ଜଗତସିଂହପୁର ; (ରମେଶ ମହାନ୍ତି) – ବୁଧବାର ପୁର୍ବାହ୍ନରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଇପୁର ଠାରେ ବୟନ ଗ୍ରାମ ପରିଦର୍ଶନ କରିଥିଲେ । ଗତ ଫନୀ ବାତ୍ୟାରେ ବୟନ ଗ୍ରାମ ପ୍ରଦର୍ଶନୀ ହଲ୍ର ଛାତ ଭାଙ୍ଗିରୁଜି ଯାଇଥିବା ଦେଖି ତୁରନ୍ତ ୨୪ ଘଂଟା ମଧ୍ୟରେ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ପର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ଜଇପୁର ଛକ ଠାରୁ ବୟନ ଗ୍ରାମ ରାସ୍ତା ଚଉଡା କରିବା ସହିତ ଫୁଲଗଛ ରୋପଣ ପାଇଁ ରଘୁନାଥପୁର ବ୍ଲକ ବି.ଡି.ଓ. ଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏତଦ୍ ବ୍ୟତୀତ ରାସ୍ତା କଡରେ ଲାଇଟ୍ ବ୍ୟବସ୍ଥା ସହିତ ବୟନ ଗ୍ରାମ ପରିସରରେ ହାଫ୍ ହାଇମାକ୍ସ ଲାଇଟ୍ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନେବାକୁ ଉପ-ନିର୍ଦ୍ଦେଶକ, ଟେକ୍ସଟାଇଲଙ୍କୁ ପରାମର୍ଶ ଦେଇଥିଲେ । ବୟନ ଗ୍ରାମର ପ୍ରଚାର ପ୍ରସାର ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଶରଳା ମନ୍ଦିର ଓ ପାରାଦ୍ୱୀପ ଠାରେ ଗ୍ଲୋସାଇନବୋର୍ଡ ମାଧ୍ୟମରେ ଜନସାଧାରଣ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଷ୍ଟେଟବ୍ୟାଙ୍କ, ଜଗତସିଂହପୁର ସାମନା ମାର୍କେଟ୍ କମ୍ପ୍ଲେକ୍ସ, ଶାରଳା ମନ୍ଦିର ଓ ପାରାଦ୍ୱୀପ ଠାରେ ବୟନ ଗ୍ରାମ ଉତ୍ପାଦିତ ହ୍ୟାଣ୍ଡଲୁମ୍ ସାମଗ୍ରାୀ ବିକ୍ରୟ ନିମନ୍ତେ ସେଲ୍ କାଉଣ୍ଟର ଖୋଲାଯିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଓର୍ମାସର ଡେପୁଟୀ ସିଇଓ ସତ୍ୟ ସୁନ୍ଦର ଶିବରାମ ପାଇଟାଳଙ୍କୁ ନିଦେ୍ର୍ଧଶ ଦେଇଥିଲେ । ପାରାଦ୍ୱୀପ ପୋର୍ଟପକ୍ଷରୁ ବାକିଆ ଅନୁଦାନ ରାଶି ବୟନ ଗ୍ରାମ ଉନ୍ନୟନ ନିମନ୍ତେ ତୁରନ୍ତ ପ୍ରଦାନ କରିବାକୁ ପୋର୍ଟ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯିବ । ସଂସ୍କୃତି ହ୍ୟାଣ୍ଡଲୁମ୍ ଉତ୍ପାଦକ ଗୋଷ୍ଠୀର ମହିଳାମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ସହିତ କମ୍ପ୍ୟୁଟର ଟେନିଂ ପ୍ରଦାନ କରିବାକୁ ଓରମାସ ଡେପୁଟୀ ସିଇଓଙ୍କୁ ପରାମର୍ଶ ଦେଇଥିଲେ । ବୟନ ଗ୍ରାମ ଠାରେ ଦୁଇଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଓ କମ୍ପ୍ୟୁଟର ଯୋଗାଇ ଦିଆଯିବ । ଟେକ୍ସଟାଇଲ୍ ଡେପୁଟୀ ଡାଇରେକ୍ଟର ବୟନ ଗ୍ରାମର ଉନ୍ନତି ନିମନ୍ତେ ପ୍ରସ୍ତାବ ଓ ଖର୍ଚ୍ଚ ଅଟକଳ ଉପସ୍ଥାପନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଆର୍.ପି.ଡି.ଏସ୍ ବୈଠକରେ ବୟନ ଗ୍ରାମ ଉନ୍ନତି ନିମନ୍ତେ ସି.ଏସ୍.ଆର୍ ଫଣ୍ଡ ଯୋଗାଇବା ନିମନ୍ତେ କର୍ପୋରେଟ୍ ହାଉସଙ୍କୁ ପରାମର୍ଶ ଦିଆଯିବ । ଜିଲ୍ଲାପାଳ ବୟନ ଗ୍ରାମ ପ୍ରଦର୍ଶନ ହଲ୍ ସେଲକାଉଣ୍ଟର , ରେଷ୍ଟୁରାଣ୍ଟ ବୁଲି ଦେଖିଥିଲେ । ମହିଳା ଉପôାଦକ ଗୋଷ୍ଠୀଙ୍କ ସହ ପାରସ୍ପରିକ ଅଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସ, ବି.ଡି.ଓ. ରଘୁନାଥପର ପଂଚାନନ ପଟ୍ଟାୟତ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ଓର୍ମାସ ଡେପୁଟୀ ସି.ଇ.ଓ. ସତ୍ୟ ସୁନ୍ଦର ଶିବରାମ ପାଇଟାଳ, ଟେକ୍ସଟାଇଲ ବିଭାଗର ଟେକ୍ନିକାଲ ସୁପରଭାଇଜର ମାନସ ରଂଜନ ପାଣିଗ୍ରାହୀ, ଓର୍ମାସ୍ର ପ୍ରଭାତ କୁମାର ଦାଶ, ବୟନ ଗ୍ରାମ କର୍ମକର୍ତା, ମହିଳା ବୁଣାକାର ଉତ୍ପାଦକ ଗୋଷ୍ଠୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ଜଇପୁର ବୟନ ଗ୍ରାମ ପରିଦର୍ଶନ ଓ ସମୀକ୍ଷା କଲେ ଜିଲ୍ଲାପାଳ
- Hits: 628












