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ, ଯଦ୍ୱାରା କି ଭାରତୀୟ ସଂସ୍କୃତିରେ ନାରୀମାନଙ୍କର ସମ୍ମାନ ଓ ଗାରିମାକୁ ଭୁଲୁଣ୍ଠିତ କରିବାକୁ ଦିଆନଯାଉ । ଗୁରୁବାର ଦିନ ବିଧାନ ସଭାରେ ଶୁନ୍ୟକାଳରେ ତିନି ତଲାକ ବିଲ୍ ଉପରେ ସରଗରମ ଆଲୋଚନା ଚାଲିଥିଲା ବେଳେ ଗୃହର ବିଧାୟକ ଶ୍ରୀ ସେଠୀ କହିଲେ ଯେ ତିନି ତଲାକ ପୀଡ଼ିତା ବହୁ ମୁସଲିମ ମହିଳାମାନେ ବମ୍ବେ, କଲିକତା, ଦିଲ୍ଲୀ ଏବଂ ଦେଶରେ ଅନ୍ୟ ସହରମାନେଙ୍କରେ ଦେହବ୍ୟବସାୟରେ ଲିପ୍ତ ରହୁଥିବାର ପ୍ରମାଣ ଅଛି । ଯେକୌଣସୀ ପରିପ୍ରେକ୍ଷୀରେ ନାରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅପଶବ୍ଦ ଓ ଅରୁଚିକର ମନ୍ତବ୍ୟ ସବୁବେଳେ ନିନ୍ଦନୀୟ । ତାଙ୍କର ମନେ ରଖିବା ଉଚିତ୍ ଭାରତୀୟ ସଂସ୍କୃତିରେ ନାରୀମାନଙ୍କର ସ୍ଥାନ ସବୁ ବେଳେ ସ୍ୱତନ୍ତ୍ର ଏବଂ ଉଚ୍ଚରେ । ଏଥିରୁ ସ୍ପଷ୍ଟ ପ୍ରତ୍ୟୟ ହେଉଛି ଯେ ବିଜେପି ତଥା ତାଙ୍କର ନେତାମାନଙ୍କର ଏହା ଏକ କୁତ୍ସିତ ମାନସିକତାର ପରିଚୟ ଅଟେ । ଏହା ପୂର୍ବରୁ ବିଜେପି ଦଳର ନେତ୍ରୀ ତଥା ସାଧାରଣ ସଂପାଦିକା ଓଡିଶାର ମହିଳାମାନେ ସୁରଟ ସହରରେ ଦେହ ବେପାର କରନ୍ତି ବୋଲି ମଧ୍ୟ କହିଥିଲେ । ବିଜେପି ନେତାମାନେ ବାରମ୍ବାର ଭାରତୀୟ ନାରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅପମାନସୂଚକ ମନ୍ତବ୍ୟ ଦେଉଥିବା ବେଳେ ଦଳର ବରିଷ୍ଠ  ନେତାମାନେ ନିରବ ରହିବା ନାରୀଜାତି ପ୍ରତି ଏ ଦଳର ଆଭିମୁଖ୍ୟକୁ ଅଙ୍ଗୁଳି ନିଦେ୍ର୍ଧଶ କରୁଛି । କିନ୍ତୁ ତାଙ୍କ ପ୍ରତି ଏଭଳି ଅରୁଚିକର ମନ୍ତବ୍ୟ ପ୍ରଦାନ କରି ବିଜେପି ନେତା ନିଜର ନୀଚ ମାନସିକତାର ପରିଚୟ ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆସେଲ ମୁଖ୍ୟ ଶ୍ରୀ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।




0
0
0
s2sdefault