ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ପରେ ଅସହାୟ ସୁନ୍ଦର ପାଇଲେ ସହାୟତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶାସକପ୍ରଶାସକରେ ଖବର ପ୍ରକାଶ ପରେ ସିଏମଓ କଲେ ହସ୍ତକ୍ଷେପ

ଜିଲ୍ଲା ପ୍ରଶାସନ ଗୁହାରି ଶୁଣିଲା, ସୁନ୍ଦରଙ୍କୁ ଭତ୍ତା ମିଳିଲା

ବିଜେପୁରର ଦିବସ ସାହୁ ଓ ପାଇକମାଳ ଚମେରି ଗାଁର ସୀତା ବାରିକଙ୍କୁ ଧନ୍ୟବାଦ

କୁଚିଣ୍ଡା/ ଅଜୟ କୁମାର ବାଘ : ଖୁସି ଲାଗିଲା । 80 ବର୍ଷର  ଅସହାୟ ବରିଷ୍ଠ ନାଗରିକ ସୁନ୍ଦର ଧରେଇଙ୍କ 20 ବର୍ଷର ପ୍ରତିଖ୍ୟାରେ ପୂର୍ଣ୍ଣଛେଦ ପଡିଲା । ଆମେ ଶାସକ ପ୍ରଶାସକ ପକ୍ଷରୁ ଛୋଟିଆ ଉଦ୍ୟମ କରିଥିଲୁ ଆମ ସାମାଜିକ ଉତ୍ତରଦାୟିତ୍ୱ ଭାବେ , ଶାସକ ପ୍ରଶାସକ ନ୍ୟୁଜ ପୋର୍ଟାଲରେ ଜୁଲାଇ 28 ତାରିଖରେ ଖବର ପ୍ରକାଶ କରି । ଆଉ ସେ ଖବରକୁ ସେହିଦିନ  ଦେଖି ଦୁଇଜଣ ସହୃଦ ସମାଜସେବୀ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟୁଇଟ କରି ସୁନ୍ଦରଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବା ପାଇଁ ଅନୁରୋଧ କରିଥିଲେ । ଆଉ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ତତ୍କାଳ ହସ୍ତକ୍ଷେପ କରାଯାଇଥିଲା ଓ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଏଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା । ଆଉ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ ହେଲା ଦେର ଆୟେ ଦୁରୁସ୍ତ କାଳ ବିଳମ୍ବ  ନକରି ଜିଲ୍ଲା ପ୍ରଶାସନ ସୁନ୍ଦରଙ୍କୁ ମାତ୍ର ଦୁଇଦିନ ଭିତରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଲେ । ଆଖିକୁ ଛୋଟିଆ କଥା ଲାଗୁଥାଇପାରେ । ହେଲେ ସୁନ୍ଦରଙ୍କୁ ପାଇଁ ଏହା କୋଟିନିଧି ସଦୃଶ । ତେଣୁ ଏ ସମସ୍ତ ଘଟଣାକ୍ରମରେ ସାମିଲ ଥିବା ସମସ୍ତଙ୍କୁ ଖାସ କରି ଟୁଇଟ କରିଥିବା ଦୁଇ ସହୃଦ ବ୍ୟକ୍ତିଙ୍କୁ, ସମ୍ବଳପୁର ଜିଲ୍ଲା ପ୍ରଶାସନକୁ ଆଉ ତତ୍କାଳ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଥିବା ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।

ଆମେ ଆମ ଖବରରେ  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଲାଡ଼ ଗ୍ରାମର ସୁନ୍ଦର ଧରେଇ ଙ୍କୁ ୮୦ ବର୍ଷ ପର୍ଯନ୍ତ ବଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିବାର ଖବର ଜୁଲାଇ ୨୮ ତାରିଖ ଦିନ ଶାସକ ପ୍ରଶାସକ ନ୍ୟୁଜ୍ ପୋର୍ଟାଲ ରେ ଖବର ପ୍ରକାଶିତ ହେବାପରେ ପ୍ରଶାସନର ତୁରନ୍ତ ପଦକ୍ଷେପ ପାଇଁ ବିଜେପୁର ରୁ ଦିବସ କୁମାର ସାହୁ ଓ ପାଇକମାଳ ବ୍ଲକ ଚମେରି ଗାଁରୁ ସୀତା ବାରିକ ଶାସକ ପ୍ରଶାସକ ନ୍ୟୁଜ୍ ପୋର୍ଟାଲରୁ ଟ୍ୱିଇଟ୍ ଯୋଗେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଜଣାଇଥିଲେ l କୁଚିଣ୍ଡା ଉପ-ଜିଲ୍ଲାପାଳ ସୁନ୍ଦର ଧରେଇ ଙ୍କ ତୁରନ୍ତ ପଦକ୍ଷେପନେବାପାଇଁ କୁଚିଣ୍ଡା ବ୍ଲକର (BSSO) ଦୀପକ ପଟେଲ ଓ ବକ୍ସମା ଗ୍ରାମ ପଞ୍ଚାୟତର ସରପଞ୍ଚ ରତ୍ନୁ କିସାନ ଙ୍କୁ ଜଣାଇଥିଲେ l ତାହାପରେ ସୁନ୍ଦରଙ୍କୁ ୮୦ ବର୍ଷ ବୟସରେ ଭତ୍ତା ପାଇଁ ମଞ୍ଜୁର କରାଗଲା l

 

http://www.shasakprashasak.com/index.php/state/8091-2019-07-28-15-21-00

0
0
0
s2sdefault