ହେଡଲାଇନସ୍:

ପଶ୍ଚିମ୍-ଓଡିଶା ଯୁବା ମଂଚ ପକ୍ଷରୁ ସମ୍ବଲପୁରୀ ଦିବସ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର : ଅଗଷ୍ଟ ୧ ସମ୍ବଲପୁରୀ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ବାସ କରୁଥିବା  ପଶ୍ଚିମ୍ ଓଡିଶାବାସୀ ଗୁରୁବାର ଉତ୍ସାହ ଉଦିପନାର ସହ ପାଳନ କରିଛନ୍ତି |  ସକାଳ ୮ ଟା ରୁ ପଶ୍ଚିମ୍-ଓଡିଶା ଯୁବା ମଂଚର ସଦସ୍ୟ ମାନେ ଏକ ବିଶାଳ ମୋଟର୍ ସାଇକେଲ୍ ରାଲିରେ  ମାଷ୍ଟର୍ କ୍ୟାଣ୍ଟିନରୁ ବାହାରି ବାଣୀ ବିହାର୍, ଆଚାର୍ଯ୍ୟ ବିହାର୍, ଜୟଦେବ୍ ବିହାର୍ ଦେଇ ଡିଏଭି ସ୍କୁଲ୍ ଛକ,ୟୁନିଟ୍-୮ ପର୍ଯ୍ୟନ୍ତ ଆସିଥିଲେ । ଉକ୍ତ ରାଲିରେ ୨୦୦ ଜଣ ଲୋକ ସାମିଲ ହୋଇଥିଲେ ।

ଆଜି ସମଗ୍ର ପଶ୍ଚିମ୍ ଓଡିଶାରେ ଗୁରୁ ସତ୍ୟନାରାୟଣ ବହିଦାର୍ ଙ୍କ ଜନ୍ମତିଥିକୁ “ ସମ୍ବଲପୁରୀ ଦିନ୍” ଭାବରେ ହର୍ଷୋଲ୍ଲାସ ର ସହିତ ପାଳନ କରାଯାଉଛି । ଉକ୍ତ ଦିବସ କୁ ପଶ୍ଚିମ୍-ଓଡିଶା ଯୁବା ମଂଚ ସମ୍ମାନ ଜଣାଇ  ରାଜଧାନୀ ରେ ମୋଟର୍ ସାଇକେଲ୍ ରାଲି କରିଥିଲୁ  । ସମ୍ଵକପୁରୀ ଗୀତ,ନାଚ,ବାଦ୍ୟ, କପଡା ପରି ଭାଷା,ସଂସ୍କୃତି ର ମଧ୍ୟ ଏକ ବିଶ୍ୱସନୀୟ ଅବଦାନ୍ ରହିଛି, ଯାହାକି ବର୍ତମାନ୍ ସାରା ବିଶ୍ୱରେ ପ୍ରଶଂସା ପାଉଛି । ଆଗାମି ଦିନ ମାନଙ୍କରେ କିପରି ଭାବରେ ଏହାର ସମ୍ମାନକୁ ସାରା ବିଶ୍ୱ ରେ ବିଦିତ କରାଯାଇ ଲୋକଲୋଚନକୁ ଅଣାଯାଇ ପାରିବ ତାହା ପାଇଁ ସମସ୍ତଙ୍କୁ ଆଗ୍ରହିତ କାରି ପ୍ରଚେଷ୍ଟା କରିବୁ ବୋଲି ପଶ୍ଚିମ୍-ଓଡିଶା ଯୁବା ମଂଚର ସଭାପତି ଅଜିତ୍ କୁମାର୍ ପତି ତଥା ସଦସ୍ୟମାନେ ମତ ରଖିଥିଲେ ।
ଏଥିରେ ପଶ୍ଚିମ୍ ଓଡିଶା ଯୁବା ମଂଚର କର୍ମକର୍ତ୍ତା  ଅରବିନ୍ଦ ତ୍ରିପାଠୀ, ସୁମନ୍ତ ଶତପଥୀ, ରଞନ୍ ସାହୁ, ଅଭିଷେକ୍ ଦାଶ, ନରେଷ ପଧାନ, ଶୁଭେନ୍ଦୁ ପଣ୍ଡା,  ସିଦ୍ଧାର୍ଥ ପତିଙ୍କ ସମେତ ବହୁ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପାଳନରେ ଉପସ୍ଥିତ ଥିଲେ |



 

0
0
0
s2sdefault