ହେଡଲାଇନସ୍:

ହିଂସା ମୁକ୍ତ ମହିଳା ସମାଜ ଗଠନ ପାଇଁ "ସଖୀ"-ୱାନ ଷ୍ଟପ୍ କେନ୍ଦ୍ର ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ  ଓ ଓଡିଶା ସରକାରଙ୍କ ରହିଥିବା ପୂର୍ବ ନିର୍ଦ୍ଦେଶନାମା ପ୍ରକାରେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ଯାତିତ ମହିଳାଙ୍କ ପାଇଁ ଏକ-କାଳୀନ ସମାଧାନର କେନ୍ଦ୍ର (ୱାନ ଷ୍ଟପ୍ ସେଣ୍ଟର)"ସଖୀ" ଆଜି ଉଦଘାଟିତ ହୋଇ ଯାଇଛି ।

       ଗୋଟିଏ ପାଖରେ ହିଁ  ଏହା ନିର୍ଯ୍ୟାତିତ ମହିଳା ଓ ବାଳିକା ମାନଙ୍କ ପାଇ ରହିଥିବା ସମାଧାନର କେନ୍ଦ୍ର । ମୁଖ୍ୟତଃ ଯେଉଁ ମହିଳା ଓ ବାଳିକା ମାନେ କୌଣସି ବଳାତ୍କାର ,ଅପହରଣ ,ନିଖୋଜ  ପାରିବାରିକ ହିଂସା , ଏସିଡ କି ଅମ୍ଳ ଆକ୍ରମଣ , ଶୋଷଣ କି ଶିଶୁ ଯୌନ-  ଉତ୍ପୀଡ଼ନ, ମହିଳା ଚାଲାଣ , ବାଲ୍ୟ-ବିବାହ ,ସାଇବର କ୍ରାଇମ ଓ ଯୌତୁକ ନିର୍ଯ୍ୟାତନା ଓ ମୃତ୍ୟୁ ପ୍ରଭୃତି ହିଂସାର  ଶିକାର ହେଉଥିବେ , ସେମାନେ ହିଁ ସମ୍ପୃକ୍ତ ସମାଧାନ କେନ୍ଦ୍ରରେ ବିଶେଷ ସୁବିଧା ପାଇପାରିବେ ।
       ସମାଧାନ କେନ୍ଦ୍ରରେ ମିଳିବାକୁ ଥିବା ସମନ୍ବିତ  ସୁବିଧା ଓ ସହଯୋଗ ସୁବିଧା-ବ୍ୟବସ୍ଥା ଗୁଡିକ  ମଧ୍ୟରେ ଡାକ୍ତରୀ ସହାୟତା,ପୋଲିସ  ସହାୟତା , ଆଇନଗତ ସହାୟତା ସମେତ ମନସ୍ତ।ତ୍ତିକ  ଓ ସାମାଜିକ ପରାମର୍ଶ ଏବଂ ଆଶ୍ରୟ ପ୍ରଭୃତି ସୁବିଧା- ବ୍ୟବସ୍ଥା ପାଇପାରିବେ  ।
      ଏହି ସମାଧାନ କେନ୍ଦ୍ର ୨୪  ଘଣ୍ଟା ଧରି ଖୋଲା  ରହିବ ।ଏହି ସମାଧାନ କେନ୍ଦ୍ରକୁ ଜିଲ୍ଲାପାଳ ଅନୁପମ ଶାହା  ଉଦ୍ ଘାଟନ  କରିଥିଲେ। ତାଙ୍କ ସହିତ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଚଞ୍ଚଳ ରାଣା , ଜିଲ୍ଲା ଆରକ୍ଷୀ  ଅଧିକ୍ଷିକ ସାରା ଶର୍ମା ,  ସିଡ଼ି଼ଏମଓ ଡ଼ଃ ଗୁନୁରାଣୀ ପଟନାୟକ ,ଏଡିଏମଓ ଡ଼ଃ ସରୋଜ କୁମାର ମିଶ୍ର  ,  ଡିଏସଡବ୍ଲୁଓ- କୁନ୍ତଳା କୁମାରୀ ମଲ୍ଲିକ , ଡିପିଏମ- ସୌମ୍ୟା ଗୌଡ , ନିର୍ଦେଶକ ସୁଧୀର ସାବତ , ଚାଇଲର୍ଡ ଲାଇନ ସଂଯୋଜକ ନଗେଶ୍ବର  ଚୌଧୁରୀ  , ଜୁଭେନାଇଲ ବୋର୍ଡ ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
    ପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ସମାଧାନ କେନ୍ଦ୍ର ଉପରେ ଅନୁଷ୍ଠିତ ହୋଇଥିଲା । ନିର୍ଯ୍ୟାତିତ ମହିଳା ମାନଙ୍କ ଏହି ଏକକାଳୀନ ସମାଧାନ କେନ୍ଦ୍ର (ସଖୀ)ର ବିଭିନ୍ନ ସୁବିଧା ବ୍ୟବସ୍ଥା ଯୋଗାଇ ଦିଆଯିବାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ଅନ୍ୟ ପକ୍ଷରେ ଏହି ସମାଧାନ କେନ୍ଦ୍ରଟିର୍ ଆଧୁନିକରଣ ବ୍ୟବସ୍ଥା ସହ ତାର ସମସ୍ତ ନିରାପତ୍ତା ଓ ସୁରକ୍ଷା କିଭଳି ରହିବ ,ତାର ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ।
  ଉକ୍ତ କାର୍ଯ୍ୟକ୍ରମକୁ  ଜିଲ୍ଲା ମଙ୍ଗଳ ଅଧିକାରୀ କର୍ମକର୍ତ୍ତା,ସାରଳା ପାତ୍ର ,ରଶ୍ମିରଞ୍ଜନ ସେଠୀ ,ଅଜୟ କୁମାର ନାୟକ , ସୁବାସ ପାଣିଗ୍ରାହୀ , ମଞ୍ଜୁଳା ଚୌଧୁରୀ ,ଭି .ମୁରଲୀ ,ଭେଙ୍କଟ ସେନାପତି , ସୁରେଶ କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

0
0
0
s2sdefault