ହେଡଲାଇନସ୍:

ଜିଲ୍ଲାପାଳ ଓ ବିଡ଼ିଓଙ୍କର ତତ୍ପରତା ସରସ୍ୱତୀକୁ ଦେଲା ନୂଆ ଠିକଣା ।।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-ଶେଷରେ ବାପମା ଛେଉଣ୍ଡ ସରସ୍ୱତୀ ପାଇଲା ନୂଆ ଠିକଣା । ବରଗଡ଼ ଜିଲ୍ଲାପାଳ ଓ ପାଇକମାଲ ବିଡିଓଙ୍କ ଆନ୍ତରିକତା ପୂର୍ଣ ପଦକ୍ଷେପ ତା ଅନିଶ୍ଚିତ ଭବିଷ୍ୟତକୁ ଦେଇଛି ବଞ୍ଚିବାର ନୂତନ ଆଶାର ଆଲୋକ । ପାଇଛି ନୂଆ ପରିବାର କସ୍ତୁରବା ଗାନ୍ଧୀ ମାତୃନିକେତନରେ ।

ଗତ ସୋମବାର ଦିନ ପାଇକମାଲ BDO ଶ୍ରୀ ସଦାଶିବ ନାୟକ ବରତୁଣ୍ଡା ଗ୍ରାମକୁ ଯାଇ ବରତୁଣ୍ଡା ଗ୍ରାମବାସୀ ଙ୍କର ଠାରୁ ଏକ ଅନାଥ କୁନି ଝିଅ ବାବଦରେ ଶୁଣିବାକୁ ପାଇଥିଲେ । କୁନିଝିଅ ଟିର ବାବଦରେ ସେ ତୁରନ୍ତ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ତୁରନ୍ତ DCPU ଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ଏହି ଖବରଟି ଗତ ସୋମବାର ଆମେ ପ୍ରକାଶିତ କରିଥିଲୁ । ଜିଲ୍ଲାପାଳଙ୍କ ନିର୍ଦେଶ ରେ ଡିସିପିଉ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ । ଏହି କ୍ରମରେ ଆଜି ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ର ହାଉସ ମଦରମାନେ ଆଜି ବରତୁଣ୍ଡା ଗ୍ରାମକୁ ଯାଇ କୁନି ଝିଅ ସରସ୍ୱତୀ ମାଝୀ କୁ ସାଙ୍ଗରେ ଆଣିଥିଲେ । ସରସ୍ୱତୀ କୁ ପ୍ରଥମେ ବ୍ଲକ ଅଫିସ କୁ ଅଣାଯାଇଥିଲା । ବ୍ଲକ ଅଫିସ ରେ BDO ଶ୍ରୀ ନାୟକ ସରସ୍ୱତୀଙ୍କୁ ଚକଲେଟ ଦେଇଥିଲେ । ସରକାରୀ ନିୟମ ମୁତାବକ ସରସ୍ୱତୀ ର ସମ୍ପୂର୍ଣ୍ଣ ଯତ୍ନ ନିଆଯିବ ବୋଲି BDO ଶ୍ରୀ ନାୟକ ଜଣାଇଛନ୍ତି । ଆଜି ବରତୁଣ୍ଡା ଗ୍ରାମବାସୀ ମାନେ ପୁଣିଥରେ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଓ BDO ଶ୍ରୀ ସଦାଶିବ ନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।।

0
0
0
s2sdefault