୨୯୧ ଅଭିଯୋଗରୁ ତତ୍କାଳ ୧୦ଟିର ସମାଧାନ
ବ୍ଲକ ପ୍ରଶାସନର ଅବ୍ୟବସ୍ଥା ଯୋଗୁଁ ଅଳ୍ପକେ ବର୍ତିଲେ ହୋଡିଂ ତଳେ ବସିଥିବା ଅଭିଯୋଗକାରୀ
ଜଗତସିଂହପୁର ; (ରମେଶ ମହାନ୍ତି) – ସୋମବାର ତିର୍ତୋଲ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ଏହି ଅଭିଯୋଗ ଶିବିରରେ ସମୁଦାୟ ୨୯୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ତକôାଳ ୧୦ଟିର ସମାଧାନ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ୨୬୨ଟି ଯଥା – ଇନ୍ଦିରା ଆବାସ/ବିଜୁ ପକ୍କାଘର - ୧୪୩ଟି, ଭତ୍ତା ସମ୍ବନ୍ଧୀୟ ୧୬ଟି, ରେସନକାର୍ଡ ସମସ୍ୟା ସଂପର୍କିତ ୨୨ଟି, ଆଇନ ସହାୟତା ସଂପର୍କିତ ୩ଟି, ଜମିଜମା ସଂପର୍କିତ ୨୯ଟି ଓ ଅନ୍ୟାନ୍ୟ ୪୯ଟି, ଗାଁ ସମସ୍ୟା ସଂପର୍କିତ ୨୩ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୩ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ସେହିପରି ତିର୍ତୋଲ ପଂଚାୟତ ବରିପଦା(ନେତକୁଣ୍ଡ) ଗ୍ରାମର ମାମିନା ବେହେରାଙ୍କୁ ୧୦ହଜାର ଟଙ୍କା ଚେକ୍, ଶଙ୍ଖେଶ୍ୱର ଗ୍ରାମର ଭିନ୍ନକ୍ଷମ କଳ୍ପନା ସାହୁଙ୍କୁ ୧୦ହଜାର ଟଙ୍କାର ଚେକ୍, ଶଙ୍ଖେଶ୍ୱର ଗ୍ରାମର ଗୁନେଇ ମଲ୍ଲିକଙ୍କ ପତ୍ନିଙ୍କ ଚିକିସôା ପାଇଁ ୫ହଜାର ଟଙ୍କାର ଚେକ୍ ତତ୍କାଳ ପ୍ରଦାନ କରାଯିବା ସହିତ ଶଙ୍ଖେଶ୍ୱର ଓଳଗଦା ଗ୍ରାମର କ୍ୟାନ୍ସର ପିଡୀତ ବସନ୍ତ ମଲ୍ଲିକଙ୍କୁ ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨୦ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ତକ୍ରାଳ ଅନୁମୋଦନ କରାଯାଇଥିଲା । ଏହି ଶିବିରରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଉପ - ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ବିଡିଓ ରଂଜନ କୁମାର ପରିଡା, ତହସିଲଦାର ସୁଜାତା ପାତ୍ର, ପଂଚାୟତ ସମିତି ଅଧକ୍ଷା ସୁଜାତା ମହାନ୍ତିଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷତ୍ରୀୟ ଅଧିକାରୀ, ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ରଂଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଅଭିଯୋଗକାରୀମାନଙ୍କ ପାଇଁ ତିର୍ତୋଲ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୁବନେ୍ଦାବସ୍ତ ନଥିବାରୁ ଅଭିଯୋଗକାରୀମାନେ ବ୍ଲକ କାର୍ଯ୍ୟାଳୟ ପରିସରରେ ଭିଡ ଜମିବା ସହିତ ବ୍ଲକ ମଖ୍ୟ ଫାଟକ ନିକଟରେ ଥିବା ଏକ ଅଧା ଭଙ୍ଗା ହୋଡିଂ ତଳେ ବସି ଅଭିଯୋଗ ଲେଖୁଥିବା ଦେଖିବାକୁ ମିଳିଥିଲା । ଏହି ହୋଡିଂ ନିକଟରେ ଥିବା ଏକ ନଡିଆ ଗଛରୁ ଏକ ନଡିଆ ହୋଡିଂ ଉପରେ ଛିଣ୍ଡି ପଡିବାରୁ ହୋଡିଂ ତଳେ ବସିଥିବା ଅଭିଯୋଗକାରୀମାନେ ଅଳ୍ପକେ ବର୍ତି ଯାଇଥିଲେ । ଏହି ନଡିଆ ଗଛରେ କାନ୍ଦି କାନ୍ଦି ଶୁଖିଲା ନଡିଆ ଲଟକିଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଉ ନାହିଁ । ଏପରିକି ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗକାରୀମାନଙ୍କ ପାଇଁ କୌଣସି ସୁବନ୍ଦୋବସ୍ତ ନଥିବାରୁ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଶିବିରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ତିର୍ତୋଲ ପୋଲିସ୍ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଥିଲା ।











