ହେଡଲାଇନସ୍:

ବିଧି ସାଜିଲା ବିପଦ, ଚନ୍ଦ୍ରକାନ୍ତି ମାଝୀଙ୍କ ମୁଣ୍ଡ ଉପରେ ଖସି ପଡିଛି ଆକାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରକାର ହେବେ କି ସାହା ଏ ଅଭାବୀ ପରିବାରକୁ !!!

ନୂଆପଡା /ପ୍ରିୟବ୍ରତ ପଣ୍ଡା , ଖଡ଼ିଆଳ ବ୍ଲକ ର ଖଇରପଦର ଗ୍ରାମ ର ଆଦିବାସୀ ଯୁବକ ଚରଣ ମାଝୀ, ଜୀବନ ଜୀବିକା ଖୋଜିବାକୁ ଯାଉଥିଲେ ଗୁଜୁରାଟ ର ଗାନ୍ଧିନଗରକୁ ,ଏଥର କିନ୍ତୁ ବିଧି ସାଜିଲା ବିପଦ । ପାଣି ଆଣିବାକୁ ଟ୍ରେନରୁ ତଳକୁ ଆସିଥିଲେ | ଟ୍ରେନ ଟି ଛାଡ଼ିଦେବାରୁ ଶୀଘ୍ର ଟ୍ରେନରେ ପଶିବାର ଚେଷ୍ଟା କରୁଥିବା ବେଳେ ପାଦ ଖସିଗଲା | ତାଙ୍କ ଦୁଇ ଗୋଟି ଗୋଡ଼ ଧାରଣା ଉପରେ ଟ୍ରେନ ର ଚାପା ଖାଇଲା । ବର୍ତମାନ ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ର ଆବଶ୍ୟକତା ରହିଛି , ସରକାର ଏହି ଗରିବ ପରିବାରକୁ ଆର୍ଥିକ ସହାୟତା ଦେଇ ଚିକିତ୍ସାର ଉତ୍ତମ ବ୍ୟବସ୍ଥା କରିବାକୁ ପରିବାର ଲୋକଙ୍କ ସହିତ ଗାଁର ଲୋକେ ଦାବି କରିଛନ୍ତି । ଚରଣ ମାଝୀ ଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି ମାଝୀ ଙ୍କ ପାଇଁ ଆକାଶ ସତେ କି ଭାଙ୍ଗି ପଡିଛି , ଘର ର ତେଲ ଲୁଣ ର ବ୍ୟବସ୍ଥା କରିବା ଲୋକ ଏବେ ଶଯ୍ୟାଶାୟୀ କୋଉଠୁ ଅର୍ଥ ଯୋଗାଣ ହେବ କେମିତି ସଂସାର ଚଳିବ ଏହା ତାଙ୍କ ପାଇଁ ଏକ ଜଟିଳ ପ୍ରଶ୍ନ ହୋଇଉଠିଛି ।

0
0
0
s2sdefault