ହେଡଲାଇନସ୍:

ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା : ବଂଶଧାର ଉଚ୍ଚ ବିଦ୍ୟାଳୟ ପ୍ରଥମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Paralakhemundi/ Balakrusna Panigrahi : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାକକ୍ଷ ଠାରେ  ରାଜ୍ୟ ଶିକ୍ଷକ-ଶିକ୍ଷା ନିର୍ଦ୍ଦେଶଳୟ , ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସହାୟତାରେ "ବିଜ୍ଞାନ ଓ ସମାଜ" ବିଷୟ ଉପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ  ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।

  ଏହି ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମରେ  ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଶ୍ରୀ ସାତ୍ମିକ କୁମାର ପଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟତଃ ନାଟକ ଅଭିନୟ ମାଧ୍ୟମରେ ବିଷୟ ବସ୍ତୁକୁ ଆଧାର କରି ରହିଥିବା ବିଭିନ୍ନ ସମସ୍ୟା ଗୁଡିକୁ ବୈଜ୍ଞାନିକ ପଦ୍ଧତିରେ କିଭଳି ସମାଧାନ କରିବା ଏବଂ ତାକୁ ନେଇ ନିଜ ଅଞ୍ଚଳରେ କିଭଳି ଲୋକଙ୍କୁ ସଚେତନ କରିବା ସହ ବିଜ୍ଞାନର ପ୍ରଚାର-ପ୍ରସାର ଦିଗରେ ସମସ୍ତେ କିଭଳି ଚେଷ୍ଟିତ ହେବା  ଏହାହିଁ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।  ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅରୁଣା କୁମାରୀ ସାମଲ ମୁଖ୍ୟ-ଅତିଥି ଭାବେ ଯୋଗଦେଇ ବିଜ୍ଞାନର ସଠିକ ଉପଯୋଗ କରିବା ସହ ପରିମଳ ଓ ପ୍ରଦୂଷଣକୁ କିଭଳି ରୋକା ଯାଇପାରିବ ସେ ଦିଗରେ ଛାତ୍ରଛାତ୍ରୀ ମାନେ ସବୁବେଳେ ବୈଜ୍ଞାନିକ ପଦ୍ଧତିରେ ତାର ସମାଧାନ କରିବା ପାଈଁ ଯତ୍ନବାନ ହେବାକୂ ପରାମର୍ଶ ଦେଇଥିଲେ ।

  ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ ଟି ଉଚ୍ଚବିଦ୍ୟାଳୟର  ୧୦୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଥିବା ବେଳେ ୧୩ଜଣ ସହାୟକ ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।ସେମାନେ ମୁଖ୍ୟତଃ ପରିମଳ ସଫାସୁତୁରା , ପରିବେଶ ସୁରକ୍ଷା , ପ୍ରଦୂଷଣ ରୋକିବା , ପାଇଖାନା ବ୍ୟବହାର  ପ୍ରଭୃତି ଉପରେ ସମାଜକୁ ଦିଗଦର୍ଶନ ଦେବା ଭଳି ନାଟକ , ଅଭିନୟ ମାଧ୍ୟମରେ ପରିବେଷଣ  କରିଥିଲେ ।

  ଖଣ୍ଡବାର ବଂଶଧାର ଉଚ୍ଚ ବିଦ୍ୟାଳୟ ପ୍ରଥମ ,ଗୁରାଣ୍ଡି ର ଶ୍ରୀକୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବଂ ପାରଳାଖେମୁଣ୍ଡି ର ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।ପ୍ରଥମ ସ୍ଥାନ ଅଧିକାର କରିଥିବା ବଂଶଧାର ଉଚ୍ଚ ବିଦ୍ୟାଳୟ ଆସନ୍ତା ୫/୮/୨୦୧୯ରେ କୋରାପୁଟ ଠାରେ ହେବାକୁ ଥିବା ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ସମ୍ମାନିତ ଅତିଥି ଭାବେ  ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ବି: ବୃନ୍ଦାବନ ରାଓ ଯୋଗ ଦେଇଥିବାବେଳେ ପ୍ରତିଯୋଗିତାର ବିଚାରକ ଭାବେ  ସଂଗୀତ ନିର୍ଦେଶକ ଗୁରୁ ରଘୁନାଥ ପାତ୍ର , ରାଷ୍ଟ୍ରପତି ପୁରସ୍କାର ପାଇଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଏବଂ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସଂଯୁକ୍ତା ପାତ୍ର ପ୍ରମୁଖ ଯୋଗଦେଇଥିଲେ ।

0
0
0
s2sdefault