ହେଡଲାଇନସ୍:

କେବେ ମିଳିବ ଭତ୍ତା : କଣ କତରା ଲଗା ହେଲେ ନା........

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୦ ବର୍ଷ ହେଲା ଭତ୍ତା ପାଇଁ ଗୁହାରି କରୁଛନ୍ତି
ସୁନ୍ଦରଙ୍କ ପ୍ରତି ଦୟା ଦେଖାଉନି ପ୍ରଶାସନ,  ୮୦ ବର୍ଷ ବୟସରେ ବି ମିଳୁନି ବାର୍ଦ୍ଧକ୍ୟ  ଭତ୍ତା

କୁଚିଣ୍ଡା (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଲାଡ଼ ଗାଁ ରେ ଏକା ରହନ୍ତି ବୃଦ୍ଧ ସୁନ୍ଦର ଧରେଇ | ବୟସ ୮୦ ବର୍ଷ ହୋଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ  ବାର୍ଦ୍ଧକ୍ୟ  ଭତ୍ତା ମିଳିନାହିଁ l ଏଥିପାଇଁ  ଅନେକ ଥର ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି  ବୋଲି ପ୍ରକାଶ କରିଛନ୍ତି ସୁନ୍ଦର ଧରେଇ | ସେ ଜଣେ ଗରିବ ହୋଇଥିବାବେଳେ ତାଙ୍କର ଖଣ୍ଡିଏ ରାସନ କାର୍ଡ଼ ଜରିଆରେ ପଞ୍ଚାୟତରୁ ଚାଉଳ ପାଆନ୍ତି l ସେ ଏକା ଅନଟନରେ ଦିନ କାଟୁଛନ୍ତି l ସୁନ୍ଦର ଧରେଇଙ୍କୁ ୬୦ ବର୍ଷ ହେବାପରେ ଭତ୍ତା ପାଇଁ ପଞ୍ଚାୟତ ଅଫିସ ଓ ବିଡିଓ ଅଫିସରେ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯନ୍ତ ପ୍ରଶାସନ ସୁନ୍ଦର ଧରେଇଙ୍କୁ ଦୟା ଦେଖାଉ ନାହିଁ l ତାଙ୍କର ବୟସ ଏବେ  ୮୦ ବର୍ଷ ହୋଇଗଲାଣି  ଏଦିଗରେ ପ୍ରଶାସନ ଆବଶ୍ୟ ତଦନ୍ତ କରି ସୁନ୍ଦର ଙ୍କୁ ଭତ୍ତା ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |

0
0
0
s2sdefault