ହେଡଲାଇନସ୍:

ଜେପିଭିଟି ଆସୋସିଏସନ୍ ର କାର୍ଯ୍ୟକାରିଣୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର : ଜଗତସିଂହପୁର ସହରର ସ୍ଥାନୀୟ  ଡାଏମଣ୍ଡ ମଣ୍ଡପରେ ଜଗତସିଂହପୁର ଫଟୋଗ୍ରାଫର୍ସ ଆଣ୍ଡ ଭିଡିଓଗ୍ରାଫର୍ସ ଟ୍ରେଡର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଆଗାମୀ ଅଗଷ୍ଟ ୧୯ତାରିଖ ୱାର୍ଲଡ  ଫଟୋଗ୍ରାଫର୍ସ ଡେ ପାଳନ ଓ ଆସୋସିଏସନର ବାର୍ଷିକ ଉତ୍ସବ ନିମନ୍ତେ ବିଭିନ୍ନ ପ୍ରସ୍ଥାବ ଗୃହୀତ  ହୋଇଥିଲା  । ଜେପିଭିଟିର ପୂରାତନ ସଭ୍ୟମାନଙ୍କୁ ପୂନର୍ବାର ସଭ୍ୟଭୁକ୍ତ କରି ଏହାକୁ ସୁଦୃଢ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ବାର୍ଷିକ ଉତ୍ସବରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରି ମହାସମାରୋହରେ ପାଳନ କରିବାକୁ ସମସ୍ତ ସଦସ୍ୟ ମତାମତ ରଖିଥିଲେ  । ସଭାପତି ଶ୍ରୀ ମହେଶ୍ୱର ମହାନ୍ତି ଅଧ୍ୟକ୍ଷତା କରଥିବାବେଳେ ସଂପାଦକ ଶ୍ରୀ ଶୁଭଙ୍କର ଜେନା ପ୍ରସ୍ତାବ ରଖିଥିଲେ  ।
ଏହି ବୈଠକରେ ଜିଲ୍ଲାର ସବୁ ପ୍ରାନ୍ତର ସଦସ୍ୟଙ୍କ ସହିତ ଉପଦେଷ୍ଟା ଶ୍ରୀ ପଂଚାନନ ପ୍ରଧାନ, ଶ୍ରୀ ସୁକାନ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ  । ଲାଲା ସଂଗ୍ରାମ କେଶରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ  ।

0
0
0
s2sdefault