ହେଡଲାଇନସ୍:

କଣ୍ଟାବଲ୍ଲବପୁର ବିଦ୍ୟାଳୟରେ ଆଇନ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ କଣ୍ଟାବଲ୍ଲବପୁର ମହିଳା ବିଦ୍ୟାଳୟରେ ସୋମବାର ଦିନ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ରାଉତ,ଜିଲ୍ଲା ଶିଶୁମଙ୍ଗଳ କମିଟିର ସଦସ୍ୟ ଉତ୍କଳ ରଞ୍ଜନ ମହାନ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ସହିତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।ପ୍ରାଧିକରଣ ତରଫରୁ ପାରାଲିଗାଲ ସ୍ୱେଚ୍ଛାସେବୀ ବୃନ୍ଦ ଉପସ୍ଥିତ ଥିଲେ।ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ରାଉତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଆଇନ ଗୁଡିକର ଚର୍ଚ୍ଚା କରିବାକୁ ଯାଇ ଭାରତୀୟ ସମ୍ବିଧାନ ଜେ.ଜେ.ଆକ୍ଟ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଆଇନ୍ ରେ ଥିବା ଛାତ୍ର ଛାତ୍ରୀ ମାନଙ୍କର ଅଧିକାର ଆଦି ଉପରେ ଆଲୋକପାତ କରିଥିଲେ।

0
0
0
s2sdefault